Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା

Jitendra Dash
Browse all articles by Jitendra Dash
·2 years ago·1 min read
ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା

ଅର୍ଗସ ବ୍ୟୁରୋ : ସମୁଦ୍ରରେ ଆଧିପତ୍ୟ ବିସ୍ତାର ପାଇଁ ବଡ଼ ଯୋଜନା । ଚୀନକୁ ଚେକ୍‌ ଦେବାକୁ ନୂଆ ଗେମ୍‌ ପ୍ଲାନ । ନୌସେନାକୁ ମିଳିବ ଆଉ ଏକ ଯୁଦ୍ଧପୋତର ବଳ । ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଭାରତ ମହାସାଗରରେ ଡ୍ରାଗନ ବାରମ୍ବାର ଅନୁପ୍ରବେଶ କରି ନିଜ ପତିଆରା ଦେଖାଉଛି । କିନ୍ତୁ ଏବେ ଚୀନର ନାଲି ଆଖିକୁ ଡରିବନି ଭାରତ । ଚୀନକୁ ଉଚ୍ଚିତ ଜବାବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ନୌସେନାକୁ ଅଧିକ ସଶକ୍ତ କରିବାକୁ ନେଉଛନ୍ତି ବଡ଼ ପଦକ୍ଷେପ । 

ଅଧିକ ପଢନ୍ତୁ ଭାରତ ଖବର

ଏବେ ଭାରତୀୟ ନୌସେନାକୁ ଆଉ ଏକ ବିମାନବାହୀ ଯୁଦ୍ଧପୋତ ଦେବା ପାଇଁ ଚାଲିଛି ପ୍ରସ୍ତୁତି । ୪୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଭାରତର ତୃତୀୟ ବିମାନବାହୀ ଯୁଦ୍ଧପୋତ । ୪୫ ହଜାର ଟନ୍ ଓଜନର ଏହି ଜାହାଜକୁ କୋଚିନ୍ ସିପୟାର୍ଡରେ ନିର୍ମାଣ କରାଯିବ । ଯେଉଥିରେ ୨୮ଟି ଲଢୁଆ ବିମାନ ଓ ହେଲିକପ୍ଟର ମୁତୟନ ହୋଇପାରିବ  । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାର ଦୈର୍ଘ୍ୟ ୨୬୨ ମିଟର, ଓସାର ୬୨ ମିଟର ଓ ଉଚ୍ଚତା ୫୯ ମିଟର ହେବ । ଘଣ୍ଟା ପ୍ରତି ୫୨ କିଲୋମିଟର ବେଗରେ ଗତି କରିପାରିବ ଏହି ଯୁଦ୍ଧପୋତ । ବିକ୍ରାନ୍ତ ଭଳି ଏହା ମଧ୍ୟ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେବ । ଯାହା ଆତ୍ମନିର୍ଭର ଭାରତକୁ ଆହୁରି ବଳ ଦେବ । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମତି ପରେ ଆରମ୍ଭ ହେବ ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟ ।

Sponsored
India's second indigenous aircraft carrier gets go-ahead from Defence Procurement Board | Argus News