Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indigo / ଯାତ୍ରୀ ହନ୍ତସନ୍ତ, ୨୪x୭ ନଜର ରଖିବା ପାଇଁ କଣ୍ଟ୍ରୋଲ ରୁମ ଖୋଲିଲା ଇଣ୍ଡଗୋ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଯାତ୍ରୀ ହନ୍ତସନ୍ତ, ୨୪x୭ ନଜର ରଖିବା ପାଇଁ କଣ୍ଟ୍ରୋଲ ରୁମ ଖୋଲିଲା ଇଣ୍ଡଗୋ
Indigo

Key Points

Indigo ସଂକଟକୁ ନେଇ ଆକ୍ସନରେ ସରକାର
ଇଣ୍ଡଗୋ ଜାରି କଲେ ହେଲପଲାଇନ ନମ୍ବର
ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋ ଉଡାଣ ରଦ୍ଦ ହେବା ଘଟଣାକୁ ନେଇ ସବୁଠି ଆଲୋଚନା ଜାରି ରହିଛି। ଇଣ୍ଡିଗୋ ସ୍ୱୀକାର କରିଛି ଯେ ଗତ ଦିନରେ ସେମାନଙ୍କ ପରିଚାଳନା ଗୁରୁତର ରୂପେ ପ୍ରଭାବିତ ହୋଇଛି। ଏଣୁ ବହୁ ସଂଖ୍ୟାରେ ଯାତ୍ରୀଙ୍କ ଉଡାଣ ରଦ୍ଦ ହୋଇଛି ଓ ସେମାନଙ୍କ ଲୋକେ ବହୁ ସମୟ ପର୍ଯ୍ୟନ୍ତ ଏୟାରପୋର୍ଟରେ ଫଶି ରହିଥିଲେ। ଯାହାକୁ ଦୃଷ୍ଟିରେ ରଖି କ୍ଷମା ମାଗିଛି ଇଣ୍ଡଗୋ।ଏହାସହ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏକ ବୟାନ ଜାରି କରିଛନ୍ତି। ସରକାର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ନିଜର ସବୁଠୁ ବଡ଼ ପ୍ରାଥମିକତା ବୋଲି କହିଛନ୍ତି, ଏଣୁ ହେଲପଲାଇନ ନମ୍ବର ଜାରି କରିଛନ୍ତି। କେନ୍ଦ୍ର ସରକାର ଇଣ୍ଡିଗୋର ସ୍ଥିତି କୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଯାଞ୍ଚରେ ତ୍ରୁଟି କେଉଁଠି ରହିଛି ଓ ଉପୁଜିଥିବା ପରିସ୍ଥିତି ପାଇଁ କିଏ ଦାୟି ଓ ଭବିଷ୍ୟତରେ ଏପରି ପରିସ୍ଥିତି ଉପୁଜିଲେ କିପରି ନିୟନ୍ତ୍ରିତ ହେବ ତାହା ଜାଣିବାକୁ ଚେଷ୍ଟା କରାଯିବ। ସରକାର ଏହା ମଧ୍ୟ କହିଛନ୍ତି ଯେ କୌଣସି ଫ୍ଲାଇଟ୍ ରଦ୍ଦ ହେଲେ ଯାତ୍ରୀଙ୍କୁ ଅଟୋମ୍ୟାଟିକ ଫୁଲ ରିଫଣ୍ଡ ମିଳିବ। ଏଥିପାଇଁ କୌଣସି ରିକ୍ୱେଷ୍ଟର ଆବଶ୍ୟକତା ନାହିଁ। ଏହା ଛଡା ଦୀର୍ଘ ସମୟ ଧରି ଅପେକ୍ଷାରେ ଥିବା ଯାତ୍ରୀଙ୍କ ରହଣୀ ନିମନ୍ତେ ଏୟାର ଲାଇନ୍ସ ହୋଟେଲମାନଙ୍କରେ ରହଣୀ ବ୍ୟବସ୍ଥା କରିବେ।ଯାତ୍ରୀଙ୍କ ସମସ୍ୟାକୁ ନଜରରେ ରଖି ସରକାର ଏୟାରଲାଇନ୍ସ ଙ୍କୁ ଫ୍ଲାଇଟ ରିୟଲଟାଇମ ଅପଡେଟ ଉନ୍ନତ ଉପାୟରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ପଢ଼ନ୍ତୁ: ଯାତ୍ରୀଙ୍କୁ କ୍ଷମା ଯାଚନା କଲା ଇଣ୍ଡିଗୋ, କହିଲା ସବୁ ଟଙ୍କା ଫେରାଇବୁ...

ଏହା ଛଡା ମନ୍ତ୍ରାଳୟ ପରିସ୍ଥିତି ଉପରେ ୨୪x୭ ନଜର ରଖିବା ପାଇଁ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲିଛନ୍ତି। ଏହା ଛଡା ଯେଉଁ ହେଲପଲାଇନ ନମ୍ବର ଜାରି ହୋଇଛି ତାହା ହେଲା ୦୧୧-୨୪୬୧୦୮୪୩, ୦୧୧-୨୪୬୯୩୯୬୩ ଓ ୦୯୬୫୦୩-୯୧୮୫୯। ସରକାର ଏୟାର ଲାଇନ୍ସଙ୍କୁ ଅପରେସନ ଯଥାଶୀଘ୍ର ସ୍ୱଭାବିକ କରିବାକୁ କହିଛନ୍ତି। ଆଶା କରାଯାଉଛି ସରକାର ମାମଲାରେ ହସ୍ତକ୍ଷେପ କରିବା ପରେ ଉଡାଣ ସିଡ୍ୟୁଲ ଶନିବାରଠାରୁ ସ୍ୱଭାବିକ ହୋଇପାରେ ଓ ପରବର୍ତ୍ତି ୩ ଦିନରେ ସମ୍ପୂର୍ଣ୍ଣ ସ୍ୱଭାବିକ ହୋଇ ପାରିବ।ଇଣ୍ଡିଗୋର ଶହଶହ ଫ୍ଲାଇଟ୍ ରଦ୍ଦ ହେବା ଯୋଗୁ ବିଭିନ୍ନ ଏୟାରପୋର୍ଟରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଯାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।

ଉଲ୍ଲେଖଯୋଗ୍ୟ ଯେ ପାଇଲଟଙ୍କ ଲାଗି ନୂଆ ସାପ୍ତାହିକ ରେଷ୍ଟ ଆଦେଶ କାରଣରୁ ଇଣ୍ଡିଗୋ ଏବେ ପାଇଲଟ ଅଭାବର ସମ୍ମୁଖୀନ ହୋଇଛି। ଏଣୁ ଗତ ୪ ଦିନରେ ଇଣ୍ଡିଗୋର ୧୩୦୦ରୁ ଅଧିକ ଉଡାଣ ରଦ୍ଦ ହେଲାଣି। ଫଳରେ ସାରା ଦେଶରେ ବିମାନ ଯାତ୍ରୀ ହଇରାଣ ହେଉଛନ୍ତି। ମୁମ୍ବାଇ, ଦିଲ୍ଲୀ, କୋଲକାତା ଓ ବେଙ୍ଗାଲୁରୁ ଏୟାରପୋର୍ଟରେ ପରିସ୍ଥିତି ଏବେ ସଙ୍ଗିନ। ଅନେକ ସ୍ଥାନରେ ଯାତ୍ରୀ ଏୟାରପୋର୍ଟରେ ହଙ୍ଗାମା କରୁଥିବାର ମଧ୍ୟ ଖବର ଆସୁଛି।

ଅଧିକ ପଢ଼ନ୍ତୁ ଦେଶ ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Indigo | IndiGo Opens 24×7 Control Room to Monitor Passenger Safety | Argus News | Argus News