Indigo / ଯାତ୍ରୀଙ୍କୁ କ୍ଷମା ଯାଚନା କଲା ଇଣ୍ଡିଗୋ, କହିଲା ସବୁ ଟଙ୍କା ଫେରାଇବୁ...
·9 months ago·2 min read

Key Points
ସଂକଟ ମଧ୍ୟରେ ଯାତ୍ରୀଙ୍କୁ କ୍ଷମା ଯାଚନା କଲା ଇଣ୍ଡିଗୋ
ରିଫଣ୍ଡର ଦେଲା ଆଶ୍ୱାସନା
ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ
ରିଫଣ୍ଡର ଦେଲା ଆଶ୍ୱାସନା
ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ
ଶେଷରେ ଯାତ୍ରୀଙ୍କୁ କ୍ଷମା ମାଗିଲା ଇଣ୍ଡିଗୋ। ଦେଶର ସବୁଠୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋ ଉଡାଣ ରଦ୍ଦ ହେବା ଘଟଣାକୁ ନେଇ ଯାତ୍ରୀଙ୍କୁ ଔପଚାରିକ କ୍ଷମା ଯାଚନା କରିଛି। ଇଣ୍ଡିଗୋ ସ୍ୱୀକାର କରିଛି ଯେ ଗତ ଦିନରେ ସେମାନଙ୍କ ପରିଚାଳନା ଗୁରୁତର ରୂପେ ପ୍ରଭାବିତ ହୋଇଛି। ଏଣୁ ବହୁ ସଂଖ୍ୟାରେ ଯାତ୍ରୀଙ୍କ ଉଡାଣ ରଦ୍ଦ ହୋଇଛି ଓ ସେମାନଙ୍କ ଲୋକେ ବହୁ ସମୟ ପର୍ଯ୍ୟନ୍ତ ଏୟାରପୋର୍ଟରେ ଫଶି ରହିଥିଲେ। ତେବେ ସମସ୍ୟାର ରାତାରାତ ସମାଧାନ ହେବ ନାହିଁ। ହେଲେ ସଞ୍ଚାଳନ ସ୍ୱଭାବିକ କରିବା ପାଇଁ ଆମେ ପୁରା କ୍ଷମତାର ସହ କାମ କରୁଛୁ।
ଏୟାର ଲାଇନ୍ସ କହିଛି ଯେ, ସ୍ଥିତିକୁ ଯଥାଶୀଘ୍ର ସ୍ୱଭାବିକ କରିବାକୁ ସବୁ ପ୍ରକାର ସମ୍ଭବ ପଦକ୍ଷେପ ନିଆଯାଉଛି। ଏନେଇ ଏୟାରଲାଇନ୍ସ ଏକ ବୟାନ ଜାରି କରିଥିବା ବେଳେ ଏଥିରେ ଯାତ୍ରୀଙ୍କୁ ସେମାନଙ୍କ ପଇସା ମୂଳ ମାଧ୍ୟମରେ ରିଫଣ୍ଡ କରିବାର ପ୍ରତିଶ୍ରୁତି ଦେଇଛି। ତେବେ ଯାତ୍ରୀଙ୍କୁ ଯେପରି ଅସୁବିଧା ନ ହୁଏ ସେଥି ପାଇଁ ଇଣ୍ଡିଗୋ ପକ୍ଷରୁ ବିଭିନ୍ନ ସହରରେ ହୋଟେଲ ଓ ଭୂ-ପୃଷ୍ଠ ପରିବହନ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି। ଏହାସହ ଆମେ ଆମର ପ୍ରତ୍ୟେକ ଗ୍ରାହକଙ୍କୁ ହୃଦୟରୁ କ୍ଷମା ଯାଚନା କରୁଛୁ ବୋଲି କହିଛି ଇଣ୍ଡଗୋ ।
ଏଥିସହ ପଢ଼ନ୍ତୁ: ଶୀଘ୍ର ଟଳିବ ଇଣ୍ଡିଗୋ ସଂକଟ ! ପାଇଲଟ୍ଙ୍କ ସାପ୍ତାହିକ ବିଶ୍ରାମ ନିର୍ଦ୍ଦେଶ ପ୍ରତ୍ୟାହାର
ସେହିପରି ଏୟାରପୋର୍ଟରେ ବିମାନକୁ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଭୋଜନ ଓ ସ୍ନାକ୍ସ ଉପଲବ୍ଧ କରାଯାଉଥିବାର ଇଣ୍ଡିଗୋ କହିଛି। ଇଣ୍ଡିଗୋ କହିଛି ଯେ ୫ ଡିସେମ୍ବର ଶୁକ୍ରବାର ସବୁଠୁ ଅଧିକ ସଂଖ୍ୟକ ବିମାନ ବାତିଲ ହୋଇପାରେ। କାରଣ ଆମେ ଆମର ସିଷ୍ଟମ ଓ ସିଡ୍ୟୁଲକୁ ରିବୁଟ କରୁଛୁ। ସଞ୍ଚାଳନକୁ ସୁଚାରୁ କରିବା ପାଇଁ ଅଳ୍ପକାଳୀକ ଓ ଯୋଜନାବଦ୍ଧ କ୍ୟାନସେଲେସନ କରୁଥିବା ଇଣ୍ଡିଗୋ ଦାବି କରିଛି। ଏହା ଦ୍ୱାରା କାଲିଠୁ ସ୍ଥିତିରେ ସୁଧାର ଆସି ପାରିବ ବୋଲି ଆକଳନ କରାଯାଉଛି। ଇଣ୍ଡିଗୋ ଆଶ୍ୱସ୍ତ କରିଛି ଯେ ମନ୍ତ୍ରାଳୟ ଓ ଡିଜିସିଏଙ୍କ ସହିତ ସମନ୍ୱୟ ରଖି ପରିଚାଳନା ସ୍ୱଭାବିକ କରିବାକୁ ଉଦ୍ୟମ ଜାରି ରଖିଛୁ।ଅନ୍ୟପଟେ ୫ ଡିସେମ୍ବରରୁ ୧୫ ଡିସେମ୍ବର ୨୦୨୫ ମଧ୍ୟରେ ଯାତ୍ରା କରିବାକୁ ଥିବା ବୁକିଂ ଉପରେ କ୍ୟାନସେଲେସନ ରିସିଡ୍ୟୁଲ ଶୁଳ୍କ ସମ୍ପୂର୍ଣ୍ଣ କ୍ଷମା କରାଯିବ ବୋଲି କହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଦେଶର ବଡ଼ ଏୟାରଲାଇନ୍ ଇଣ୍ଡିଗୋର ସେବା ବାଧାପ୍ରାପ୍ତ ଭିତରେ DGCAର ବଡ଼ ନିଷ୍ପତ୍ତି । ପ୍ରତ୍ୟାହାର ହେଲା ପାଇଲଟ୍ ଓ କ୍ରିଉ ସଦସ୍ୟଙ୍କ ଲାଗି ଜାରି ସାପ୍ତାହିକ ବିଶ୍ରାମ ନିଷ୍ପତ୍ତି ନିଆଯାଇଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । DGCAର ନୂଆ ବିଜ୍ଞପ୍ତି ଆସିବା ଫଳରେ ୪ ଦିନ ହେଲା ବାଧାପ୍ତାପ୍ତ ହୋଇ ପଡ଼ିଥିବା ଇଣ୍ଡିଗୋର ବିମାନ ସେବା ଟ୍ରାକ୍କୁ ଫେରିବା ଆଶା କରାଯାଉଛି । ଏବେବି ଇଣ୍ଡିଗୋ ବିମାନକୁ ଅପେକ୍ଷା କରି ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories