Videos
|
National

ରନ୍‌ୱେରେ ବସାଇ ଯାତ୍ରୀଙ୍କୁ ଖୁଆଇବା ପଡ଼ିଲା ମହଙ୍ଗା

Jitendra Dash
Browse all articles by Jitendra Dash
·2 years ago·1 min read
ରନ୍‌ୱେରେ ବସାଇ ଯାତ୍ରୀଙ୍କୁ ଖୁଆଇବା ପଡ଼ିଲା ମହଙ୍ଗା

ଅର୍ଗସ ବ୍ୟୁରୋ : ରନ୍‌ୱେରେ ବସାଇ ଯାତ୍ରୀଙ୍କୁ ଖୁଆଇବା ପଡ଼ିଲା ମହଙ୍ଗା । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ । ଇଣ୍ଡିଗୋ କମ୍ପାନୀ ଉପରେ ୧ କୋଟି ୨୦ ଲକ୍ଷ ଟଙ୍କାର ଜୋରିମାନା । ସେହିପରି ମୁମ୍ବାଇ ବିମାନବନ୍ଦର ଉପରେ ମଧ୍ୟ  ୯୦ ଲକ୍ଷ ଟଙ୍କାର ଫାଇନ୍ ଲାଗୁ ହୋଇଛି । 

ମୁମ୍ବାଇ ବିମାନବନ୍ଦରର ଏକ ଭିଡିଓ ଭାଇରାଲ ହୋଇଥିଲା ।  ଯେଉଁଥିରେ ଇଣ୍ଡିଗୋ ଏୟାରଲାଇନ୍ସର କିଛି ଯାତ୍ରୀ ମୁମ୍ବାଇ ବିମାନବନ୍ଦରରେ ରନୱେରେ ବସି ଖାଦ୍ୟ ଖାଉଥିଲେ । ଇଣ୍ଡିଗୋ ଅଭିଯୋଗ କରିଛି ଯେ କୁହୁଡ଼ି ହେତୁ ବିମାନ ବିଳମ୍ବ ହେବାପରେ ଯାତ୍ରୀମାନଙ୍କୁ ରନୱେରେ ବସି ଖାଦ୍ୟ ଦିଆଯାଉଥିଲା ଏବଂ ସେମାନଙ୍କ ସହ ଅସଦାଚରଣ ମଧ୍ୟ କରାଯାଇଥିଲା ।  

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭିଡିଓ ଭାଇରାଲ ହେବା ପରେ ବେସାମରିକ ବିମାନ ଚଳାଚଳ ସୁରକ୍ଷା ପ୍ରାଧିକରଣ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହା ସହିତ ପ୍ରୋଟୋକଲ୍ ଅନୁସରଣ ନକରିବା ପାଇଁ ଏୟାର ଇଣ୍ଡିଆ ଏବଂ ସ୍ପାଇସଜେଟ କମ୍ପାନୀ ଉପରେ ଅଲଗା ଜରିମାନା ଲାଗୁ କରାଯାଇଛି ।

IndiGo asked to pay ₹1.2 crore fine over passengers having food on Mumbai airport tarmac | Argus News