Bomb Threat / ବିମାନରେ ବୋମା... ଟଏଲେଟ୍ ଟିସୁ ପେପର୍ରେ ଲେଖାଥିଲା ଧମକ; ହେଲା ଜରୁରୀ ଅବତରଣ
·5 months ago·2 min read

Key Points
ବିମାନର ଟଏଲେଟ୍ର ଏକ ଟିସୁ ପେପରରେ ବିମାନରେ ବୋମା ଥିବା ଲେଖାଥିଲା । ଯାହାକୁ ନେଇ ମଝି ଆକାଶରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ ।
ନୂଆଦିଲ୍ଲୀ: ମଝି ଆକାଶରେ ବୋମା ଆତଙ୍କ । ଜରୁରୀ ଅବତରଣ କଲା ବିମାନ । ରବିବାର ଇଣ୍ଡିଗୋର ଏକ ବିମାନରେ ବୋମା ନେଇ ଆତଙ୍କ ପରେ ଲକ୍ଷ୍ନୌରେ ଜରୁରୀ ଅବତରଣ କରାଯାଇଛି ।
ସୂଚନା ଅନୁସାରେ, ନୂଆଦିଲ୍ଲୀରୁ ଇଣ୍ଡିଗୋର ବିମାନ ବାଗଡୋଗରା ଯାଉଥିଲା । ଉକ୍ତ ବିମାନର ଟଏଲେଟ୍ର ଏକ ଟିସୁ ପେପରରେ ବିମାନରେ ବୋମା ଥିବା ଲେଖାଥିଲା । ଯାହାକୁ ନେଇ ମଝି ଆକାଶରେ ସମସ୍ତେ ଆତଙ୍କିତ ହୋଇ ପଡ଼ିଥିଲେ । ବିମାନକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା ।
ଏଥିସହ ପଢ଼ନ୍ତୁ: କଟା ପାଦ କାହାର ? ନଦୀ ପଠାରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତଦେହ; ଅଞ୍ଚଳରେ ଚାଞ୍ଚଲ୍ୟ
ବିମାନରେ ବୋମା ଥିବା ସୂଚନା ପରେ ଲକ୍ଷ୍ନୌ ବିମାନବନ୍ଦର କର୍ତ୍ତୃପକ୍ଷ ଆଲର୍ଟରେ ରହିଥିଲେ । ବିମାବନ୍ଦରରେ ବୋମା ନିଷ୍କ୍ରିୟକାରୀ ଦଳ ସହ ଅଗ୍ନିଶମ ବାହିନୀ ଓ ମେଡିକାଲ୍ ଟିମକୁ ପ୍ରସ୍ତୁତ ରଖା ଯାଇଥିଲା ।
ଲକ୍ଷ୍ନୌରେ ବିମାନର ଜରୁରୀ ଅବତରଣ ପରେ ସୁରକ୍ଷା ଏଜେନ୍ସି ଘେରି ଯାଇଥିଲେ । ତତ୍କ୍ଷଣାତ୍ ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଓହ୍ଲାଇ ଦିଆଯାଇଥିଲା । ବୋମା ନିଷ୍କ୍ରିୟକାରୀ ଦଳ ବିମାନ ଭିତରେ ତନ୍ନ ତନ୍ନ ଯାଞ୍ଚ କରିଥିଲେ ।
ଏଥିସହ ପଢ଼ନ୍ତୁ: ଯାତ୍ରୀ ପରିବହନରେ ଭୁବନେଶ୍ଵର ବିମାନବନ୍ଦରର ସର୍ବକାଳୀନ ରେକର୍ଡ
ଲକ୍ଷ୍ନୌ ପୋଲିସ ଅନୁସାରେ, "ଇଣ୍ଡିଗୋର ଫ୍ଲାଇଟ୍ ନମ୍ବର 6E-6650 ବିମାନରୋ ବୋମା ଥିବା ସୂଚନା ମିଳିଥିଲା । ବିମାନଟି ଦିଲ୍ଲୀରୁ ବାଗଡୋଗରା ଯାଉଥିଲା । ବିମାନ ଟଏଲେଟ୍ର ଏକ ଟିସୁ ପେପରରେ ହାତରେ ଲେଖାଥିଲା ବିମାନରେ ବୋମା ଅଛି ।"
ଉକ୍ତ ବିମାନରେ ମୋଟ ୨୨୨ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୮ ଜଣ ଶିଶୁ, ୨ ପାଇଲଟ୍ ଓ ୫ ଜଣ କ୍ରିଉ ମେମ୍ବର ଥିଲେ । ବିମାନର ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ଆସିଛନ୍ତି । ପୋଲିସ ଓ ସୁରକ୍ଷା ଏଜେନ୍ସି ସର୍ଚ୍ଚ ଅପରେସନ୍ ଜାରି ରଖିଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: