Crime In Odisha / କଟା ପାଦ କାହାର ? ନଦୀ ପଠାରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତଦେହ; ଅଞ୍ଚଳରେ ଚାଞ୍ଚଲ୍ୟ
·2 months ago·2 min read

Key Points
ନଦୀ ପଠାରେ କିଏ, କାହାକୁ ହତ୍ୟା କଲା ? ନା କୌଣସି ପଶୁ ଆକ୍ରମଣରେ କାହାର ମୃତ୍ୟୁ ହୋଇଛି ? ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି ।
ବଲାଙ୍ଗିର: ଘଞ୍ଚ ଜଙ୍ଗଲ ଦେଇ ବୋହି ଯାଇଛି ନଦୀ । ଆଉ ସେହି ନଦୀ ପଠାରେ ପଡ଼ିଛି ମଣିଷ ହାଡ଼ ସହ ଖଣ୍ଡ ବିଖଣ୍ଡିତ ମୃତଦେହ । ଯାହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ହିର୍ଲି ନଦୀ ପଠାରେ । ତେବେ ଖଣ୍ଡ ବିଖଣ୍ଡିତ ମୃତଦେହ କାହାର ତାହା ସ୍ପଷ୍ଟ ହୋଇ ପାରି ନାହିଁ । ହିର୍ଲି ନଦୀ ପଠାରେ ମଣିଷର କଟା ପାଦ ସହ ହାଡ଼ ଏବଂ ଖଣ୍ଡ ବିଖଣ୍ଡିତ ଶରୀର ଏଣେତେଣେ ପଡ଼ିଛି ।
ଏଥିସହ ପଢ଼ନ୍ତୁ: ପେଟ୍ରୋଲ୍ ପମ୍ପରେ ହିନ୍ଦୁ ଯୁବକଙ୍କୁ ହତ୍ୟା; ତେଲ ଟଙ୍କା ମାଗିବାରୁ ମଡ଼ାଇଦେଲେ SUV
ଲରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ତେବେ ନଦୀ ପଠାରେ କିଏ, କାହାକୁ ହତ୍ୟା କଲା ? ନା କୌଣସି ପଶୁ ଆକ୍ରମଣରେ କାହାର ମୃତ୍ୟୁ ହୋଇଛି ? ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି ।
ରବିବାର ସକାଳେ ନଦୀକୁ ଗାଁର କିଛି ଲୋକ ଶୌଚ ହେବା ପାଇଁ ଯାଇଥିବା ବେଳେ ନଦୀ ପଠାରେ ପ୍ରଥମେ କଟା ପାଦ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏନେଇ ଲରମ୍ଭା ପୋଲିସକୁ ଖବର ଦେବା ପରେ ମିଳିଥିଲା ହାଡ଼ ଓ ଖଣ୍ଡ ବିଖଣ୍ଡିତ ଶରୀର ।
ତେବେ ମୃତକ ଜଣକ କିଏ ? କିପରି ହିର୍ଲି ନଦୀ ପଠାକୁ ଖଣ୍ଡ ବିଖଣ୍ଡିତ ମୃତଦେହ ଆସିଲା ତାହା ରହସ୍ୟ ଘେରରେ ରହିଛି । ଲରମ୍ଭା ଥାନା ପୋଲିସ ଖଣ୍ଡ ବିଖଣ୍ଡିତ ମୃତଦେହ ସହ ହାଡ଼ ଜବତ କରିଛି ।
ଅନ୍ୟପଟେ ଜାନୁଆରୀ ୨ ତାରିଖରେ ସେହି ଲରମ୍ଭା ଥାନା କାଦୋପାଣି ଗାଁର ୧୧ ବର୍ଷର ନାବାଳକ ନିଖୋଜ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ କରୁଥିବା ବେଳେ ଏପର୍ଯ୍ୟନ୍ତ ତା’ର କୌଣସି ପତ୍ତା ମିଳିନାହିଁ ।
ଏଥିସହ ପଢ଼ନ୍ତୁ: ମାତିଲେ ଛୁଆ ଚୋର ! ୩ ଦିନ ପରେ ବି ମିଳୁନି ନାବାଳକଙ୍କ ଖୋଜ ଖବର
୧୧ ବର୍ଷର ଘନଶ୍ୟାମଙ୍କୁ ଅପହରଣ କରାଯାଇଥିବା ନେଇ ବାପା ସମାରୁ ବରିହା ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ଲରମ୍ଭା ଥାନା ପୋଲିସ ଛାନଭିନ୍ କରୁଥିବା ଥାନା ଅଧିକାରୀ ଭାନୁ ପ୍ରକାଶ ଯାଦବ କହିଛନ୍ତି ।
ସୂଚନା ଅନୁସାରେ, ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ଘନଶ୍ୟାମ ଘର ପାଖ ନଦୀକୁ ସାଙ୍ଗମାନଙ୍କ ସହ ଶୌଚ ପାଇଁ ଯାଇଥିଲେ । ଫେରିବା ବାଟରେ ୨ ଜଣ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧି ବାଇକ୍ରେ ଘନଶ୍ୟାମକୁ ନେଇ ଯାଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: