IndiGo Emergency Landing / ମଝି ଆକାଶରେ ବିମାନରେ ତ୍ରୁଟି, ଅଳ୍ପକେ ବର୍ତ୍ତିଲେ ୧୯୨ ଯାତ୍ରୀ
·27 mins ago·2 min read

Key Points
ଇଣ୍ଡିଗୋ ବିମାନରେ ହାଇ ଆଲର୍ଟ
ଉଡ଼ାଣ ପରେ ଖରାପ ହେଲା ଲ୍ୟାଣ୍ଡିଂ ଗିୟର୍
ପୁଣେରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
ଉଡ଼ାଣ ପରେ ଖରାପ ହେଲା ଲ୍ୟାଣ୍ଡିଂ ଗିୟର୍
ପୁଣେରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
ପୁଣେରୁ ଗୁଆହାଟୀ ଯାଉଥିବା ଇଣ୍ଡିଗୋର ଏକ ବିମାନ (ଫ୍ଲାଇଟ୍ ନମ୍ବର 6E 0623) ରବିବାର ସକାଳେ ପୁଣେ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ବିମାନରେ ମୋଟ ୧୯୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ । ଉଡ଼ାଣ ଭରିବା ପରେ ବିମାନର ଲ୍ୟାଣ୍ଡିଂ ଗିୟର୍ ଭିତରକୁ ଯାଇନଥିବାରୁ ଏହି ଜରୁରୀ ଅବତରଣ କରାଯାଇଥିଲା। ତେବେ ସୌଭାଗ୍ୟବଶତଃ ସମସ୍ତ ୧୯୨ ଜଣ ସୁରକ୍ଷିତ ଅଛନ୍ତି ।
ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଣେ ବିମାନବନ୍ଦର ପ୍ରଶାସନ ATC, ଇଣ୍ଡିଗୋ ଏବଂ ଅନ୍ୟ ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ସହ ସମନ୍ୱୟ ରକ୍ଷା କରିଥିଲା। ଭାରତୀୟ ବାୟୁସେନା (IAF) ପକ୍ଷରୁ ଫୁଲ୍ ଏମର୍ଜେନ୍ସି ଘୋଷଣା କରାଯାଇଥିଲା । ଏହାପରେ ଜରୁରୀକାଳୀନ ପ୍ରକ୍ରିୟା ଆରମ୍ଭ ହେବା ସହ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଅନ୍ୟ ଉଦ୍ଧାରକାରୀ ଦଳକୁ ହାଇ ଆଲର୍ଟରେ ରଖାଯାଇଥିଲା ।
ରନୱେ ଉପରେ କମ୍ ଉଚ୍ଚତାରେ ଉଡ଼ିଲା ବିମାନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନଟିକୁ ରନୱେ ଉପରେ କମ୍ ଉଚ୍ଚତାରେ ଉଡ଼ାଯାଇଥିଲା । ଏହାଦ୍ୱାରା ଲ୍ୟାଣ୍ଡିଂ ଗିୟର୍ର ସ୍ଥିତି ଯାଞ୍ଚ କରାଯାଇଥିଲା । ଏହାପରେ ସକାଳ ୯ଟା ୦୪ ମିନିଟ୍ରେ ବିମାନଟି ପୁଣେ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ।
ଅବତରଣ ପରେ ବିମାନରେ ଏରୋବ୍ରିଜ୍ ସଂଯୋଗ କରାଯାଇଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ପରେ ତିନୋଟି ଅଗ୍ନିଶମ ଗାଡ଼ି ଓ ଦୁଇଟି ଆମ୍ବୁଲାନ୍ସ ସହାୟତାରେ ବିମାନଟିକୁ 'ବେ ନମ୍ବର ୭'କୁ ନିଆଯାଇଥିଲା । ବିମାନ ସୁରକ୍ଷିତ ଥିବା ନିଶ୍ଚିତ ହେବା ପରେ ସକାଳ ୯ଟା ୧୦ ମିନିଟ୍ରେ ATC ପକ୍ଷରୁ ଫୁଲ୍ ଏମର୍ଜେନ୍ସି ପ୍ରତ୍ୟାହାର କରାଯାଇଥିଲା ।
ପୁଣେ ବିମାନବନ୍ଦର ପ୍ରଶାସନ କହିଛି ଯେ, ଏହି ସମ୍ପୂର୍ଣ୍ଣ ଅପରେସନ୍ ଭାରତୀୟ ବାୟୁସେନା, ATC, ଇଣ୍ଡିଗୋ ଏବଂ ଅନ୍ୟ ଜରୁରୀକାଳୀନ ଏଜେନ୍ସିଗୁଡ଼ିକର ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି ସମୟରେ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା । ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଇଣ୍ଡିଗୋ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇନାହିଁ ।

Related Topics
Explore more stories