Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pilot Announcement Viral / ବିମାନ ବିଳମ୍ବ ମଧ୍ୟରେ ଇଣ୍ଡିଗୋ ପାଇଲଟଙ୍କ ଇମୋସନାଲ ମେସେଜ ଭାଇରାଲ: ଯାତ୍ରୀ ବି କଲେ ପ୍ରଶଂସା

Ritu Das
Browse all articles by Ritu Das
·7 months ago·2 min read
ବିମାନ ବିଳମ୍ବ ମଧ୍ୟରେ ଇଣ୍ଡିଗୋ ପାଇଲଟଙ୍କ ଇମୋସନାଲ ମେସେଜ ଭାଇରାଲ: ଯାତ୍ରୀ ବି କଲେ ପ୍ରଶଂସା
Indigo

Key Points

କ୍ୟାପଟେନ କ୍ରିଷ୍ଣନ ଶାନ୍ତ ଭାବେ କହିଥିଲେ ଯେ, ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସେ ସମ୍ପୂର୍ଣ୍ଣ ବୁଝନ୍ତି ଏବଂ କୌଣସି ନୂତନ ସୂଚନା ପାଇବା ମାତ୍ରେ ସେ ଯାତ୍ରୀମାନଙ୍କୁ ତୁରନ୍ତ ସୂଚନା ଦେବେ।
ଇଣ୍ଡିଗୋ ବିମାନର ପାଇଲଟ ଆଜି ବିମାନରେ ଥିବା ଯାତ୍ରୀଙ୍କ ହୃଦୟ ଜିତିଛନ୍ତି। ବିମାନର ନିରନ୍ତର ବିଳମ୍ବ ଏବଂ ବାତିଲ ମଧ୍ୟରେ, ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କୁ ନିଶ୍ଚିତ ଖୁସି ଲାଗିବ। ଭିଡିଓରେ ଇଣ୍ଡିଗୋ ପାଇଲଟ କ୍ୟାପଟେନ ପ୍ରଦୀପ କ୍ରିଷ୍ଣନ ବିମାନରେ ଠିଆ ହୋଇ ଯାତ୍ରୀମାନଙ୍କୁ ବିନମ୍ରତାର ସହିତ କ୍ଷମା ମାଗୁଥିବାର ଦେଖାଯାଇଛି। ସେ ତାମିଲ ଭାଷାରେ ତାଙ୍କର ବାର୍ତ୍ତା ପ୍ରଦାନ କରିବା ସମୟରେ, ବିମାନରେ ଥିବା ଯାତ୍ରୀମାନେ ଭାବପ୍ରବଣ ହୋଇ ତାଙ୍କ ଆନ୍ତରିକତା ପାଇଁ କରତାଳିରେ ଅଭିଭୂତ ହୋଇଯାଇଥିଲେ। ପାଇଲଟ କ୍ରିଷ୍ଣନ ଦେଖିବାକୁ ଯେତିକି ହ୍ୟାଣ୍ଡସମ ତା'ଠାରୁ ଅଧିକ ଭଲ ଲୋକଙ୍କ ସହ କଥା ହେବା ଷ୍ଟାଇଲ।



ଏହାସହ ପଢ଼ନ୍ତୁ: ୮୨୭ କୋଟି ଟଙ୍କାର ରିଫଣ୍ଡ କାମ ଆରମ୍ଭ କଲା ଇଣ୍ଡିଗୋ, ଅବଶିଷ୍ଟ ଖୁବଶୀଘ୍ର ଜାରି କରିବ କମ୍ପାନୀ

କ୍ୟାପଟେନ କ୍ରିଷ୍ଣନ ଶାନ୍ତ ଭାବେ କହିଥିଲେ ଯେ, ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ସେ ସମ୍ପୂର୍ଣ୍ଣ ବୁଝନ୍ତି ଏବଂ କୌଣସି ନୂତନ ସୂଚନା ପାଇବା ମାତ୍ରେ ସେ ଯାତ୍ରୀମାନଙ୍କୁ ତୁରନ୍ତ ସୂଚନା ଦେବେ। ଭିଡିଓରେ ଦର୍ଶାଯାଇଛି ଯେ ତାଙ୍କ କଥା ଯାତ୍ରୀମାନଙ୍କ ଚାପକୁ କମ କରିଥିଲା, କାରଣ ଏପରି ବିଳମ୍ବ ସମୟରେ ବିମାନ କର୍ମଚାରୀମାନଙ୍କ ଠାରୁ ସାଧାରଣତଃ ବହୁତ କମ ଯୋଗାଯୋଗ ହୁଏ।

ସେ ଭିଡିଓ ସହିତ ଏକ ବାର୍ତ୍ତା ମଧ୍ୟ ଶେୟାର କରିଛନ୍ତି, ସ୍ବୀକାର କରିଛନ୍ତି ଯେ ବିମାନ ବିଳମ୍ବ ଯୋଗୁ ଏକ ଗୁରୁତ୍ୱପୂର୍ଣ୍ଣ ମିଟିଂ, କାର୍ଯ୍ୟକ୍ରମ କିମ୍ବା ବ୍ୟକ୍ତିଗତ କାର୍ଯ୍ୟ ହରାଇବା ପ୍ରକୃତରେ ଦୁଃଖଦାୟକ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଧର୍ମଘଟରେ ନାହାନ୍ତି କିମ୍ବା ଜାଣିଶୁଣି ବିମାନ ବିଳମ୍ବ କରୁନାହାନ୍ତି। ତାଙ୍କ ନିଜ ବିମାନ ମଧ୍ୟ ବିଳମ୍ବ ହୋଇଥିଲା, ଏବଂ ସେ ଯାତ୍ରୀମାନଙ୍କ କଷ୍ଟକୁ ବୁଝିପାରୁଛନ୍ତି। କିନ୍ତୁ ଆମେ ଧୈର୍ଯ୍ୟ ଧରିବା ରାଗିବା ଏହାର କୌଣସି ସମାଧାନ ନୁହେଁ। ଆଉ ଯାତ୍ରୀମାନେ ତାଙ୍କ କଥାକୁ ବୁଝିପାରିଥିଲେ।

ଏହାସହ ପଢ଼ନ୍ତୁ: କ'ଣ ପାଇଁ ବାତିଲ ହେଉଛି ଶହ ଶହ ଇଣ୍ଡିଗୋ ବିମାନ ?

କ୍ୟାପଟେନ ତାଙ୍କ ବାର୍ତ୍ତାରେ ଗ୍ରାଉଣ୍ଡ ଷ୍ଟାଫ ବିଷୟରେ ବିଶେଷ ଭାବରେ ଉଲ୍ଲେଖ କରିଛନ୍ତି। ସେ କହିଥିଲେ ଯେ ସେମାନେ ମଧ୍ୟ ଯାତ୍ରୀମାନଙ୍କୁ ଶୀଘ୍ର ଘରକୁ ପଠାଇବାକୁ ଚାହାନ୍ତି, ତେଣୁ ରାଗିବା ପରିବର୍ତ୍ତେ, ସେମାନଙ୍କୁ ଧୈର୍ଯ୍ୟର ସହିତ କଥା ହେବା ଉଚିତ। ଯାତ୍ରୀମାନଙ୍କ ପାଇଁ ଏହି କଷ୍ଟକର ସମୟରେ ପାଇଲଟଙ୍କ ଆଚରଣକୁ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଇଥିଲା।

ଭିଡିଓଟି ପ୍ରକାଶ ପାଇବା ପରେ, ହଜାର ହଜାର ଲୋକ ସୋସିଆଲ ମିଡିଆରେ କ୍ୟାପଟେନ କ୍ରିଷ୍ଣନଙ୍କ ପ୍ରଶଂସା କରିଥିଲେ। ଅନେକ ୟୁଜର୍ସ ଲେଖିଛନ୍ତି ଯେ ଏପରି ସଚ୍ଚୋଟ ଏବଂ ସମ୍ବେଦନଶୀଳ ପାଇଲଟଙ୍କୁ ଦେଖି ଖୁସି ଲାଗିଲା। ଯାହାହେଉ ଯାତ୍ରୀମାନଙ୍କୁ ସାନ୍ତ୍ବନା ତ ଦେଉଥିଲେ। ଅନ୍ୟମାନେ କହିଛନ୍ତି ଯେ ଏହି ଭାବପ୍ରବଣ ସମ୍ବୋଧନ ସେମାନଙ୍କର ହତାଶାକୁ କମ କରିଛି। ପାଇଲଟ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ ଯାତ୍ରୀମାନଙ୍କ ଯନ୍ତ୍ରଣାକୁ ସ୍ବୀକାର କରିବାରୁ ଅନେକ ପ୍ରଭାବିତ ହୋଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IndiGo Pilot’s Emotional Message Goes Viral Amid Flight Delay | Argus News