Baby Death / ୧୦ବର୍ଷ ପରେ ମିଳିଥିବା ଖୁସିକୁ ଛଡ଼ାଇନେଲା ଦୂଷିତ ନଳ ପାଣି
·8 months ago·2 min read

Key Points
କ୍ଷୀରରେ ଟ୍ୟାପ୍ ପାଣି ମିଶାଇବା ହେଲା କାଳ ।
୧୦ବର୍ଷ ପରେ ମିଳିଥିବା ଖୁସିକୁ ଛଡ଼ାଇନେଲା ଦୂଷିତ ନଳ ପାଣି ।
୧୦ବର୍ଷ ପରେ ମିଳିଥିବା ଖୁସିକୁ ଛଡ଼ାଇନେଲା ଦୂଷିତ ନଳ ପାଣି ।
କ୍ଷୀରରେ ଟ୍ୟାପ୍ ପାଣି ମିଶାଇବା ହେଲା କାଳ । ୧୦ବର୍ଷ ପରେ ମିଳିଥିବା ଖୁସିକୁ ଛଡ଼ାଇନେଲା ଦୂଷିତ ନଳ ପାଣି । ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋରର ଭାଗୀରଥପୁରାରେ ଜଳ ସଙ୍କଟର ସବୁଠାରୁ ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି । ଏଠାରେ, ୬ମାସର ଶିଶୁ ଅଭ୍ୟାନ ଦୂଷିତ ପାଣି ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ନଗର ନିଗମର ଟ୍ୟାପରୁ ଆସୁଥିବା ପାଣି ପିଲା ପାଇଁ 'ବିଷ' ପାଲଟିଛି । ବିବାହର ୧୦ବର୍ଷ ପରେ ହୋଇଥିଲା ପୁଅ। ମା’ର ଗୋଟାଏ ଭୁଲ ନେଇଗଲା ପୁଅର ଜୀବନ । ଗାଢ଼ କ୍ଷୀରକୁ ପତଳା କରିବା ପାଇଁ ସେଥିରେ ନଳ ପାଣି ମିଶାଇବା ହେଲା କାଳ ।
ଭାଗୀରଥପୁରାର ଜଣେ ବାସିନ୍ଦା କହିଛନ୍ତି ଯେ, "ଆମ ୬ମାସର ପୁଅ ଅଭ୍ୟାନ୍ କିଛି ଦିନ ପୂର୍ବରୁ ବାନ୍ତି ଏବଂ ଝାଡ଼ାର ଲକ୍ଷଣ ଦେଖାଇଥିଲା । ଏହି ଲକ୍ଷଣ ଦେଖି ତାଙ୍କୁ ଆମେ ଶିଶୁ ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇଥିଲୁ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ପୁଅକୁ ଘରେ ଔଷଧ ଦିଆଯାଉଥିଲା। ଆମେ ବଜାରରୁ କ୍ଷୀର କିଣି ତାକୁ ଖାଇବାକୁ ଦେବା ଆରମ୍ଭ କଲୁ । କ୍ଷୀର ଗାଢ଼ ଥିବାରୁ, ଆମେ ଏହାକୁ ପତଳା କରିବା ପାଇଁ ନଗର ନିଗମର ଟ୍ୟାପ୍ ସଂଯୋଗରୁ ଆସୁଥିବା ପାଣି କ୍ଷୀରରେ ମିଶାଇଥିଲୁ ।"
ଏଥିସହ ପଢ଼ନ୍ତୁ: ନୂଆ ବର୍ଷରେ ସେନା ମୁଖ୍ୟଙ୍କ ବଡ଼ ବୟାନ, ଏବେ ବି ଜାରି ରହିଛି 'ଅପରେସନ୍ ସିନ୍ଦୂର
ମୃତକଙ୍କ ବାପା ଆହୁରି କହିଛନ୍ତି ଯେ, ପୁଅକୁ ଟ୍ୟାପ୍ ପାଣି ମିଶା କ୍ଷୀର ଦେବା ଆମର ସବୁଠୁ ବଡ଼ ଭୁଲ ଥିଲା । କ୍ଷୀର ପିଇବା ପରେ ଝାଡ଼ା-ବାନ୍ତି ବଢ଼ିବା ସହ ଆମ ପୁଅ ଆମକୁ ଛାଡ଼ି ଚାଲିଯାଇଥିଲା । ଦୂଷିତ ପାଣି ଦ୍ଵାରା ପ୍ରଭାବିତ ହେଲେଣି ୧୧୦୦ଲୋକ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ଗତ ସପ୍ତାହ ମଧ୍ୟରେ ଭାଗୀରଥପୁରାରେ କୌଣସି ନା କୌଣସି ପ୍ରକାରେ ୧୧୦୦ ରୁ ଅଧିକ ଲୋକ ବାନ୍ତି ଏବଂ ଝାଡ଼ାରେ ଆକ୍ରାନ୍ତ ହୋଇଛନ୍ତି, ଯେଉଁଥିରୁ ପ୍ରାୟ ୧୫୦ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଲିକ୍ ହେବା ଫଳରେ ନର୍ଦ୍ଦମା ପାଣି ପାନୀୟ ଜଳ ପାଇପଲାଇନରେ ମିଶିଥିଲା, ଯାହା ଫଳରେ ଭାଗୀରଥପୁରାରେ ରୋଗ ବ୍ୟାପିଥିଲା। ଭାଗୀରଥପୁର ଅଞ୍ଚଳରେ ଦୂଷିତ ପାନୀୟ ଜଳ ଯୋଗୁଁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୧୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
Related Topics
Explore more stories