Operation Sindoor / ନୂଆ ବର୍ଷରେ ସେନା ମୁଖ୍ୟଙ୍କ ବଡ଼ ବୟାନ, ଏବେ ବି ଜାରି ରହିଛି 'ଅପରେସନ୍ ସିନ୍ଦୂର'
·6 months ago·2 min read

Key Points
ନୂଆ ବର୍ଷରେ ସେନା ମୁଖ୍ୟଙ୍କ ବଡ଼ ବୟାନ
ପାକିସ୍ତାନକୁ ଦେଲେ କଡ଼ା ସନ୍ଦେଶ
ଏବେ ବି ଜାରି ରହିଛି ଅପରେସନ୍ ସିନ୍ଦୂର
ପାକିସ୍ତାନକୁ ଦେଲେ କଡ଼ା ସନ୍ଦେଶ
ଏବେ ବି ଜାରି ରହିଛି ଅପରେସନ୍ ସିନ୍ଦୂର
ଗତ ବର୍ଷ ପାକିସ୍ତାନୀ ଆତଙ୍କବାଦୀମାନେ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନେକ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହାର ପ୍ରତିଶୋଧରେ ଭାରତ ଆରମ୍ଭ କରିଥିଲା ଅପରେସନ୍ ସିନ୍ଦୂର । ଭାରତୀୟ ସେନା ପାକିସ୍ତାନରେ ପ୍ରବେଶ କରି ଏକାଧିକ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରି ଦେଇଥିଲା । ଅପରେସନ୍ ସିନ୍ଦୂରରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହନ ହୋଇଥିଲେ । ଆଉ ଏବେ ନୂତନ ବର୍ଷ ଆରମ୍ଭ ହେବା ସହିତ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛନ୍ତି ।
ସେନା ମୁଖ୍ୟ (COAS) ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଗୁରୁବାର ଦେଶବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସେ ଅପରେସନ ସିନ୍ଦୂର ଅଧୀନରେ ଭାରତର ଦ୍ରୁତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଏହି ଅଭିଯାନ ଏବେ ବି ଜାରି ରହିଛି । ଏକ ପୋଷ୍ଟରେ, ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଉଲ୍ଲେଖ କରିଥିଲେ ଯେ ଭାରତୀୟ ସେନା ଏକ ଦଶନ୍ଧିର ପରିବର୍ତ୍ତନ ଦେଇ ଗତି କରୁଛି । ସେ ସଂଯୁକ୍ତତା, ଆତ୍ମର୍ନିଭରତା ଏବଂ ନବସୃଜନକୁ ଭାରତର ପ୍ରତିରକ୍ଷା ରଣନୀତିର ସ୍ତମ୍ଭ ଭାବରେ ବର୍ଣ୍ଣନା କରିଥିଲେ । ଭବିଷ୍ୟତ ପାଇଁ ସେନାକୁ ପ୍ରସ୍ତୁତ କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ଚିନ୍ତାଧାରା ଗ୍ରହଣ କରିବାକୁ ଦ୍ୱିବେଦୀ ଆହ୍ୱାନ କରିଥିଲେ ।
ସେନା ମୁଖ୍ୟ କହିଛନ୍ତି, "୨୦୨୬ ମସିହାର ଶୁଭ ଅବସରରେ ଭାରତୀୟ ସେନା ପକ୍ଷରୁ ମୁଁ ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଏହି ନୂତନ ବର୍ଷ ଆପଣଙ୍କ ଏବଂ ଆପଣଙ୍କ ପରିବାର ପାଇଁ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ଆଣିଦେଉ । ଭାରତୀୟ ସେନା ଅତ୍ୟନ୍ତ ସତର୍କତା ଏବଂ ଦୃଢ଼ତାର ସହିତ ରାଷ୍ଟ୍ରର ସୁରକ୍ଷା ସୁନିଶ୍ଚିତ କରୁଛି ।"
ଅପରେସନ ସିନ୍ଦୂର ସମ୍ପର୍କରେ ଭାଷଣ ଦେଇ ଜେନେରାଲ ଦ୍ୱିବେଦୀ କହିଥିଲେ ଯେ ଗତ ବର୍ଷ ଅପରେସନ ସିନ୍ଦୂର ଅଧୀନରେ ଦୃଢ଼ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଶତ୍ରୁକୁ ଉପଯୁକ୍ତ ଜବାବ ଦିଆଯାଇଥିଲା । ଆଜି ବି ଅପରେସନ୍ ସିନ୍ଦୂର ଜାରି ରହିଛି । ସୀମାରେ ସତର୍କତା ବଜାୟ ରଖିବା ବ୍ୟତୀତ, ସେନା ବିପର୍ଯ୍ୟୟ ସମୟରେ ଦ୍ରୁତ ପ୍ରତିକ୍ରିୟା ଏବଂ ଦେଶ ମଧ୍ୟରେ ରାଷ୍ଟ୍ର ନିର୍ମାଣ ପ୍ରୟାସ ମାଧ୍ୟମରେ ଜାତୀୟ ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ୭ ମେ' ୨୦୨୫ରେ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଏହି ଅପରେସନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories