Videos
|
National

SC on Indore Metro vs Parrot Nest Case / ଇନ୍ଦୋର ମେଟ୍ରୋ ବନାମ ଶୁଆ ବସା ମାମାଲାରୁ ଦୂରେଇଲେ ସୁପ୍ରିମକୋର୍ଟ; ଆବେଦନକାରୀଙ୍କୁ କହିଲେ ଯାଅ ହାଇକୋର୍ଟ

Subhramjit Ray
Browse all articles by Subhramjit Ray
·2 hours ago·2 min read
ଇନ୍ଦୋର ମେଟ୍ରୋ ବନାମ ଶୁଆ ବସା ମାମାଲାରୁ ଦୂରେଇଲେ ସୁପ୍ରିମକୋର୍ଟ; ଆବେଦନକାରୀଙ୍କୁ କହିଲେ ଯାଅ ହାଇକୋର୍ଟ
SC on Indore Metro vs Parrot Nest Case

Key Points

ଇନ୍ଦୋର ମେଟ୍ରୋ ପ୍ରକଳ୍ପ ପାଇଁ ଶୁକ ପକ୍ଷୀ ଗଛ କାଟିବା ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ପରିବେଶ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହେଲେ, ସହରରେ ଟ୍ରାଫିକ ଭିଡ଼ ହ୍ରାସ କରିବା ପାଇଁ ମେଟ୍ରୋ ମଧ୍ୟ ଅତ୍ୟାବଶ୍ୟକ।
ଇନ୍ଦୋର ମେଟ୍ରୋ ପ୍ରକଳ୍ପ ପାଇଁ ଗଛ କାଟିବା ସହିତ ଜଡି଼ତ ଏକ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ଯେଉଁ ଗଛ ବହୁ ସଂଖ୍ୟକ ଶୁଆଙ୍କ ବାସସ୍ଥାନ ବୋଲି କୁହାଯାଏ। ଏନେଇ କୋର୍ଟ କହିଛନ୍ତି ଯେ ପରିବେଶଗତ ଚିନ୍ତାର ସମାଧାନ କରାଯିବା ଆବଶ୍ୟକ। ହେଲେ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ସହରୀକରଣ ମଧ୍ୟରେ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଣଦେଖା କରାଯାଇ ପାରିବ ନାହିଁ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ପାଖରେ ଆବେଦନ କରିବାର ସ୍ୱାଧିନତା ପ୍ରଦାନ କରିଛନ୍ତି।

କ’ଣ କହିଥିଲେ ସୁପ୍ରିମକୋର୍ଟ?
ଏହି ମାମଲା ଇନ୍ଦୋର ମେଟ୍ରୋ ପ୍ରକଳ୍ପ ପାଇଁ ଶୁଆଙ୍କ ବାସସ୍ଥାନ କୁହାଯାଉଥିବା ଗଛକୁ କାଟିବା ସହିତ ଜଡିତ ରହିଥିଲା। ଆବେଦନକାରୀ ଅଦାଲତରେ କହିଥିଲେ ଯେ ପ୍ରଳଳ୍ପ ସ୍ଥାନରେ କେବଳ ୪୫-୪୮ ଗଛ ରହିଛି। ଏହାକୁ ସଂରକ୍ଷଣ କିମ୍ବା ପ୍ରତିରୋପଣ କରାଯିବାର ଆବଶ୍ୟକତା ରହିଛି। ଆବେଦନକାରୀ ଏହା ମଧ୍ୟ ଯୁକ୍ତି ଦେଇଥିଲେ ଯେ ଶୁଆ, କୌଣସି ଗଛ ଗଣ୍ଡିରେ ପ୍ରାକୃତିକ ଭାବରେ ହେଉଥିବା ଗାତରେ ବସା କରିଥାନ୍ତି। ଏପରି ଗଛକୁ କାଟିବା ସେମାନଙ୍କ ପ୍ରାକୃତିକ ବାସସ୍ଥାନ ପ୍ରଭାବିତ ହୋଇପାରେ।

ଏହା ସହ ପଢନ୍ତୁ: ୭୦୦୦ ଗଛକୁ ବଞ୍ଚାଇବା ପାଇଁ ଯୁବକଙ୍କ ଅନନ୍ୟ ଅଭିଯାନ; ସାମ୍ନାରେ ରଖିଲେ ଏହି ଦାବି

କୋର୍ଟ ମେଟ୍ରୋ ସୁବିଧାର ଆବଶ୍ୟକତା ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ
ଶୁଣାଣି ସମୟରେ ସୁପ୍ରିମକୋର୍ଟ ସ୍ୱୀକାର କରିଛନ୍ତି ଯେ ପରିବେଶଗତ ଚିନ୍ତାକୁ ଗମ୍ଭୀରତାର ସହିତ ବିଚାର କରାଯିବା ଆବଶ୍ୟକ। ହେଲେ ତଥାପି ଖଣ୍ଡପୀଠ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଇନ୍ଦୋର ଭଳି ଏକ ଦ୍ରୁତ ବିକାଶଶୀଳ ସହର ପାଇଁ ଯାନବାହନ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ଟ୍ରାଫିକ ଭିଡ଼ କମ କରିବା ପାଇଁ ମେଟ୍ରୋ ଭଳି ଏକ ଆଧୁନିକ ସାର୍ବଜନୀନ ପରିବହନ ବ୍ୟବସ୍ଥାର ଆବଶ୍ୟକ ରହିଛି। କୋର୍ଟ କହିଛନ୍ତି ଯେ ବିକାଶ ଏବଂ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଜରୁରୀ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ହାଇକୋର୍ଟ ଯିବା ପାଇଁ ଖୋଲା ରହିଛି ରାସ୍ତା
ସୁପ୍ରିମକୋର୍ଟ ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଏହା ପରେ, ଆବେଦନକାରୀ ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ଉପଯୁକ୍ତ ଆଇନଗତ ଆଶ୍ରୟ ନେବାକୁ ରାଜି ହୋଇଥିଲେ। ଖଣ୍ଡପୀଠ ନିର୍ଦ୍ଦେଶାବଳୀର କଥିତ ଉଲ୍ଲଂଘନ ଏବଂ ଅନ୍ୟାନ୍ୟ ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ ହାଇକୋର୍ଟ ପାଖକୁ ଯିବାର ସ୍ୱାଧିନତା ଆବେଦନକାରୀଙ୍କୁ ପ୍ରଦାନ କରିଥିଲେ।