ଟିଏମସିର ପ୍ରଭାବଶାଳୀ ନେତା ଶାହାଜାହାନ୍ ଶେଖ ଗିରଫ
·2 years ago

ଅର୍ଗସ ବ୍ୟୁରୋ : ଗିରଫ ହେଲେ ସନ୍ଦେଶଖାଲି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଟିଏମସି ନେତା ଶାହାଜାହାନ୍ ଶେଖ। ଘଟଣାର ୫୫ଦିନ ପରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ପୁଲିସ ଶାହାଜାହାନଙ୍କୁ ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣାରୁ ଗିରଫ କରିଥିଲା। ଗୁରୁବାର ତାଙ୍କୁ କୋର୍ଟରେ ହାଜର କରାଯିବ।
ଅଧିକ ପଢନ୍ତୁ ଭାରତ ଖବର
ଶାହାଜାହାନ ଟିଏମସିର ଜଣେ ପ୍ରଭାବଶାଳୀ ନେତା। ଜାନୁଆରୀ ୫ତାରିଖରେ ରାସନ ବଣ୍ଟନ ଦୁର୍ନୀତିରେ ପଚରାଉଚରା କରିବା ପାଇଁ ଶାହାଜାହାନଙ୍କ ଘରେ ଇଡ଼ି ପହଂଚିଥିଲା। ତାଙ୍କ ସହଯୋଗୀ ମାନେ ଇଡ଼ି ଟିମ ଉପରେ ଆକ୍ରମଣ କରିଥିଲେ। ପରେ ଇଡ଼ି ଶାହାଜାହାନଙ୍କୁ ପଚରାଉଚରା କରିବା ପାଇଁ ବାରମ୍ବାର ନୋଟିସ୍ କରଥିଲା। ହେଲେ ଇଡି ଅଧିକାରୀଙ୍କୁ ଉପରେ ଆକ୍ରମଣ କରି ଶାହାଜାହାନ ହାଜର ହୋଇନଥିଲେ। ଏହାପରେ ଗତ ସୋମବାର ଦିନ ଆସନ୍ତା ୪ ତାରିଖ ସୁଦ୍ଧା ଶାହାଜାହନଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: