Videos
|
National

INS Malvan / ୩୫୦ ବର୍ଷ ପରେ ଫେରିଲା ଛତ୍ରପତିଙ୍କ ରଣନୀତି! ସେବାରେ ସାମିଲ 'INS ମାଲବନ', କ'ଣ ରହିଛି ଏହାର କାହାଣୀ?

Subhramjit Ray
Browse all articles by Subhramjit Ray
·1 hour ago·3 min read
୩୫୦ ବର୍ଷ ପରେ ଫେରିଲା ଛତ୍ରପତିଙ୍କ ରଣନୀତି! ସେବାରେ ସାମିଲ 'INS ମାଲବନ', କ'ଣ ରହିଛି ଏହାର କାହାଣୀ?
INS Malvan

Key Points

ଭାରତୀୟ ନୌସେନାରେ ସାମିଲ ହୋଇଥିବା INS "ମାଲବନ" ଏକ ସ୍ୱଦେଶୀ ଆଣ୍ଟି-ସବମେରିନ୍ ଯୁଦ୍ଧଜାହାଜ, ଯାହାକୁ ଶତ୍ରୁ ପକ୍ଷର ବୁଡ଼ାଜାହାଜକୁ ଚିହ୍ନଟ ଏବଂ ଆକ୍ରମଣ କରିବା ପାଇଁ ଡିଜାଇନ୍ କରାଯାଇଛି।
  • INS Malvan Indian Navy: କୁହାଯାଏ ଇତିହାସ ନିଜେ ନିଜକୁ ଦୋହରାଏ। ଏକଥା ଏବେ ସତ୍ୟରେ ପରିଣତ ହୋଇଛି। ଭାରତୀୟ ନୌସେନା ଏହାକୁ ସଫଳତାର ସହ କରି ଦେଖାଇଛି। ୨୦୨୬ ଜୁଲାଇ ୨୨ ତାରିଖରେ ଛତ୍ରପତି ଶିବାଜୀ ମହାରାଜଙ୍କ ସହ ଜଡ଼ିତକ ସପ୍ତଦଶ ଶତାବ୍ଦୀର ରାଜତ୍ୱ ସହିତ ଜଡିତ ଏକ ଆଣ୍ଟି-ସବମେରିନ୍ ଜାହାଜକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି।ଯାହାର ନାଁ ହେଉଛି "ଆଇଏନଏସ ମାଲବନ" (INS Malvan)। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏବଂ ନିର୍ମିତ ମାହେ-ଶ୍ରେଣୀର (Indian Navy Mahe Class Ships), "ଆଣ୍ଟି-ସବମେରିନ୍ ୱାରଫେୟାର ସେଲୋ ୱାଟର କ୍ରାଫ୍ଟ" (Anti-Submarine Warfare Shallow Water Craft)।


  • ଏହି ଯୁଦ୍ଧଜାହାଜ ଭାରତର ଗଭୀର ସାମୁଦ୍ରିକ କ୍ଷମତାକୁ ବୃଦ୍ଧି କରିବ। ଏହାକୁ ଶତ୍ରୁ ବୁଡ଼ାଜାହାଜକୁ ଚିହ୍ନଟ କରିବା ଏବଂ ଆବଶ୍ୟକ ହେଲେ ଆକ୍ରମଣ କରିବା ପାଇଁ ଡିଜାଇନ୍ କରାଯାଇଛି। "INS ମାଲବନ" ଭାରତୀୟ ନୌସେନାର ପୂର୍ବତନ "ଇନ୍‌ଶୋର ମାଇନ୍ସୱିପର ମାଲବନ" (Inshore Minesweeper Vessel Malvan) ନାମରେ ନାମିତ ହୋଇଛି। ଯାହାକୁ ୧୯ ବର୍ଷର ଗୌରବମୟ ସେବା ପରେ ଗତ ୨୦୦୩ ରେ ସେବାମୁକ୍ତ କରାଯାଇଥିଲା।

    ଏହା ସହ ପଢନ୍ତୁ: ଅଷ୍ଟ୍ରେଲିଆ ଆକାଶରେ ଗର୍ଜିବ ରାଫେଲ; ଶକ୍ତି ପ୍ରଦର୍ଶନ ଭାରତୀୟ ବାୟୁସେନା

    ଛତ୍ରପତି ଶିବାଜୀ ମହାରାଜଙ୍କ ସେନା ସହିତ କ'ଣ ରହିଛି ଏହାର ସମ୍ପର୍କ?
    ଏହି ଯୁଦ୍ଧଜାହାଜର ନାମର ମଧ୍ୟ ଏକ ସ୍ୱତନ୍ତ୍ର କାହାଣୀ ଅଛି। ସପ୍ତଦଶ ଶତାବ୍ଦୀରେ, ଯେତେବେଳେ ବିଦେଶୀ ନୌସେନା ଭାରତର ଉପକୂଳ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜ ମହାରାଷ୍ଟ୍ରର ମାଲବନ ଉପକୂଳରେ ଏକ ଅଭେଦ୍ୟ ଦୁର୍ଗ ନିର୍ମାଣ କରିଥିଲେ। ଏହି ଦୁର୍ଗର ନାମ ସିନ୍ଧୁଦୁର୍ଗ ଥିଲା। ଶିବାଜୀଙ୍କ ସୈନ୍ୟବାହିନୀ ଏହି ଦୁର୍ଗରେ ନିୟୋଜିତ ରହୁଥିଲେ। ଏହି ଦୁର୍ଗ ମଧ୍ୟରୁ ସେମାନେ ସମଗ୍ର ମାଲବନ ଉପକୂଳକୁ ସୁରକ୍ଷା ଦେଇଥିଲେ। ଛତ୍ରପତି ଶିବାଜୀଙ୍କ ସୈନ୍ୟବାହିନୀ କୂଳରେ ପହଞ୍ଚିବା ପୂର୍ବରୁ ଶତ୍ରୁ ପକ୍ଷକୁ ପାଣିରେ ଧ୍ୱଂସ କରି ଦେଉଲେ। ବର୍ତ୍ତମାନ ପ୍ରାୟ ୩୫୦ ବର୍ଷ ପରେ ଭାରତୀୟ ନୌସେନା ଏହି ଜାହାଜର ନାମ "ମାଲବନ" ରଖିଛି। ଏହି ଯୁଦ୍ଧଜାହାଜର ପ୍ରାୟ ସମାନ ଲକ୍ଷ୍ୟ ରହିଛି, ତାହା ହେଉଛି ଗଭୀର ସମୁଦ୍ରରେ ଶତ୍ରୁ ପକ୍ଷକୁ ଧ୍ୱଂସ କରିବା।

    କାହିଁକି ସ୍ୱତନ୍ତ୍ର "INS ମାଲବନ" ଯୁଦ୍ଧଜାହାଜ?
    ଯେତେବେଳେ କୌଣସି ଦେଶର ନୌସେନା ବିଷୟରେ ଆଲୋଚନା କରାଯାଏ, ସେତେବେଳେ ପ୍ରଥମେ ମନେ ପଡ଼ିଥାଏ ବିମାନ ବାହକ ଯୁଦ୍ଧପୋତ। ହେଲେ ବାସ୍ତବରେ, ସମୁଦ୍ରରେ ସବୁଠାରୁ ବଡ଼ ବିପଦ ହେଉଛି ଗୁପ୍ତ ରୂପରେ ପରିଚାଳିତ ହେଉଥିବା ବୁଡ଼ାଜାହାଜ। "INS ମାଲବନ" ଏହି ଦୃଷ୍ଟିରୁ ଅନନ୍ୟ। ଏହା ଏକ ଭାରୀ ଯୁଦ୍ଧଜାହାଜ ନୁହେଁ, ବରଂ ଏକ ଛୋଟ ଏବଂ ହାଲୁକା ଜାହାଜ। ଯାହା ଶତ୍ରୁ ପକ୍ଷର ବୁଡ଼ାଜାହାଜକୁ ଚିହ୍ନଟ କରିପାରିବ ଏବଂ ଏହାର ନୀରବ ଗତି ସଞ୍ଚାଳନ (Water Jet Propulsion) ଜ୍ଞାନୌକୌଶଳ ସହିତ ଏକ ଶକ୍ତିଶାଳୀ ଆକ୍ରମଣ କରିପାରିବ।

    ଉନ୍ନତ ରାଡାର ସହ ସଜ୍ଜିତ ହୋଇଛି ଯୁଦ୍ଧଜାହାଜ?
    "INS ମାଲବନ" ଚୀନ୍ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। କାରଣ ଚୀନ୍ ଏହାର ଗୁପ୍ତ ଜ୍ଞାନକୌଶଳ ଉପରେ ଗର୍ବ କରିଥାଏ। ଚୀନ୍ ପାଖରେ ପାରମ୍ପରିକ ରାଡାର କୁ ଚକମା ଦେଇ ଗାଏବ ହୋଇ ଯାଉଥିବା ବୁଡ଼ାଜାହାଜ ରହିଛି। ହେଲେ ତଥାପି, "INS ମାଲବନ", ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ଗବେଷଣା (DRDO) ଦ୍ୱାରା ବିକଶିତ ଅତ୍ୟନ୍ତ ଉନ୍ନତ "ଅଭୟ ସୋନାର୍ ସିଷ୍ଟମ୍" (Abhaya Sonar System) ସହିତ ସଜ୍ଜିତ ହୋଇଛି।

    ଏହା ସହ ପଢନ୍ତୁ: ଏଣିକି ଭାରତରେ ନିର୍ମିତ ହେବ ଆଇରନ ଡୋମ୍; ଇସ୍ରାଏଲୀ କମ୍ପାନୀ ପକ୍ଷରୁ ଆରମ୍ଭ ହେଲା ପ୍ରୟାସ

    ଏହା ପାଣି ତଳେ ଶବ୍ଦ ତରଙ୍ଗ (Sound Waves) ପଠାଇ ଏକ ଲୁକ୍କାୟିତ ବୁଡ଼ାଜାହାଜର ଏକ 3D ମାନଚିତ୍ର ବନାଇଥାଏ। ଶତ୍ରୁ ପକ୍ଷର ବୁଡ଼ାଜାହାଜର ଅବସ୍ଥିତି ଥରେ ଚିହ୍ନଟ (Submarine Location Lock) ହୋଇଗଲେ, "INS ମାଲଭାନ", RBU-6000 ରକେଟ୍ ଏବଂ ହାଲୁକା ମାଡ଼ କରିଥାଏ। ଏହି ଯୁଦ୍ଧଜାହାଜ ୮୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଏବଂ ଜ୍ଞାନକୌଶଳ ସହାୟତାରେ ନିର୍ମିତ ହୋଇଛି। ଏହା ଦ୍ୱିତୀୟ "ମାହେ" ଶ୍ରେଣୀj ଆଣ୍ଟି-ସବମେରିନ୍ ଯୁଦ୍ଧ ଜାହାଜ, ଯାହାର ପ୍ରବେଶ ନୌସେନାର ଆଣ୍ଟି-ସବମେରିନ୍ ଯୁଦ୍ଧ କ୍ଷମତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored