Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୌସେନାର କମାଲ : ଲୁଟେରାଙ୍କ କବଳରୁ ଇରାନ ଜାହାଜକୁ ଉଦ୍ଧାର କଲା INS ସୁମିତ୍ରା

National

ନୌସେନାର କମାଲ : ଲୁଟେରାଙ୍କ କବଳରୁ ଇରାନ ଜାହାଜକୁ ଉଦ୍ଧାର କଲା INS ସୁମିତ୍ରା

Swayangprajna Mishra
Browse all articles by Swayangprajna Mishra
·2 years ago
ନୌସେନାର କମାଲ : ଲୁଟେରାଙ୍କ କବଳରୁ ଇରାନ ଜାହାଜକୁ ଉଦ୍ଧାର କଲା INS ସୁମିତ୍ରା

ଅର୍ଗସ ବ୍ୟୁରୋ : ଆରବ ସାଗରରେ ନୌସେନାର ପରାକ୍ରମ । ସାମୁଦ୍ରିକ ଲୁଟେରାଙ୍କ କବଳରୁ ଇରାନ ଜାହାଜକୁ ଉଦ୍ଧାର କଲା INS ସୁମିତ୍ରା । କୋଚିରୁ ପଶ୍ଚିମରେ ପ୍ରାୟ ୭୦୦ ନଟିକଲ୍ ମାଇଲ୍ ଦୂରରେ ଇରାନର ଏକ ଜାହାଜକୁ ସୋମାଲିଆ ଲୁଟେରାମାନେ ହାଇଜ୍ୟାକ୍ କରିଥିଲେ । ଏହି ଘଟଣା ପରେ ଇରାନ ପକ୍ଷରୁ ଭାରତୀୟ ନୌସେନାକୁ ସହାୟତା ପାଇଁ ନିବେଦନ କରାଯାଇଥିଲା । ସୂଚନା ମିଳିବା ପରେ ଆରମ୍ଭ ହୋଇଥିଲା ଅପରେସନ ।

ଅଧିକ ପଢନ୍ତୁ ଭାରତ ଖବର

ଜାହାଜକୁ ଉଦ୍ଧାର କରିବା ପାଇଁ ନିଜର ଯୁଦ୍ଧପୋତକୁ ପଠାଇଥିଲା ଭାରତୀୟ ନୌସେନା । ଏହାପରେ ସାମୁଦ୍ରିକ ଲୁଟେରାମାନେ ଛତ୍ରଭଙ୍ଗ ଦେଇଥିଲେ । ନୌସେନାର ଯବାନ ମାନେ ଇରାନର ଏହି ଜାହାଜକୁ ଜଳ ଦଶ୍ୟୁଙ୍କଠାରୁ ମୁକ୍ତ କରିବା ସହ ଏଥିରେ ଥିବା ୧୭ ଜଣଙ୍କୁ ଉଦ୍ଧାର କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
INS Sumitra rescues Iranian ship from pirates | Argus News