Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମରି ଯାଇଥିବା ଉତ୍ସାହକୁ ଜାଗ୍ରତ କରୁଛି ବଲିଉଡର ଏହି ଫିଲ୍ମ ...

National

ମରି ଯାଇଥିବା ଉତ୍ସାହକୁ ଜାଗ୍ରତ କରୁଛି ବଲିଉଡର ଏହି ଫିଲ୍ମ ...

Rashmita Mishra
Browse all articles by Rashmita Mishra
·2 years ago·2 min read
ମରି ଯାଇଥିବା ଉତ୍ସାହକୁ ଜାଗ୍ରତ କରୁଛି ବଲିଉଡର ଏହି ଫିଲ୍ମ ...

ନୂଆଦିଲ୍ଲୀ:  ବଲିଉଡର  ଅନେକ ଚଳଚ୍ଚିତ୍ର ଅଛି ଯାହାକୁ  ଦେଖିଲା ପରେ କିଛି ପ୍ରେରଣା ମିଳିଥାଏ ଓ ଜୀବନର ଅନେକ କିଛି ବଦଳାଇପାରେ । 12th ଫେଲ ଠାରୁ 3 ଇଡିଅଟ୍ସ  ପର୍ଯ୍ୟନ୍ତ ଅନେକ ବଲିଉଡ ଚଳଚ୍ଚିତ୍ର ଅଛି ଯାହା ଦେଖିବା ପରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଆସିଥାଏ । ଏହି ଚଳଚ୍ଚିତ୍ରଗୁଡିକ ଦେଖିବା ମନରେ କିଛି କରିବାକୁ ଆଗ୍ରହ ଆସେ । 
ଦ୍ୱାଦଶ ଫେଲର କାହାଣୀ ଦର୍ଶକ ମାନଙ୍କ ହୃଦୟକୁ ଛୁଇିଁଛି । ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟ ମଧ୍ୟ ଲୋକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛି । ଆଇପିଏସ୍ ଅଧିକାରୀ ମନୋଜ କୁମାର ଶର୍ମା ଏବଂ ଆଇଏଏସ ଅଧିକାରୀ ଶ୍ରଦ୍ଧା ଯୋଶୀଙ୍କ ଜୀବନୀ ଉପରେ ଆଧାର କରି ବିକ୍ରାନ୍ତ ମାସେ, ମେଧା ଶଙ୍କର, ଅନନ୍ତ ଭି ଯୋଶୀ, ଅନସୁମାନ ପୁଷ୍କର ଏବଂ ପ୍ରିୟଙ୍କା ଚାଟାର୍ଜୀଙ୍କ ଭଳି ଅନେକ ସନ୍ଦର ଅଭିନେତା ସେମାନଙ୍କ ଚରିତ୍ରର କାହାଣୀକୁ ଜୀବନ୍ତ ଵନେଇଛନ୍ତି । ବିଦୁ ବିନୋଦ ଚୋପ୍ରାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ବ୍ୟତୀତ ଅନେକ ବଲିଉଡ ଫିଲ୍ମ ଅଛି ଯାହା ଦେଖିବା ପରେ ଆପଣଙ୍କୁ ଏକ ଭିନ୍ନ ପ୍ରେରଣା ଦେଇଥାଏ । ଏହାକୁ ନିଶ୍ଚିତ ଦେଖିଵା ଆଵଶ୍ୟକ । 
12th ଫେଲ 


ପ୍ରତ୍ୟେକ ପିଲା ନିଜ ପରିବାର ସହିତ ଥରେ ଦ୍ୱାଦଶ ଫେଲ  ଫିଲ୍ମ ଦେଖିବା ଉଚିତ୍ । ଆଇପିଏସ୍ ମନୋଜ ଶର୍ମାଙ୍କର ବାସ୍ତବ ଜୀବନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରୁ ଅନେକ କିଛି ଶିଖିବାକୁ  ଅଛି । ଜଣେ ବାଳକ ଏକ ଛୋଟ ଗାଁର ହୋଇଥିଲେ ମଧ୍ୟ ଦ୍ୱାଦଶ ପାସ୍ କରିବା ପରେ କଠିନ ପରିଶ୍ରମ କରେ ଏବଂ ଆଇପିଏସ୍ ପାଇଁ ପ୍ରସ୍ତୁତ ହୁଏ ।

3 ଇଡିଅଟ୍ସ


ଆର ମାଧବନ୍ ଏବଂ ଆମୀର ଖାନଙ୍କ '3 ଇଡିଅଟ୍ସ' ରିଲିଜ୍ ହେବାର ପ୍ରାୟ 15 ବର୍ଷ ବିତିଗଲାଣି କିନ୍ତୁ ଆଜି ମଧ୍ୟ ଏହି ଚଳଚ୍ଚିତ୍ରର କାହାଣୀରେ ଅନେକ କିଛି ଶିଖିଵାକୁ ମିଳୁଛି। ପିଲାମାନଙ୍କୁ କିପରି ନିଜର କୌଣସି ସ୍ୱାର୍ଥ କରିଵା ପାଇଁ  ଅନୁମତି ଦିଆଯାଉ ନାହିଁ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି  ଏହି କାରଣରୁ ସେ ପାଠ ପଢାରେ ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ । 
ଦଙ୍ଗଲ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମୀର ଖାନଙ୍କ ସୁପର ହିଟ୍ ଫିଲ୍ମ ଡଙ୍ଗଲ୍ ରେ ଦେଖାଯାଇଛି ଯେ  ଝିଅ ମାନେ କୌଣସି କାର୍ଯ୍ୟରେ ପୁଅମାନଙ୍କଠାରୁ କମ୍ ନୁହଁନ୍ତି।  ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ ଜଣେ ପିତା କିପରି ନିଜ ଝିଅକୁ କୁସ୍ତି ଶିଖାଇ  ତାଙ୍କୁ ଜାତୀୟ ସ୍ତରର ଖେଳାଳି କରନ୍ତି 

ତାରେ ଜମିନ୍‌ ପରଆମୀର ଖାନ ଏବଂ ଆମୋଲ ଗୁପ୍ତଙ୍କର ଫିଲ୍ମ 'ତାରେ ଜମିନ୍ ପର' ଏବେ ମଧ୍ୟ ସମସ୍ତଙ୍କର ପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ଏହି ଚଳଚ୍ଚିତ୍ରରେ ଦାର୍ଶେଲ ସଫାରି ଇଶାନ ନାମକ ଜଣେ ଶିଶୁ ଭୁମିକାରେ ଅଭିନୟ କରିଥିଲେ ଯିଏ ଏକ ରୋଗରେ ପୀଡିତ ଥିବାରୁ ପଢା ଲେଖା କରିଵାକୁ ସକ୍ଷମ ହୋଇପାରି ନଥିଲେ
ଚକ୍ ଦେ ଇଣ୍ଡିଆ


ଶାହାରୁଖ ଖାନଙ୍କ ହିଟ୍ ଫିଲ୍ମ ମଧ୍ୟରୁ 'ଚକ ଦେ ଇଣ୍ଡିଆ' ମଧ୍ୟ ଅନ୍ୟତମ। ଏହି ଚଳଚ୍ଚିତ୍ରଟି 2007 ମସିହାରେ ମୁକ୍ତିଲାଭ କରିଥିଲା ​​| ଏହି ଚଳଚ୍ଚିତ୍ରଟି ସଚ୍ଚୋଟତା ଏବଂ ପ୍ରରଣା ଦେଉଥିଵା ଭଳି ଫିଲ୍ମର ଉଦାହରଣ । ଏହି ଚଳଚ୍ଚିତ୍ରଟି ରେ ଵୁଝାଯାଇଛି ଯେ  କିଛି ହାସଲ କରିବା କଷ୍ଟକର ନୁହେଁ  କଠିନ ପରିଶ୍ରମ କଲେ ସଵ କିଛି ସମ୍ଭଵ ଆପଣ ।

ଅଧିକ ପଢନ୍ତୁ ମନୋରଞ୍ଜନ ଖବର

Sponsored
Inspirational Movies | Argus News