Videos
|
National

Meta AI Age Detection / ଇନଷ୍ଟାଗ୍ରାମରେ ଆଉ ବୟସ ଲୁଚାଇ ପାରିବେନି ନାବାଳକ, AI ଜରିଆରେ ହେବ ବୟସ ଯାଞ୍ଚ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଇନଷ୍ଟାଗ୍ରାମରେ ଆଉ ବୟସ ଲୁଚାଇ ପାରିବେନି ନାବାଳକ, AI ଜରିଆରେ ହେବ ବୟସ ଯାଞ୍ଚ
Meta AI Age Detection

Key Points

ଇନଷ୍ଟାରେ ବୟସ ଲୁଚାଇ ପାରିବେନି ନାବାଳକ
ସାରା ବିଶ୍ୱରେ AI-ଆଧାରିତ ବୟସ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କଲା ମେଟା
ନୂତନ AI ଟୁଲ୍‌ ବୟସ ଲୁଚାଉଥିବା ବ୍ୟବହାରକାରୀଙ୍କୁ କରିବ ଚିହ୍ନଟ
ସୋସିଆଲ ମିଡିଆରେ ନାବାଳକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ବଡ଼ ପଦକ୍ଷେପ ନେଇଛି ମେଟା । ଏଣିକି ଇନଷ୍ଟାଗ୍ରାମରେ ନିଜର ପ୍ରକୃତ ବୟସ ଲୁଚାଇବା ସହଜ ହେବ ନାହିଁ । କାରଣ, କିଶୋର ଓ ନାବାଳକ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବା ପାଇଁ ମେଟା AI ଆଧାରିତ ବୟସ ଆକଳନ ପ୍ରଯୁକ୍ତିକୁ ବିଶ୍ୱବ୍ୟାପୀ ସମ୍ପ୍ରସାରଣ କରିବାକୁ ଯୋଜନା କରିଛି ।

ଏହି ନୂତନ ପ୍ରଯୁକ୍ତି ଜରିଆରେ ୟୁଜର୍ସଙ୍କ ପ୍ରୋଫାଇଲ୍, ପୋଷ୍ଟ, କମେଣ୍ଟ ଓ ବାୟୋକୁ ବିଶ୍ଳେଷଣ କରାଯିବ । ଏହା ସହ ଫଟୋ ଓ ଭିଡିଓରେ ଥିବା ଭିଜୁଆଲ୍ ସଙ୍କେତକୁ ମଧ୍ୟ ଆଧାର କରି ବୟସ ଆକଳନ କରିବ AI । ଜନ୍ମଦିନ ପାଳନ ସମ୍ପର୍କିତ ପୋଷ୍ଟ ସହ ଅନ୍ୟାନ୍ୟ ସଙ୍କେତକୁ ମଧ୍ୟ ଯାଞ୍ଚ କରାଯିବ। ଫଳରେ ଜନ୍ମତାରିଖରେ ମିଥ୍ୟା ତଥ୍ୟ ଦେଇ ୧୮ ବର୍ଷରୁ ଅଧିକ ବୟସ ଦର୍ଶାଉଥିବା ନାବାଳକଙ୍କୁ ଚିହ୍ନଟ କରିବା ସହଜ ହେବ ।

ମେଟାର ଏହି ପଦକ୍ଷେପ ଅନୁସାରେ, ୧୩ରୁ ୧୭ ବର୍ଷ ବୟସର ବ୍ୟବହାରକାରୀଙ୍କୁ ସ୍ୱୟଂଚାଳିତ ଭାବେ ଇନଷ୍ଟାଗ୍ରାମର 'ଟିନ୍ ଆକାଉଣ୍ଟ' ବ୍ୟବସ୍ଥାରେ ରଖାଯିବ । ଏହି ଆକାଉଣ୍ଟରେ ରହିବ ଅଧିକ ସୁରକ୍ଷା ବ୍ୟବସ୍ଥା । ଅଜଣା ବ୍ୟକ୍ତିଙ୍କଠାରୁ ମେସେଜ୍ ଆସିବା ଉପରେ କଟକଣା ରହିବ । ଅଶ୍ଳୀଳ ଓ ଅପମାନଜନକ କମେଣ୍ଟକୁ ମଧ୍ୟ ସ୍ୱୟଂଚାଳିତ ଭାବେ ଲୁଚାଇ ରଖାଯିବ। ଏହା ସହ ଆକାଉଣ୍ଟଗୁଡ଼ିକ ଡିଫଲ୍ଟ ଭାବେ ପ୍ରାଇଭେଟ୍ ରହିବ ।

ଅନ୍ୟପକ୍ଷରେ, ୧୩ ବର୍ଷରୁ କମ୍ ପିଲାଙ୍କୁ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିବାକୁ ଅନୁମତି ନାହିଁ । ବିଶ୍ୱର ବିଭିନ୍ନ ଦେଶରେ କିଶୋରଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ କଡ଼ା ନିୟମ ଲାଗୁ ହେଉଥିବା ବେଳେ ମେଟାର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ତେବେ ଇନଷ୍ଟାଗ୍ରାମ ପରେ ଆଗାମୀ ଦିନରେ ମେଟାର ଅନ୍ୟ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଥ୍ରେଡ୍ସ'ରେ ମଧ୍ୟ ଏଭଳି ବୟସ ଯାଞ୍ଚ ବ୍ୟବସ୍ଥା ଲାଗୁ ହେବାର ସମ୍ଭାବନା ରହିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: