Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭାରତରେ ଇନଷ୍ଟାଗ୍ରାମ ଡାଉନ: ଅଭିଯୋଗ କଲେ ୟୁଜର୍ସ

National

ଭାରତରେ ଇନଷ୍ଟାଗ୍ରାମ ଡାଉନ: ଅଭିଯୋଗ କଲେ ୟୁଜର୍ସ

Ritu Das
Browse all articles by Ritu Das
·1 year ago·1 min read
ଭାରତରେ ଇନଷ୍ଟାଗ୍ରାମ ଡାଉନ: ଅଭିଯୋଗ କଲେ ୟୁଜର୍ସ

ଅର୍ଗସ ବ୍ୟୁରୋ: ଠପ୍ ହୋଇଗଲା ଇନଷ୍ଟାଗ୍ରାମ । ଭାରତର ଅନେକ ସ୍ଥାନରେ ଦୀର୍ଘ ସମୟ ହେଲା ଚାଲୁନି ଇନଷ୍ଟାଗ୍ରାମ । ଆଜି ସକାଳ ପ୍ରାୟ 11ଟା 15 ମିନିଟ ସମୟରେ ଇନଷ୍ଟାଗ୍ରାମରେ ଆଉଟେଜ ଦେଖାଯାଇଥିଲେ। ଏନେଇ ଡାଉନ ଡିଟେକ୍ଟର ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ କିଛି ୟୁଜର୍ସ ଏଥରେ ସମସ୍ୟା ଭୋଗୁଥିବା ଦେଖାଯାଇଛି ।

ଖବର ଅନୁସାରେ, 64 ପ୍ରତିଶତ ୟୁଜର୍ସ ଆପରେ ଲଗଇନ କରିବାରେ ସମସ୍ୟା ଭୋଗୁଛନ୍ତି । ଅନ୍ୟ 24 ପ୍ରତିଶତଙ୍କର କନେକ୍ସନ ଇସ୍ୟୁ ଦେଖାଯାଇଛି । ତେବେ ଏନେଇ ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଥିବା ଦେଖାଯାଇଛି । ଅନେକ ୟୁଜର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇନଷ୍ଟାଗ୍ରାମ ଡାଉନ ନେଇ ଅଭିଯୋଗ କରିଛନ୍ତି । ଅନେକ ଷ୍ଟ୍ରିନ ସଟ ମଧ୍ୟ ପୋଷ୍ଟ କରିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି, ସତରେ କଣ ଇନଷ୍ଟାଗ୍ରାମ ଡାଉନ୍ ହୋଇଛି ନା ଇଣ୍ଟରନେଟରେ ସମସ୍ୟା ଦେଖାଯାଇଛି । ଲାଇଭ ଇଜ ମୋର ବିୟୁଟିଫୁଲ ଓ୍ବିଥଆଉଟ ଇନଷ୍ଟାଗ୍ରାମ ବୋଲି ମଧ୍ୟ ଜଣେ ଲେଖିଛନ୍ତି । ମୋଟ 6500 ଜଣ ୟୁଜର ଇନଷ୍ଟାଗ୍ରାମରେ ସମସ୍ୟା ନେଇ ଅଭିଯୋଗ କରିଛନ୍ତି । ଖବର ଲେଖିବା ପର୍ଯ୍ୟନ୍ତ ମଧ୍ୟ ଇନଷ୍ଟାଗ୍ରାମରେ ସମସ୍ୟା ଦେଖାଯାଇଛି । 58 ପ୍ରତିଶତଙ୍କ ଫିଡ୍, 32 ପ୍ରତିଶତଙ୍କ ଆପ୍ ଏବଂ 10 ପ୍ରତିଶତଙ୍କର ସରଭର କନେକ୍ସନରେ ସମସ୍ୟା ହେଉଥିବା କୁହାଯାଉଛି। ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ, ମୁମ୍ବାଇ, ଅହମ୍ମଦାବାଦ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଭଳି ଅନେକ ସହରରେ ଏହି ସମସ୍ୟା ଦେଖାଯାଉଥିବା ନେଇ ୟୁଜର୍ସ ଅଭିଯୋଗ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
Instagram down | Argus News