Videos
|
National

Gun Reel Triggers Raid / ଇନଷ୍ଟାଗ୍ରାମ୍ ରିଲ୍‌ରୁ ପୋଲିସ ରେଡ୍; ଅଟୋ ଡ୍ରାଇଭର ଘରୁ ମିଳିଲା ₹୩ କୋଟି

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଇନଷ୍ଟାଗ୍ରାମ୍ ରିଲ୍‌ରୁ ପୋଲିସ ରେଡ୍; ଅଟୋ ଡ୍ରାଇଭର ଘରୁ ମିଳିଲା ₹୩ କୋଟି
₹3 Crore Cash Found in Auto Driver’s House

Key Points

ବନ୍ଧୁକ ଧରି ରିଲ୍ କଲେ ଅଟୋ ଡ୍ରାଇଭର୍ । ଖୋଜି ଖୋଜି ଘରେ ପହଞ୍ଚିଲା ପୋଲିସ । ରେଡ୍ ବେଳେ ବନ୍ଦ ଆଲମିରାରୁ ମିଳିଲା ନଗଦ ୩ କୋଟି ଟଙ୍କା ।
ଭୋପାଳ: ସୋସିଆଲ୍ ମିଡିଆରେ ଭାଇରାଲ୍ ନିଶା । ବନ୍ଧୁକ ଧରି ରିଲ୍ କଲେ ଅଟୋ ଡ୍ରାଇଭର୍ । ଖୋଜି ଖୋଜି ଘରେ ପହଞ୍ଚିଲା ପୋଲିସ । ରେଡ୍ ବେଳେ ବନ୍ଦ ଆଲମିରାରୁ ମିଳିଲା ନଗଦ ୩ କୋଟି ଟଙ୍କା । ଯାହା ପୋଲିସର ହୋସ୍ ଉଡ଼ାଇ ଦେଇଥିବା ବେଳେ ଏତେ ଟଙ୍କା ଅଟୋ ଡ୍ରାଇଭର୍ କେଉଁଠୁ ଆଣିଲେ ତାକୁ ନେଇ ଆରମ୍ଭ ହୋଇଛି ଛାନଭିନ୍ ।

ମଧ୍ୟପ୍ରଦେଶ ସାଗରର ଅଟୋ ଡ୍ରାଇଭର ଜଣଙ୍କ ଇନଷ୍ଟାରେ ଏକ ରିଲ୍ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଏକ ବନ୍ଧୁକ ଧରିଥିବା ନଜର ଆସିଥିଲେ । ଯାହା ପରେ ଗୋପାଳଗଞ୍ଜ ଥାନା ତିଲି ତିଗଡ୍ଡା ଅଞ୍ଚଳରେ ରେଡ୍ କରିଥିଲା ପୋଲିସ ।

ଅଟୋ ଡ୍ରାଇଭରଙ୍କ ଘରେ ରେଡ୍ କରି ପୋଲିସ ବନ୍ଧୁକ ଖୋଜୁଥଲା । ସେହି ସମୟରେ ତାଲା ପଡ଼ିଥିବା ଆଲମିରା ଦେଖି ପୋଲିସ ସନ୍ଦେହ କରିଥିଲା । ଘର ଲୋକଙ୍କୁ ଚାବି ମାଗିବାରୁ ସେମାନେ ଚାବି ନଥିବା କହିଥିଲେ । ଫଳରେ ପୋଲିସ ଆଲମିରା ତାଲା ଭାଙ୍ଗି ଦେଇଥିଲା ।

ଏଥିସହ ପଢ଼ନ୍ତୁ: ଠିକା କର୍ମଚାରୀଙ୍କ ବିରୋଧରେ ରେଲୱେ ନେଇପାରେ ବଡ଼ ଧରଣର ଆକ୍ସନ; ସାମ୍ନାକୁ ଆସିଲା କାରଣ 

ସ୍ଵତନ୍ତ୍ର ସାକ୍ଷୀଙ୍କ ଉପସ୍ଥିତିରେ ପୋଲିସ ତାଲା ଭାଙ୍ଗିବାରୁ ଆଲମିରାରୁ ୪ଟି ନୋଟ୍ ଭର୍ତ୍ତି ବ୍ୟାଗ୍ ମିଳିଥିଲା । ପୋଲିସ ତୁରନ୍ତ ଟଙ୍କା ଗଣିବା ପାଇଁ ମେସିନ୍ ମଗାଇଥିଲା । ଗଣିବା ପରେ ନଗଦ ୩ କୋଟି ଟଙ୍କାକୁ ପୋଲିସ ଜବତ ରି ନେଇଛି ।

ଆଲମିରାରୁ ଏତେ ଟଙ୍କା ମିଳିବା ପରେ ପୋଲିସ ପଚରାଉଚରା କରିଥିଲା । ଅଟୋ ଡ୍ରାଇଭରଙ୍କ ଦାବି ହେଲା, ଏହି ଟଙ୍କା ତାଙ୍କର ନୁହେଁ ବରଂ ଭୋପାଳରେ PWD ଇଞ୍ଜିନିୟର ଥିବା ତାଙ୍କ ସମ୍ପର୍କୀୟ ରମେଶ ଅହିରୱାରଙ୍କର । ଯିଏକି ୮ରୁ ୯ ମାସ ତଳେ ଆସି ଟଙ୍କା ରଖି ଦେଇ ଯାଇଥିଲେ ।

ରିଲ୍‌ରୁ ରେଡ୍

ସାଗର ଏସ୍‌ପି ଅନୁରାଗ କହିଛନ୍ତି, "ପୋଲିସ ନିୟମିତ ସୋସିଆଲ୍ ମିଡିଆ ଯାଞ୍ଚ କରୁଛି । ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ଫଟୋ, ଭିଡିଓ ପୋଷ୍ଟ କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ଏହି ଅଭିଯାନରେ ୨ଟି ଇନଷ୍ଟା ପ୍ରୋଫାଇଲ୍ ଚିହ୍ନଟ କରାଯାଇଥିଲା । ଯେଉଁଥିରେ ବନ୍ଧୁକ ଥିଲା ।"

ଗୋପାଳଗଞ୍ଜ ପୋଲିସ ବନ୍ଧୁକ ଜବତ କରିବାକୁ ଘରେ ରେଡ୍ କରିଥିଲା । ଅଟୋ ଡ୍ରାଇଭର ସୌରଭଙ୍କ ଘରେ ରେଡ୍ ବେଳେ ପୋଲିସ ଆଲମିରା ଚାବି ମାଗିଥିଲା । ନ ଦେବାରୁ ତାଲା ଭାଙ୍ଗିବା ବେଳେ ଅସ୍ତ୍ରଶସ୍ତ୍ର ବଦଳରେ ମିଳିଥିଲା ବଣ୍ଡଲ୍ ବଣ୍ଡଲ୍ ଟଙ୍କା ।

ଏଥିସହ ପଢ଼ନ୍ତୁ: ସାଇବର୍ ଠକେଇ ମାମଲା ପାଇଁ 'କୋଟିଏ ଲାଞ୍ଚ'; DGPଙ୍କୁ ରିପୋର୍ଟ ମାଗିଲା CBI କୋର୍ଟ 

ସ୍କାନରରେ PWD ଇଞ୍ଜିନିୟର

ପ୍ରାଥମିକ ପଚରାଉଚରା ବେଳେ ସୌରଭ କହିଥିଲେ, "ମୁଁ ଅଟୋ ଚଳାଏ । ଏତେ ଟଙ୍କା ମୋର ନୁହେଁ ।" ଏଥିସହ ଏହି ଟଙ୍କା ତାଙ୍କର ଜଣେ ସମ୍ପର୍କୀୟ ରମେଶଙ୍କର ବୋଲି ଦାବି କରିଥିଲେ । ଯିଏକି PWD ଇଞ୍ଜିନିୟର ଭାବେ ଭୋପାଳରେ କାର୍ଯ୍ୟ କରୁଛନ୍ତି । ୮ରୁ ୯ ମାସ ତଳେ ସେ ଘରେ ଟଙ୍କା ରଖି ଦେଇ ଯାଇଥିଲେ ।

ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି । ୩ କୋଟି ଟଙ୍କାକୁ ପୋଲିସ ଜବତ କରିବା ସହ ଏହାର ପ୍ରକୃତ ମାଲିକ କିଏ ତାର ଖୋଳତାଡ଼ କରୁଛି । ସୋସିଆଲ୍ ମିଡିଆରେ ବନ୍ଧୁକକୁ ନେଇ ଯାଞ୍ଚରୁ ଏତେ ମାତ୍ରାରେ ଟଙ୍କା ଜବତ ପରେ ପୋଲିସ ଆଗକୁ ବଡ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରମାଣ ଆଧାରରେ ନିଆଯିବ ବୋଲି କହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: