Videos
|
National

1 Crore Bribe / ସାଇବର୍ ଠକେଇ ମାମଲା ପାଇଁ 'କୋଟିଏ ଲାଞ୍ଚ'; DGPଙ୍କୁ ରିପୋର୍ଟ ମାଗିଲା CBI କୋର୍ଟ

Sushanta Sahoo
Browse all articles by Sushanta Sahoo
·28 mins ago·2 min read
ସାଇବର୍ ଠକେଇ ମାମଲା ପାଇଁ 'କୋଟିଏ ଲାଞ୍ଚ'; DGPଙ୍କୁ ରିପୋର୍ଟ ମାଗିଲା CBI କୋର୍ଟ
₹1 Crore Bribe Allegation Against Trainee IPS

Key Points

ଚାକିରିରେ ଯୋଗ ଦେଉ ଦେଉ ଆସିଲା ଟଙ୍କାର ଲୋଭ । ଆଉ ଏକ ସାଇବର୍ ଠକେଇ ମାମଲାର ରଫାଦଫା ପାଇଁ କୋଟିଏ ଟଙ୍କା ଲାଞ୍ଚ ମାଗିବା ସହ ଟ୍ରେନି IPS ନେଇଥିବା ଅଭିଯୋଗ ଆସିଛି ।
ନୂଆଦିଲ୍ଲୀ: ଟ୍ରେନି IPS, ପ୍ରଥମ ପୋଷ୍ଟିଂ । ଚାକିରିକୁ ନେଇ ଉତ୍କଣ୍ଠା ସହ ମନରେ କାମ କରିବାର ଜୋଶ୍ ରହିବା କଥା । ହେଲେ ଚାକିରିରେ ଯୋଗ ଦେଉ ଦେଉ ଆସିଲା ଟଙ୍କାର ଲୋଭ । ଆଉ ଏକ ସାଇବର୍ ଠକେଇ ମାମଲାର ରଫାଦଫା ପାଇଁ କୋଟିଏ ଟଙ୍କା ଲାଞ୍ଚ ମାଗିବା ସହ ନେଇଥିବା ଅଭିଯୋଗ ଆସିଛି ।

ଏଭଳି ଏକ ବିବାଦରେ ଫସିଛନ୍ତି ୨୦୨୨ ଛତିଶଗଡ଼ କ୍ୟାଡରର ଟ୍ରେନି ଆଇପିଏସ୍ ଅଧିକାରୀ ରାହୁଲ ବଂଶଲ ଓ ଅନ୍ୟ ଦୁଇ ପୋଲିସ କର୍ମଚାରୀ । ଆଉ ଏହି ମାମଲା ଏବେ ଛତିଶଗଡ଼ରୁ ଯାଇ ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀର ସ୍ଵତନ୍ତ୍ର ସିବିଆଇ କୋର୍ଟ, ଛତିଶଗଡ଼ ପୋଲିସ ଡିଜି ଓ ସିବିଆଇ ନିର୍ଦ୍ଦେଶକଙ୍କୁ କ'ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାର ରିପୋର୍ଟ ମାଗିଛନ୍ତି ।

କାହା କାହା ବିରୋଧରେ ଆସିଛି ଅଭିଯୋଗ ?

ଅଭିଯୋଗରେ ଟ୍ରେନି ଆଇପିଏସ୍ ଅଧିକାରୀ ରାହୁଲ ବଂଶଲ, ସହାୟକ ଉପ-ନୀରିକ୍ଷକ ପ୍ରବୀଣ କୁମାର ରାଠୋର ଓ କନଷ୍ଟେବଳ ଅଂଶୁଲ ଶର୍ମାଙ୍କ ନାଁ ରହିଛି । କୁହାଯାଉଛି, ଅଭିଯୋଗକାରୀ କୋର୍ଟଙ୍କ ନିକଟରେ ହୋଇଥିବା ନେଣଦେଣର ଡିଜିଟାଲ୍ ପ୍ରମାଣ ଦାଖଲ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ୧୦୯ ବର୍ଷ ପରେ ଭାରତର ଋଣ ସୁଝିବ ବ୍ରିଟେନ୍; ଜାଣନ୍ତୁ ଫେରାଇବ କେତେ ? 

ପ୍ରମାଣ ମଧ୍ୟରେ ହ୍ଵାଟ୍ସଆପ୍ ଚାଟ୍ ସହ କଲ୍ ରେକର୍ଡିଂ ସାମିଲ୍ ରହିଛି । ଆଉ ଏହି ପ୍ରମାଣ ଆଧାରରେ କୋର୍ଟ ଦୁଇ ଉଚ୍ଚ ଅଧିକାରୀଙ୍କୁ ବିସ୍ତୃତି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି । ଯେଉଁଥିରେ ଏବେ ସୁଦ୍ଧା ନିଆ ଯାଇଥିବା ପଦକ୍ଷେପ ନେଇ ବିସ୍ତୃତ ତଥ୍ୟ ମଗାଯାଇଛି ।

କ'ଣ ଆସିଥିଲା ଅଭିଯୋଗ ?

ଅଭିଯୋଗ ଅନୁସାରେ, ରାହୁଲ ବଂଶଲ IPS ହେବା ପୂର୍ବରୁ ଆୟକର ଇନ୍ସପେକ୍ଟର ଥିଲେ । IPS ଟ୍ରେନିଂ ପୂରା ହେବା ପରେ ପ୍ରଥମେ ତାଙ୍କୁ ଛତିଶଗଡ଼ର ସରଗୁଜା ଜିଲ୍ଲାରେ CSP ଭାବେ ନିଯୁକ୍ତି ମିଳିଥିଲା ।

ଆଉ ପ୍ରଥମ ପୋଷ୍ଟିଂରେ ସାଇବର ଠକେଇ ସହ ଜଡ଼ିତ ମାମଲାର ରଫାଦଫା ପାଇଁ ଲାଞ୍ଚ ମାଗିଥିବା ଅଭିଯୋଗ ଆସିଛି । ଏଥିପାଇଁ ସେ ଏକ କୋଟି ଟଙ୍କା ଦାବି କରିବା ସହ ନେଇଥିବା ଅଭିଯୋଗ ହୋଇଛି ।

୨ଟି କିସ୍ତିରେ ଲାଞ୍ଚ

ଅଭିଯୋଗରେ କୁହାଯାଇଛି, ଏକ କୋଟି ଟଙ୍କା ଗୋଟିଏ ଥରରେ ନିଆଯାଇ ନାହିଁ । ବରଂ ମେ ୨୦୨୬ରେ ୨ଟି କିସ୍ତିରେ ୫୦ ଲକ୍ଷ ଟଙ୍କା ଲେଖାଏ ହାୱଲା ଚ୍ୟାନେଲ୍ ମାଧ୍ୟମରେ ଟ୍ରାନ୍ସଫର କରାଯାଇଛି । ଯାହାର ଡିଜିଟାଲ୍ ପ୍ରମାଣ କୋର୍ଟରେ ଦେଇଛନ୍ତି ଅଭିଯୋଗକାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: