Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇନଷ୍ଟାଗ୍ରାମ ରିଲ୍ ଏବେ ଯେତେବେଳେ ଚାହିଁବେ ସେତେବେଳେ ଡାଉନଲୋଡ୍ ହେବ

National

ଇନଷ୍ଟାଗ୍ରାମ ରିଲ୍ ଏବେ ଯେତେବେଳେ ଚାହିଁବେ ସେତେବେଳେ ଡାଉନଲୋଡ୍ ହେବ

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ଇନଷ୍ଟାଗ୍ରାମ ରିଲ୍ ଏବେ ଯେତେବେଳେ ଚାହିଁବେ ସେତେବେଳେ ଡାଉନଲୋଡ୍ ହେବ

ଅର୍ଗସ ବ୍ୟୁରୋ : ଇନଷ୍ଟାଗ୍ରାମ ରିଲ୍ ଏବେ ଯେତେବେଳେ ଚାହିଁବେ ସେତେବେଳେ ଡାଉନଲୋଡ୍ ହେବ । ଆଉ ଏଥିପାଇଁ କୌଣସି ଥାର୍ଡ ପାର୍ଟି ଆପ୍ ବ୍ୟବହାର କରିବାକୁ ପଡିବ ନାହିଁ। ଏଥିପାଇଁ ଇନଷ୍ଟାଗ୍ରାମ ଏକ ନୁଆ ଫିଚର ଶୀଘ୍ର ଆଣିବାକୁ ଯାଉଛି। ଇନଷ୍ଟାଗ୍ରାମ ବହୁତ ଜଲ୍ଦି ଏବେ ତାର ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ରିଲ୍ ଡାଉନଲୋଡ୍ କରିବାର ଫିଚର ଆଣୁଛି। ପୂର୍ବରୁ ଏହି ଫିଚର କେବଳ ଆମେରିକାରେ ଲଞ୍ଚ କରାଯାଇଥିଲା। ତେବେ ଏହି ରିଲ ଡାଉନଲୋଡ କରିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାରକାରୀମାନେ ଥାର୍ଡ ପାର୍ଟି ଆପ୍ ବ୍ୟବହାର ନକରି ନିଜ ଆକାଉଣ୍ଟରୁ ଏବେ ଡାଉନଲୋଡ୍ କରିପାରିବେ। ଯଦି ଉପଭୋକ୍ତାମାନେ ଚାହାଁନ୍ତି ନାହିଁ କି ରିଲ ଡାଉନଲୋଡ କରିବା ପାଇଁ ତେବେ ସେମାନେ ଏହି ଫିଚର ବନ୍ଦ ମଧ୍ୟ କରିପାରିବେ।

ଆଡମ ମୋସେରୀଙ୍କ ସୂଚନା ଅନୁସାରେ ପ୍ରାଇଭେଟ ଆକାଉଣ୍ଟ ଜରୀଆରେ ସେୟାର ହୋଇଥିବା ରିଲ୍ସକୁ ଡାଉନଲୋଡ କରାଯାଇପାରିବ ନାହିଁ।କିନ୍ତୁ ଯେଉଁ ଉପଭୋକ୍ତାଙ୍କର ପବ୍ଲିକ ଆକାଉଣ୍ଟ ଆଉ ସେମାନେ ଯଦି ନଚାହିଁବେ ସେମାନଙ୍କର ରିଲ୍ସକୁ କେହି ଡାଉନଲୋଡ କରନ୍ତୁ ତେବେ ସେ ରିଲ୍ସ ଡାଇନଲୋଡ ହେଉଥିବା ଫିଚରକୁ ନିଜ ଆକାଉଣ୍ଟ ସେଟିଙ୍ଗରୁ ବନ୍ଦ କରିପାରିବେ। ତାପରେ ଆଉ କେହିବି ତାଙ୍କ ରିଲ୍ସକୁ ଡାଉନଲୋଡ କରିପାରିବେ ନାହିଁ। ଇନଷ୍ଟାଗ୍ରାମର ମୁଖ୍ୟ ଆଡମ ମୋସେରୀ ନିଜର ବ୍ରାଣ୍ଡ କାଷ୍ଟ ଚ୍ୟାନେଲରେ ଲେଖିଛନ୍ତି, ବର୍ତ୍ତମାନ ଆପଣ ଯେକୌଣସି ପବ୍ଲିକ ଆକାଉଣ୍ଟର ରିଲ୍ସକୁ ଡାଉନଲୋଡ୍ କରିପାରିବେ। ଡାଉନଲୋଡ୍ ହେଉଥିବା ରିଲ୍ସକୁ ଯିଏ ବନେଇ ଥିବେ ମାନେ ଯାହାର ସେ ରିଲ୍ସ ହୋଇଥିବ ସେହି ରିଲ୍ସରେ ତାଙ୍କର ଓ୍ବାଟରମାର୍କ ଦେଖାଯିବ।

ଆଗରୁ ଏହି ରିଲକୁ ଡାଉନଲୋଡ କରିବାପାଇଁ ଉପଭୋକ୍ତାମାନେ ଥାର୍ଡ ପାର୍ଟି ଆପ ବ୍ୟବହାର କରୁଥିଲେ କିମ୍ବା ଏହାକୁ  ପ୍ରଥମେ ନିଜ ଷ୍ଟୋରୀରେ ଦେଉଥିଲେ। ତାପରେ ସେହି ଷ୍ଟୋରୀରେ ରିଲ୍ ସେଭ କରିବାର ଅପ୍ସନ ମିଳୁଥିଲା। ଏବଂ ସେହିଠାରୁ ହିଁ ରିଲ୍ ସେ ଡାଉନଲୋଡ୍ କରୁଥିଲେ। ଯଦି ଉପଭୋକ୍ତା ରିଲ୍ ଡାଉନଲୋଡ୍ କରିବାକୁ ଚାହୁଁନାହାଁନ୍ତି ତେବେ ସେମାନେ ଏହାକୁ ପରେ ଦେଖିବା ପାଇଁ ସେଭ୍ କରିପାରିବେ।  ଏଥିପାଇଁ ସେମାନଙ୍କୁ ଇନଷ୍ଟାଗ୍ରାମ ରିଲ୍ସରେ ଦେଖାଯାଉଥିବା ତିନୋଟି ଡଟ୍ ଆଇକନ୍ ଉପରେ କ୍ଲିକ୍ କରିବାକୁ ପଡିବ । ତାପରେ ସେଠାରେ ‘ସେଭ୍’ ର ଅପ୍ସନ ମଧ୍ୟ ମିଳିଯିବ।  ତା ଉପରେ କ୍ଲିକ୍ କରି, ଏହାକୁ ସେହି ଆପରେ ପରେ ଦେଖିବା ପାଇଁ  ସେଭ୍ କରିପାରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର...

Sponsored
Instagram Reels will now download whenever you want | Argus News