Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଖାଦ୍ୟ ଡେଲିଭରୀ କରିବା ବଦଳରେ ନିଜେ ଖାଇଦେଲେ , ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଖାଦ୍ୟ ଡେଲିଭରୀ କରିବା ବଦଳରେ ନିଜେ ଖାଇଦେଲେ , ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ଖାଦ୍ୟ ଡେଲିଭରୀ କରିବା ବଦଳରେ ନିଜେ ଖାଇଦେଲେ ଡେଲିଭରୀ ପାର୍ଟନର । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଅନଲାଇନ ଖାଦ୍ୟ ଡେଲିଭରୀ କରୁଥିବା ସଂସ୍ଥାଗୁଡିକର ଏପରି ଅନେକ ଅଭିଯୋଗ ଆସୁଥିବା ଦେଖିବାକୁ ମିଳୁଛି । କେଉଁଠି ଖାଦ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠୁଛି, ତ କେଉଁଠି ଡେଲିଭରୀ ପାର୍ଟନରର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠୁଛଇ । ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଯେଉଁଠି ଓଲାର ଡେଲିଭରୀ ପାର୍ଟନର ଗ୍ରାହକର ଖାଦ୍ୟକୁ ଡେଲିଭରୀ ନକରି ନିଜେ ଖାଉଛନ୍ତି ।
ସୂଚନା ମୁତାବକ ନଏଡା ର ବିରେନ୍ଦ୍ର ଜସୱାଲ ନାମକ ଜଣେ ଉଦ୍ୟୋଗୀ ଓଲାରୁ ଖାଦ୍ୟ ଡେଲିଭରୀ କରିଥିଲେ। ଏହାପରେ ଓଲାର ଡେଲିଭରୀ ଡ୍ରାଇଭର ତାଙ୍କୁ ଅଧିକ ୧୦ ଟଙ୍କା ଦେବାପାଇଁ ବାଧ୍ୟ କରିଥିଲେ । ପ୍ରଥମେ ଜସୱାଲ ଦେବାପାଇଁ ମନା କରିଥିଲେ, ପରେ ରାଜି ହୋଇଯାଇଥିଲେ ଏବଂ ଆଶିବାକୁ କହିଥଇଲେ । ତେବେ ଏହାପରେ ସେ ସେହି ଓଲା ଡେଲିଭରୀ ପାର୍ଟନରକୁ ପାଖାପାଖି ୪୫ ମିନିଟ ଅପେକ୍ଷା କରିଥିଲେ, ଆଉ ଯେତେବେଳେ ତାଙ୍କୁ ସେ ପାଇଥିଲେ ସେତେବେଳେ ସେ ତାଙ୍କର ଅର୍ଡର ହୋଇଥିବା ଖାଦ୍ୟ ଖାଉଥିବା ଦେଖିବାକୁ ପାଇଥିଲେ ।

ଅଧିକ ପଢନ୍ତୁ : ପାର୍ସଲରୁ ବାହାରିଲା ଝିଟିପିଟି

ସବୁଠୁ ଆଶ୍ଚର୍ଯ୍ୟର ବିଷୟ , ଯେତେବେଳେ ଜସୱାଲ ତାଙ୍କୁ ଏପରି କାହିଁକି କରୁଛ ବୋଲି କହିଥିଲେ, ସେ ଡେଲିଭରୀ ପାର୍ଟନ ତାଙ୍କୁ ଉତ୍ତର ଦେଇଥିଲେ , "ଯାହା କରିବାର ଅଛି କରନ୍ତୁ " । 
ଏହାକୁ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ , ଜଣେ ଉତ୍ତର ଦେଇଥିଲେ , "ଏହା କେବଳ ଓଲା ନୁହେଁ , ସ୍ବିଗି ମଧ୍ୟ ଏପରି କରୁଛି "। ତେବେ ଅନେକ ଫୁଡ ଡେଲିଭରୀ କରୁଥିବା ଅନଲାଇନ ସଂସ୍ଥା ଗୁଡିକର ଏପରି ଖାମଖିଆଲ ମନୋଭାବ ଦେଖିବାକୁ ମିଳୁଛି ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Instead of delivering food, he ate it himself, the video went viral | Argus News