Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

DRDO ତିଆରି କଲା ନିଜସ୍ବ ଏୟାର ଡିଫେନ୍ସ ସିଷ୍ଟମ, IADWS ପ୍ରଥମ ପରୀକ୍ଷଣ ସଫଳ

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
DRDO ତିଆରି କଲା ନିଜସ୍ବ ଏୟାର ଡିଫେନ୍ସ ସିଷ୍ଟମ, IADWS ପ୍ରଥମ ପରୀକ୍ଷଣ ସଫଳ

Key Points

ଡିଫେନ୍ସ ସିଷ୍ଟମ କ୍ଷେତ୍ରରେ DRDOକୁ ସଫଳତା । ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତିଶାଳୀ ହେଲା ଭାରତ । IADWSର ପ୍ରଥମ ଉଡ଼ାଣ ପରୀକ୍ଷଣ ସଫଳ।


ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏକ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିଛି। DRDO ୨୩ ଅଗଷ୍ଟ ୨୦୨୫ ଦିନ ପ୍ରାୟ ୧୨:୩୦ ସମୟରେ ଓଡ଼ିଶା ଉପକୂଳରେ ଇଣ୍ଟିଗ୍ରେଟେଡ୍ ଏୟାର ଡିଫେନ୍ସ ଓ୍ବେପନ୍ ସିଷ୍ଟମ୍ (IADWS)ର ପ୍ରଥମ ପରୀକ୍ଷଣ ସଫଳତାର ସହ କରିଛି ।


IADWS ହେଉଛି ଏକ ବହୁ-ସ୍ତରୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ଯାହାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଛି । ଏଥିରେ କ୍ୱିକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ସାମିଲ ଅଛି । ଏହି ମିସାଇଲ୍ ଶତ୍ରୁର ଯୁଦ୍ଧ ବିମାନ ଏବଂ ମିସାଇଲକୁ ମଧ୍ୟମ ଦୂରତାରେ ଟାର୍ଗେଟ୍ କରିବାରେ ସକ୍ଷମ । ଏହା ବ୍ୟତୀତ, ଏଥିରେ ଲାଗିଥିବା ଆଡଭାନ୍ସଡ୍ ଭେରି ସର୍ଟ ରେଞ୍ଜ୍ ଏୟାର ଡିଫେନ୍ସ ସିଷ୍ଟମ୍ କମ୍ ଉଚ୍ଚତାରେ ଆସୁଥିବା ଆକାଶୀୟ ବିପଦ ଯେପରିକି ଡ୍ରୋନ୍, ହେଲିକପ୍ଟର ଏବଂ ଫାଇଟର୍ ଜେଟକୁ ତୁରନ୍ତ ନିଷ୍କ୍ରିୟ କରିବାର କ୍ଷମତା ରଖିଛି ।
ଅର୍ଥାତ୍, ଭାରତର ଏହି ଏୟାର ଡିଫେନ୍ସ ସିଷ୍ଟମ୍ ଦ୍ୱାରା ଶତ୍ରୁର ଯୁଦ୍ଧ ବିମାନ, କୌଣସି ପ୍ରକାରର ଡ୍ରୋନ୍ ଆକ୍ରମଣ, ହେଲିକପ୍ଟର ଆକ୍ରମଣ ଏବଂ ଆକାଶରେ ହେଉଥିବା ଅନ୍ୟ କୌଣସି ପ୍ରକାରର ଆକ୍ରମଣକୁ ଆକାଶରେ ହିଁ ଧ୍ୱଂସ କରିଦିଆଯିବ । ଏଥିରେ ଥିବା ଉଚ୍ଚ-ଶକ୍ତି ସମ୍ପନ୍ନ ଲେଜର-ଆଧାରିତ ଏହି ଅସ୍ତ୍ର ଆଧୁନିକ ଯୁଦ୍ଧର ଦିଗ ବଦଳାଇବାରେ ସକ୍ଷମ ଏବଂ ଶତ୍ରୁର ଆକାଶୀୟ ଲକ୍ଷ୍ୟକୁ ଆଖି ପିଛୁଳାକେ ନଷ୍ଟ କରିପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଏହି ନିଜସ୍ବ ଏୟାର ଡିଫେନ୍ସ ସିଷ୍ଟମର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ମୁଁ ଡିଆରଡିଓ, ଭାରତୀୟ ସଶସ୍ତ୍ର ବଳ ଏବଂ ଶିଳ୍ପ ଜଗତକୁ IADWSର ସଫଳ ବିକାଶ ପାଇଁ ଶୁଭେଚ୍ଛା ଜଣାଉଛି । ଏହି ଅନନ୍ୟ ଉଡ଼ାଣ ପରୀକ୍ଷଣ ଆମ ଦେଶର ବହୁ-ସ୍ତରୀୟ ଏୟାର ଡିଫେନ୍ସ କ୍ଷମତାକୁ ପ୍ରତିଷ୍ଠା କରୁଛି । ଏହା ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷାକୁ ମଜଭୁତ କରିବ ଏବଂ ଦେଶକୁ ଶତ୍ରୁର ଆକାଶୀୟ ବିପଦ ବିରୁଦ୍ଧରେ ଅଧିକ ଶକ୍ତିଶାଳୀ କରିବ ।”

Sponsored
DRDO Successfully Tests Indigenous Air Defense System IADWS off Odisha Coast | Argus News