Videos
|
National

ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ 

Manini Pattanayak
Browse all articles by Manini Pattanayak
·2 years ago·1 min read
ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ 

ପୁରୀ/ନୂଆଦିଲ୍ଲୀ: ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହ୍ୱାଲ । ମହାପ୍ରଭୁଙ୍କ ଉପରେ ସମସ୍ତଙ୍କ ଆସ୍ଥା ରହିଛି ଏବଂ ଜଗନ୍ନାଥ ଦର୍ଶନ ଆଳତି ଦର୍ଶନ କରିବାର ସୌଭାଗ୍ୟ ପାଇ ଖୁବ୍ ଭାବବିହ୍ୱଳ ହୋଇଛନ୍ତି ବୋଲି କହିଛନ୍ତି ସାଇନା । ଶ୍ରୀମନ୍ଦିରରେ ପ୍ରାୟ ଘଣ୍ଟାଏ ବିତେଇବା ସହ ପ୍ରସାଦ ସେବନ କରିବାର ସୌଭାଗ୍ୟ ପାଇଛନ୍ତି ସାଇନା । ବିଜେପି ନେତା ତଥା ମନ୍ତ୍ରୀ କିଶନ ରେଡ୍ଡିଙ୍କୁ ଦର୍ଶନ ବ୍ୟବସ୍ଥା ଓ ସହଯୋଗ ପାଇଁ ଧନ୍ୟବାଦ୍ ଦେଇଛନ୍ତି ସାଇନା।

ମହାପ୍ରଭୁଙ୍କ ଡାକରା ମିଳିଛି ବୋଲି ଆଜି ମାଆଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିଛନ୍ତି ବୋଲି ସେ ଖୁବ୍ ଆନନ୍ଦିତ ହୋଇ କହିଛନ୍ତି।ସମସ୍ତ ପ୍ରସଂଶକଙ୍କୁ ମଧ୍ୟ ସେ ଖୁବ୍ ଧନ୍ୟବାଦ ଦେଇଛନ୍ତି  ।ଆଣ୍ଠୁ ସମସ୍ୟା ଯୋଗୁଁ ଖେଳ ଠାରୁ ଦୂରରେ ରହିବା କଷ୍ଟ ଦେଇଛି କିନ୍ତୁ ନିଜକୁ ଫିଟ୍ ରଖିବା ସହ ଆଗକୁ ଆହୁରି ଖେଳିବା ପାଇଁ ଇଛା ରହିଛି ବୋଲି ସେ ପ୍ରତିକ୍ରିୟାରେ କହିଁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଇନାଙ୍କୁ ଜଗନ୍ନାଥ ସୁଭଦ୍ରା,ବଳଭଦ୍ର ମୂର୍ତ୍ତି ଉପହାର ଦିଆଯାଇଥିବା ବେଳେ ସାଇନା ଏହାକୁ ଗ୍ରହଣ କରି ଖୁବ୍ ଖୁସି ହୋଇଛନ୍ତି। ଚଳିତ ମାସ ୧୭ ତାରିଖରେ ନିଜର ୩୪ ତମ ଜନ୍ମଦିନ ମନାଇଛନ୍ତି ସାଇନା ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
International Badminton Player Saina Nehwal in puri jagannath temple odisha | Argus News