ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା

ଅର୍ଗସ ବ୍ୟୁରୋ : ଆଜି ହେଉଛି ବିଶ୍ବ ବନ ଦିବସ । ବନ ଆମ ଜୀବନର ଅମୂଲ୍ୟ ନିଧି । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା । ଏହା ଆମ ପରିବେଶର ସୁରକ୍ଷା କରିବା ସହିତ ଆର୍ଥିକ, ସାମାଜିକ, ଔଦ୍ୟୋଗିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହିକଥାକୁ ଘରେ ଘରେ ପହଞ୍ଚାଇବାକୁ ପାଳିତ ହେଉଛି ବିଶ୍ବ ବନ ଦିବସ । ଜାତିସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୧ରେ ପାଳିତ ହେଉଛି ବିଶ୍ବ ବନ ଦିବସ ବା ‘ଇଣ୍ଟରନ୍ୟାନସନ୍ୟାଲ୍ ଡେ ଅଫ୍ ଫରେଷ୍ଟସ୍ ।
ବନ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି କରିବା ତଥା ଆଗାମୀ ପିଢିକୁ ଜଙ୍ଗଲ ସୁରକ୍ଷା ବିଷୟରେ ଅବଗତ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରତିବର୍ଷ ସାରା ବିଶ୍ବର ୩.୨ କୋଟି ଏକର ପରିମିତ ଜଙ୍ଗଲ ନଷ୍ଟ ହେଉଛି । ଅଦ୍ୟାବଧି ବିଶ୍ବର ଅଶୀ ପ୍ରତିଶତ ଜଙ୍ଗଲ ଧ୍ବଂସ ପାଇ ସାରିଗଲାଣି । ଏହା ରୋକାଯାଇ ନ ପାରିଲେ ପୃଥିବୀ କ୍ରମଶଃ ମରୁଭୂମିରେ ପରିଣତ ହୋଇଯିବ । ଅଙ୍ଗାରକାମ୍ଳ ବାଷ୍ପ ସର୍ବତ୍ର ସୃଷ୍ଟି କରିବ । ଜଙ୍ଗଲ ଉପରେ ୮୦% ପଶୁପକ୍ଷୀ ନିର୍ଭରଶୀଳ । ବିଶ୍ବର ଭୂଭାଗର ୩୦ପ୍ରତିଶତ ଜଙ୍ଗଲ । ଜଙ୍ଗଲ ୬୦ ହଜାର ପ୍ରଜାତିର ବୃକ୍ଷ ଲତାର ବାସସ୍ଥାନ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨ନୂତନ ଜଙ୍ଗଲ ସୃଷ୍ଟି କରିବାରେ ଲାଗିପଡ଼ିଛନ୍ତି ବିଶ୍ବରେ ଅଗ୍ରଣୀ ଦେଶ ମାନ । ମଣିଷ କଳକାରଖାନା, କୋଠାବାଡ଼ି ଇତ୍ୟାଦି ନିର୍ମାଣ କରିବା ପାଇଁ ଜଙ୍ଗଲ ନଷ୍ଟ କରୁଛି, ଏଥିଯୋଗୁଁ ଗ୍ଲୋବାଲ୍ ୱାର୍ମିଂ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଯିବା ସହ ଲଗାତାର ପରିବେଶର ସନ୍ତୁଳନ ବିଗିଡିବାରେ ଲାଗିଛି । ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ସହ ମାତ୍ରାଧିକ ବର୍ଷା ଫଳରେ ବନ୍ୟା ସମସ୍ୟା ଦେଖାଯାଉଛି ।