International Yoga Day / ବିଶ୍ବ ପାଳିଲା ଯୋଗ ଦିବସ, କୋଲକାତାରେ ହଜାର ହଜାର ଲୋକଙ୍କ ଗହଣରେ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦି
·1 hour ago·2 min read

Key Points
ଆଜି ୧୨ ତମ ଯୋଗ ଦିବସରେ ଦେଶ ଯୋଗମୟ ହୋଇଛି
ଚଳିତବର୍ଷର ଥିମ୍ ରହିଛି "ସୁସ୍ଥ ଆୟୁ ପାଇଁ ଯୋଗ"
କୋଲକାତାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
୩୫୦୦୦ ଲୋକଙ୍କ ଗହଣରେ ଯୋଗ କହିଛନ୍ତି ମୋଦି

କୋଲକାତା,୨୧/୦୬:ବିଶ୍ବ ପାଳିଲା ଯୋଗ ଦିବସ। ଆଜି ୧୨ ତମ ଯୋଗ ଦିବସରେ ଦେଶ ଯୋଗମୟ ହୋଇଛି । ଦେଶବିଦେଶରେ ମହା ଆଡମ୍ବରରେ ପାଳନ ହୋଇଛି ଯୋଗ ଦିବସ । ଚଳିତବର୍ଷର ଥିମ୍ ରହିଛି "ସୁସ୍ଥ ଆୟୁ ପାଇଁ ଯୋଗ"। କୋଲକାତାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଡ୍ ରୋଡରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ୩୫୦୦୦ ଲୋକଙ୍କ ଗହଣରେ ଯୋଗ କହିଛନ୍ତି ମୋଦି।
ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି, ବିଶ୍ୱର ସବୁଠୁ ବଡ଼ ସାମୂହିକ ଦିବସ ଭାବେ ପାଳିତ ହେଉଛି ଯୋଗ ଦିବସ । ସାରା ବିଶ୍ୱରେ ଯୋଗର ଲୋକପ୍ରିୟତା ରହିଛି । ଯୋଗ ପାଇଁ ବୟସ ସୀମା ନାହିଁ, ସବୁ ବର୍ଗ ପାଇଁ ଏହା ଜରୁରୀ । ଯୋଗ କେବଳ ବ୍ୟାୟାମ ନୁହେଁ, ସୁସ୍ଥ ଜୀବନର ରାସ୍ତା । ବଙ୍ଗଳା ଯୋଗର ମାଟି । ସ୍ୱାମୀ ବିବେକାନନ୍ଦ ଯୋଗ ସହ ପରିଚିତ କରାଇଥିଲେ । ଭାରତରେ, ହିମାଳୟରୁ ଭାରତ ମହାସାଗର, ଉତ୍ତର-ପୂର୍ବରେ ବଙ୍ଗଳା ଏବଂ ପୂର୍ବରେ ପଶ୍ଚିମରେ ସୌରାଷ୍ଟ୍ର ପର୍ଯ୍ୟନ୍ତ, ସମଗ୍ର ଦେଶ ଯୋଗର ଶକ୍ତିରେ ପରିପୂର୍ଣ୍ଣ, ଚେତନାପୂର୍ଣ୍ଣ ପରି ମନେହୁଏ । ସମଗ୍ର ବିଶ୍ୱ ଏବଂ ସମଗ୍ର ଦେଶ ପରସ୍ପର ସହିତ ଜଡିତ ପରି ମନେହୁଏ, ଏବଂ ଏହା ଯୋଗର ଶକ୍ତି । ଯୋଗ ସମସ୍ତଙ୍କୁ ଯୋଡେ। ଏହି ଅବସରରେ, ମୁଁ ଅନ୍ତର୍ଜାତୀୟ ଯୋଗ ଦିବସରେ ସମଗ୍ର ବିଶ୍ୱକୁ, ସମଗ୍ର ମାନବ ସମ୍ପ୍ରଦାୟକୁ ମୋର ଶୁଭକାମନା ଜଣାଉଛି । "
ପଢନ୍ତୁ ଏହି ଖବର: ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ,ଶାରୀରିକ, ବୌଦ୍ଧିକ ଓ ମାନସିକ ବିକାଶ ପାଇଁ ଯୋଗ ଆବଶ୍ୟକ
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ପୃଥିବୀର କିଛି ସ୍ଥାନରେ ଜୁନ୍ ୨୧ ତାରିଖ ବର୍ଷର ସବୁଠାରୁ ଲମ୍ବା ଦିନ ଏବଂ ଅନ୍ତର୍ଜାତୀୟ ଯୋଗ ଦିବସ ଯୋଗୁଁ, ଜୁନ୍ ୨୧ ବିଶ୍ୱର ସବୁଠାରୁ ବଡ଼ ସାମୁହିକ ଉତ୍ସବର ଦିନ ପାଲଟିଛି । ଯୋଗ ହେଉଛି ମାନବ ଚେତନାର ଆଲୋକ । ଆଜି ହେଉଛି ସାମୂହିକ ଉତ୍ସବର ଦିନ । ଏହି ଦିନଟି ସମସ୍ତଙ୍କୁ ଏକାଠି କରିଥାଏ । ସ୍ୱାମୀ ବିବେକାନନ୍ଦ ଆମକୁ ଯୋଗ ସହିତ ପରିଚିତ କରାଇଥିଲେ । ବିଶ୍ୱ ସଂଯୋଗ ହେଉଛି ଯୋଗର ମୌଳିକ ଆତ୍ମା । ଯେତେବେଳେ ଆମେ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ବିଷୟରେ କଥା ହେଉ, ଏହାର ଅର୍ଥ ହେଉଛି ଯେ, ଆମେ ଏହା ସୁନିଶ୍ଚିତ କରିପାରିବା ଯେ ବୟସ ମଣିଷର ସମ୍ଭାବନାକୁ ହ୍ରାସ ନ କରେ।
ଯୋଗ ମଣିଷ ଜୀବନକୁ ନିରନ୍ତର ବିକାଶ ପାଇଁ ଆକାଂକ୍ଷା କରିବାରେ ସାହାଯ୍ୟ କରିପାରେ। ଆମର ଲକ୍ଷ୍ୟ ୨୦ ବର୍ଷ ଅପେକ୍ଷା ୪୦ ବର୍ଷରେ ଅଧିକ ନମନୀୟ ହେବା ଉଚିତ । ଆମର ଲକ୍ଷ୍ୟ ୩୦ ବର୍ଷ ଅପେକ୍ଷା ୫୦ ବର୍ଷରେ ଅଧିକ ଶକ୍ତିଶାଳୀ ହେବା ଉଚିତ୍ । ଆମର ଲକ୍ଷ୍ୟ ୫୦ ବର୍ଷ ଅପେକ୍ଷା ୭୦ ବର୍ଷରେ ଜୀବନଶୈଳୀ ରୋଗ ପ୍ରତି ଅଧିକ ପ୍ରତିରୋଧୀ ହେବା ଉଚିତ୍ । ଏହିଠାରେ ଯୋଗ ଆମକୁ ସାହାଯ୍ୟ କରିପାରିବ । ଯୋଗ ମାଧ୍ୟମରେ ବିଶ୍ୱ ଯୋଡ଼ି ହୋଇଛି । ବୟସ ବୃଦ୍ଧି ପାଇଲେ ମଧ୍ୟ ଯୁବକ ଏବଂ ସୁସ୍ଥ ରହିବାରେ ସାହାଯ୍ୟ କରେ । ଯୋଗ ମାନବ ଜୀବନକୁ ନିରନ୍ତର ବିକାଶ ଆଡ଼କୁ ଆଗେଇ ଯିବାକୁ ପ୍ରେରଣା ଦେଇଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories