Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

CM Performing Yoga / ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ,ଶାରୀରିକ, ବୌଦ୍ଧିକ ଓ ମାନସିକ ବିକାଶ ପାଇଁ ଯୋଗ ଆବଶ୍ୟକ,ଦୈନିକ ୨୦ରୁ ୩୦ ମିନିଟ୍ ଯୋଗଭ୍ୟାସ କରିବାକୁ ଦେଲେ ପରାମର୍ଶ

Bikash Mohanty
Browse all articles by Bikash Mohanty
·3 weeks ago·2 min read
ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ,ଶାରୀରିକ, ବୌଦ୍ଧିକ ଓ ମାନସିକ ବିକାଶ ପାଇଁ ଯୋଗ ଆବଶ୍ୟକ,ଦୈନିକ ୨୦ରୁ ୩୦ ମିନିଟ୍ ଯୋଗଭ୍ୟାସ କରିବାକୁ ଦେଲେ ପରାମର୍ଶ
Mohan Charan Majhi

Key Points

ଆଜି ଅନ୍ତର୍ଜାତୀୟ ଯୋଗ ଦିବସ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଏଥିରେ ସାମିଲ ହୋଇ ଯୋଗାଭ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଶାରୀରିକ, ବୌଦ୍ଧିକ, ମାନସିକ ବିକାଶ ପାଇଁ ଯୋଗ ଆବଶ୍ୟକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୧/୦୬: ସାରା ଦେଶ ଆଜି ଯୋଗମୟ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏଥିରେ ସାମିଲ ହୋଇ ଯୋଗାଭ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦବୋଧନ ଦେଇଛନ୍ତି। ଶାରୀରିକ, ବୌଦ୍ଧିକ, ମାନସିକ ବିକାଶ ପାଇଁ ଯୋଗ ଆବଶ୍ୟକ। ପୃଥିବୀର ସବୁ ଦେଶରେ ଯୋଗ ଦିବସ ପାଳନ କରାଯାଉଛି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଯୋଗ ଦିବସ ପାଳନ ହେଉଛି । ଦୈନନ୍ଦିନ ଜୀବନରେ ଯୋଗ ଓ ପ୍ରାଣାୟମକୁ ସାମିଲ କରନ୍ତୁ। ଦିନକୁ ୨୦ରୁ ୩୦ ମିନିଟ୍ ଯୋଗଭ୍ୟାସ କର। ଚାପମୁକ୍ତ ଜୀବନ, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ନିହାତି ଆବଶ୍ୟକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ''ଔଷଧ ଖାଇବା ପୂର୍ବରୁ ଯୋଗ କର। ବୟସ୍କଙ୍କ ପାଇଁ ବାର୍ତା, ଯୋଗ ହିଁ ବାର୍ଦ୍ଧକ୍ୟର ଔଷଧ। ଯୁବକଙ୍କୁ ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମୋବାଇଲ୍ ଛାଡ, ମ୍ୟାଟ୍ ଧର। ଡାକ୍ତର, ମେଡିକାଲ ସାଇନ୍ସ ଅଛି, କିନ୍ତୁ ତା ପାଖକୁ ଯିବା ପୂର୍ବରୁ ନିଜେ ଫିଟ୍ ରୁହ। ବୟସ ବଢିଲେ BP, ଟେନସନ୍ ସ୍ୱାସ୍ଥ୍ୟ ସମସ୍ୟା ଆସେ - ତେଣୁ ବୃଦ୍ଧ ହେବା ପୂର୍ବରୁ ନିଜକୁ ପ୍ରସ୍ତୁତ କର। ଯୋଗ ଓ ପ୍ରାଣାୟାମ ବାଧ୍ୟତାମୂଳକ। ବୟସ୍କ ଲୋକ ନିଶ୍ଚୟ ଯୋଗ ପଦ୍ଧତି ଆପଣାନ୍ତୁ।''

ପଢନ୍ତୁ ଏହି ଖବର: ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’, ଛାତ୍ରଛାତ୍ରୀଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର କ୍ଲବ,ବର୍ଷସାରା ଚାଲିବ ବିଭିନ୍ନ କାର୍ଯ୍ୟକ୍ରମ

ଯୁବପିଢିଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, '' ସୋସିଆଲ ମିଡିଆ ଦେଖନି, ୨୦ରୁ ୩୦ ମିନିଟ୍ ଯୋଗାଭ୍ୟାସ କର। ମୋବାଇଲ୍ ଛାଡି,ମ୍ୟାଟ୍ ଧର । ଯୋଗ କଲେ ଆତ୍ମବିଶ୍ୱାସ ବଢେ, ରୋଗ କମେ। ଏହା ଅଭ୍ୟାସ କରିବା ଜରୁରୀ ।  ସ୍କୁଲ୍, କଲେଜରେ ଯୋଡାଯିବ ଯୋଗ ଚାପ୍ଟର। ମୁଖ୍ୟ ଲକ୍ଷ୍ୟ ଯୋଗକୁ ଜନ ଆନ୍ଦୋଳନ କରିବା, ଘରେ ଘରେ ପହଞ୍ଚାଇବା। ରାଜ୍ୟ ସରକାର ଜଟଣୀର ବିଂଝାଗିରି ଠାରେ ୨୦ ଏକର ସ୍ଥାନରେ ଯୋଗ ଅନୁଷ୍ଠାନ ନିର୍ମାଣ ହେବ।
 
ଯୋଗର ମହତ୍ତ୍ୱ ବୁଝିବା ଏବଂ ଏହା ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଯୋଗ ଦିବସ ପାଳନ କରାଯାଏ । ଆଜି ସମଗ୍ର ବିଶ୍ୱ ପାଳନ କରିଛି ଦ୍ବାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ । ଚଳିତ ବର୍ଷ ଯୋଗ ଦିବସର ମୁଖ୍ୟ ବିଷୟବସ୍ତୁ ବା ଥିମ୍ ରହିଛି Yoga for Healthy Ageing ଅର୍ଥାତ୍ ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ। କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱର ପ୍ରାୟ ୨,୫୦୦ଟି ସ୍ଥାନରେ ଏବଂ ୨୧୦ରୁ ଅଧିକ ଭାରତୀୟ ମିଶନ ଜରିଆରେ ଯୋଗ ଦିବସ ପାଳନ କରାଯାଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
International Yoga Day 2026: Odisha CM Promotes Yoga | Argus News