iPhone New Model / ଭାରତରେ ଆପଲ୍ କ୍ରେଜ୍, iPhone-17 ପାଇଁ ରାତି ୧୨ଟାରୁ ଲାଗିଲା ଲମ୍ବା ଲାଇନ୍

Key Points
ଭାରତରେ ଆଇଫୋନର କ୍ରେଜ୍ । iPhone-୧୭ ନେବାକୁ ରାତି ୧୨ଟାରୁ ଲମ୍ବା ଲାଇନ ।
ସାରା ବିଶ୍ୱରେ iPhones ପାଇଁ କେତେ କ୍ରେଜ୍ ତାହା ସମସ୍ତଙ୍କୁ ଜଣା । ଆଉ ଏବେ ଆପଲ୍ ବହୁ ପ୍ରତୀକ୍ଷିତ ଆଇଫୋନ୍-୧୭ ଲଞ୍ଚ କରିଛି । ଯାହାକୁ ନେଇ ଆଇଫୋନ୍ ଲଭର୍ସଙ୍କ ମଧ୍ୟ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ତେବେ ସେପ୍ଟେମ୍ବର ୧୯ରେ ଆପଲ୍ ଆଇଫୋନ-୧୭ ସିରିଜ୍ ଫୋନ୍ ଭାରତରେ ଆନୁଷ୍ଠାନିକ ଭାବେ ଷ୍ଟୋରରେ ପହଞ୍ଚିଛି । ଆଉ ଏହି ଫୋନକୁ କିଣିବା ପାଇଁ ଗୁରୁବାର ସନ୍ଧ୍ୟାରୁ ହିଁ ଦିଲ୍ଲୀ ଏବଂ ମୁମ୍ବାଇରେ ଲମ୍ବା ଧାଡ଼ି ଲାଗିବା ଆରମ୍ଭ ହୋଇଯାଇଥିଲା ।
ସାଉଥ୍ ଦିଲ୍ଲୀରେ ଅବସ୍ଥିତ ସାକେତର ସିଲେକ୍ଟ ସିଟି ମଲରେ ଲୋକମାନେ iPhone 17 କିଣିବା ପାଇଁ ମଧ୍ୟରାତ୍ରିରୁ ଧାଡ଼ିରେ ଠିଆ ହେବା ଆରମ୍ଭ କରିଥିଲେ। ଲୋକମାନେ iPhone 17 ପାଇଁ ପ୍ରବଳ ଉତ୍ସାହ ଅନୁଭବ କରୁଛନ୍ତି। ଫୋନ୍ ଲଞ୍ଚ ହେବା ମାତ୍ରେ ସେମାନେ ଏହାକୁ କିଣିବା ପାଇଁ ମଧ୍ୟରାତ୍ରିରୁ ମଲ୍ ବାହାରେ ଲମ୍ବା ଧାଡ଼ିରେ ଠିଆ ହୋଇ ରହିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ ଯେବେ ଆଇଫୋନର ନୂଆ ମଡେଲ ଲଞ୍ଚ ହୁଏ ସେବେ ସେବେ ଆପଲ୍ ଷ୍ଟୋରରେ ଏମିତି ଭିଡ଼ ପରିଲିକ୍ଷିତ ହୁଏ ।
#WATCH | Maharashtra: A large number of people throng the Apple store in Mumbai's BKC as the company begins its iPhone 17 series sale in India from today pic.twitter.com/f6DOcZC5Yk
📱 Get Argus News App
✨
କେବଳ ଦିଲ୍ଲୀ ନୁହେଁ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଥିବା Apple ଶୋ’ରୁମ୍ ବାହାରେ ବି ଶହ ଶହ ଲୋକ ଠିଆ ହୋଇଛନ୍ତି । ଏମିତିକି କେତେ ଜଣତ ଆଇଫୋନ୍ ପାଇଁ ୭ ରୁ ୮ ଘଣ୍ଟା ଅପେକ୍ଷା କରିଛନ୍ତି । ଅର୍ଥାତ ଆଇଫୋନ୍ କିଣିବା ପାଇଁ ରାତି ପ୍ରାୟ ୧୨ଟାରୁ ଲୋକମାନେ ଲାଇନରେ ରହିଛନ୍ତି ।
ଲୋକମାନେ ଏହି ଫୋନର ନୂତନ ଏବଂ ଆକର୍ଷଣୀୟ କଲର୍ ଭ୍ୟାରିଆଣ୍ଟକୁ ସବୁଠାରୁ ଅଧିକ ପସନ୍ଦ କରୁଛନ୍ତି । ଏହା ବ୍ୟତୀତ, ଏହାର ଲମ୍ବା ବ୍ୟାଟେରୀ ଲାଇଫ୍ ଏବଂ ଉତ୍କୃଷ୍ଟ କ୍ୟାମେରା ଗୁଣବତ୍ତା ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ବର୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଛି । iPhone 17 ର ଲଞ୍ଚ ପୁଣି ଥରେ ପ୍ରମାଣିତ କରିଛି ଯେ ଭାରତରେ Apple ପାଇଁ କ୍ରେଜ୍ ନିରନ୍ତର ବୃଦ୍ଧି ପାଉଛି ।
Related Topics
Explore more stories