Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Iran Firing Indian Tanker / ହର୍ମୁଜରେ ଭାରତୀୟ ଟ୍ୟାଙ୍କରକୁ ଇରାନର ଗୁଳିମାଡ଼, ତଥାପି ସୁରକ୍ଷିତ ଆସିଲା 'ଦେଶ ଗରିମା'

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ହର୍ମୁଜରେ ଭାରତୀୟ ଟ୍ୟାଙ୍କରକୁ ଇରାନର ଗୁଳିମାଡ଼, ତଥାପି ସୁରକ୍ଷିତ ଆସିଲା 'ଦେଶ ଗରିମା'
Iran attack

Key Points

ଇରାନର ଫାୟାରିଂ ମଧ୍ୟରେ ସାହସ
‘ଦେଶ ଗରିମା’ ସୁରକ୍ଷିତ ବାହାରିଲା
ଫେରିଗଲା ୪ ଭାରତୀୟ ଜାହାଜ
ପୁଣି ଥରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଛି ଇରାନ । ଏହା ସତ୍ତ୍ବେ ଏକ ଭାରତୀୟ ପତାକାଯୁକ୍ତ ତୈଳ ଟ୍ୟାଙ୍କର ସଫଳତାର ସହ ହର୍ମୁଜ ପ୍ରଣାଳୀ ଦେଇ ଆସିଥିଲା । ଯେତେବେଳେ କି ଅନ୍ୟ ୪ଟି ଜାହାଜ ହର୍ମୁଜ ପାର କରିନପାରି ଫେରି ଯାଇଥିଲା । ଜାହାଜ ମନିଟରିଂ ତଥ୍ୟ ଅନୁଯାୟୀ, "ଦେଶ ଗାରିମା" ନାମକ ତୈଳ ଟ୍ୟାଙ୍କର୍ ଶନିବାର (୧୮ ଏପ୍ରିଲ୍, ୨୦୨୬) ଦିନ ହର୍ମୁଜ ପ୍ରଣାଳୀ ଦେଇ ଆସିଥିଲା ।

ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (SCI) ମାଲିକାନା ଥିବା ଏହି ଟ୍ୟାଙ୍କର୍ ହେଉଛି ମାର୍ଚ୍ଚ ଆରମ୍ଭରୁ ଷ୍ଟ୍ରେଟ୍ ଦେଇ ଆସିଥିବା ଦଶମ ଭାରତୀୟ ପତାକାଯୁକ୍ତ ଜାହାଜ । ମାରିନ୍ ଟ୍ରାଫିକ୍ ଅନୁଯାୟୀ, ଶନିବାର ସନ୍ଧ୍ୟା ସୁଦ୍ଧା ଟ୍ୟାଙ୍କରଟି ଓମାନ ଉପସାଗର ଦେଇ ଯାତ୍ରା କରୁଥିଲା । ତଥ୍ୟ ଏହା ମଧ୍ୟ ଦର୍ଶାଇଛି ଯେ ଇରାନ ଗୁଳିମାଡ଼ ପରେ ତେଲ ଟ୍ୟାଙ୍କର୍ "ସାନମାର ହେରାଲ୍ଡ, ଦେଶ ବୈଭବ, ଦେଶ ବିଭୋର, ଏବଂ ମାଲବାହୀ ଜାହାଜ "ଜଗ୍ ଅର୍ଣ୍ଣଭ" ନିଜର ରାସ୍ତା ବଦଳାଇଥିଲା ।

ୟୁନାଇଟେଡ୍ କିଙ୍ଗଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ ଅନୁଯାୟୀ, ଏକ ଟ୍ୟାଙ୍କର୍ ରିପୋର୍ଟ କରିଛି ଯେ ଓମାନର ଉତ୍ତର-ପୂର୍ବରେ ପ୍ରାୟ ୨୦ ନଟିକାଲ୍ ମାଇଲ୍ ଦୂରରେ ଦୁଇଟି ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ ଜାହାଜ ଉପରେ ଗୁଳି ଚଳାଇଛି । ଏହା ଭାରତୀୟ ଜାହାଜଗୁଡ଼ିକର ଗତିପଥ ପରିବର୍ତ୍ତନ କରିବାର କାରଣ ବୋଲି କୁହାଯାଇଛି । tankertrackers.com ଅନୁଯାୟୀ, ଗୁଳିକାଣ୍ଡ ପରେ ଇରାକୀ ଅଶୋଧିତ ତୈଳ ବହନ କରୁଥିବା ଏକ ସୁପରଟ୍ୟାଙ୍କର୍ ସମେତ ଦୁଇଟି ଭାରତୀୟ ପତାକା ଜାହାଜ ଫେରିବାକୁ ବାଧ୍ୟ ହୋଇଥିଲା ।

ଭାରତ ଇରାନୀ ରାଷ୍ଟ୍ରଦୂତଙ୍କୁ ସମନ୍ କରିଛି

ସେପଟେ ହର୍ମୁଜ ପ୍ରଣାଳୀରେ ଭାରତୀୟ ଜାହାଜ ଉପରେ ଆକ୍ରମଣକୁ ନେଇ ଭାରତ ସରକାରଙ୍କ କଡ଼ା ପଦକ୍ଷେପ । ଦିଲ୍ଲୀରେ ଇରାନ ରାଷ୍ଟ୍ରଦୂତଙ୍କୁ ରିପୋର୍ଟ ତଲବ କରିଛି ବୈଦେଶିକ ମନ୍ତ୍ରଣାଳୟ । ଇରାନର ରିଭୋଲ୍ୟୁସନାରୀ ଗାର୍ଡ ବା IRGC ନିଜେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ହର୍ମୁଜ ପ୍ରଣାଳୀରେ ଭାରତୀୟ ତୈଳ ଟ୍ୟାଙ୍କର Sanmar Herald ଉପରେ ହୋଇଛି ବଡ଼ ଧରଣର ଆକ୍ରମଣ । ଜାହାଜଟିର ସାମାନ୍ୟ କ୍ଷୟକ୍ଷତି ହୋଇଥିଲେ ହିଁ ସୌଭାଗ୍ୟବଶତଃ ସେଥିରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି ଏବଂ କୌଣସି ପ୍ରାଣହାନି ଘଟିନାହିଁ । ଘଟଣା ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଇରାନର ରାଷ୍ଟ୍ରଦୂତଙ୍କୁ ସମନ କରାଯାଇଛି । ଭାରତ ନିଜର ଦୃଢ଼ ଆପତ୍ତି ଜଣାଇବା ସହ ନାବିକମାନଙ୍କ ସୁରକ୍ଷା ପାଇଁ ଦାବି କରିଛି । ଭାରତୀୟ ନୌସେନା ମଧ୍ୟ ଏହି ଅଞ୍ଚଳରେ ନିଜର ଗତିବିଧି ବଢ଼ାଇ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iranian Firing on Indian Tanker in Strait of Hormuz, ‘Desh Garima’ Reaches Safely | Argus News