Iran President India Visit / ଭାରତ ଆସିବେ ଇରାନ ରାଷ୍ଟ୍ରପତି, BRICS ସମ୍ମିଳନୀରେ ମୋଦିଙ୍କ ସହ ହେବ ବଡ଼ ଆଲୋଚନା
·2 weeks ago·2 min read

Key Points
ଭାରତ ଆସିବେ ଇରାନ ରାଷ୍ଟ୍ରପତି
BRICS ସମ୍ମିଳନୀରେ ମୋଦିଙ୍କ ସହ ହେବ ବଡ଼ ଆଲୋଚନା
BRICSରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ମିଡିଲ୍ ଇଷ୍ଟରେ ଜାରି ରହିଥିବା ବିବାଦ ମଧ୍ୟରେ ଭାରତ ଗସ୍ତରେ ଆସୁଛନ୍ତି ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିଆନ । ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା BRICS ଶିଖର ସମ୍ମିଳନୀରେ ସେ ସାମିଲ ହେବେ । ଇରାନ ପକ୍ଷରୁ ଶୁକ୍ରବାର ତାଙ୍କ ଭାରତ ଗସ୍ତକୁ ନିଶ୍ଚିତ କରାଯାଇଛି । ଚଳିତ ବର୍ଷ BRICSର ଅଧ୍ୟକ୍ଷତା ଭାରତ କରୁଥିବାରୁ ଏହି ଗସ୍ତକୁ ବିଶେଷ ଗୁରୁତ୍ୱ ଦିଆଯାଉଛି ।
ପେଜେଶକିଆନଙ୍କ ଏହି ଗସ୍ତ କେବଳ BRICS ବୈଠକରେ ଯୋଗଦାନରେ ସୀମିତ ରହିବ ନାହିଁ । ଭାରତ ଓ ଇରାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ, ବାଣିଜ୍ୟ, ଚାବହାର ବନ୍ଦର ଏବଂ ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।
୨୦୨୪ରେ ଇରାନ BRICSର ପୂର୍ଣ୍ଣ ସଦସ୍ୟ ହୋଇଥିଲା । ଏହାପରେ ତେହରାନ BRICS ମଞ୍ଚ ମାଧ୍ୟମରେ ଆର୍ଥିକ ଓ ରାଜନୈତିକ ସହଯୋଗ ବଢ଼ାଇବା ଉପରେ ଗୁରୁତ୍ୱ ଦେଇଆସୁଛି। ଗତ ଜୁନ୍ରେ ଇରାନର ବିଦେଶ ମନ୍ତ୍ରୀ ଅବ୍ବାସ ଆରାଘଚି ମଧ୍ୟ BRICS ବିଦେଶ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଭାରତ ଆସିଥିଲେ । ସେତେବେଳେ ସେ କହିଥିଲେ ଯେ ପଶ୍ଚିମ ଏସିଆରେ ଜାରି ରହିଥିବା ବିବାଦ କମାଇବାରେ ଭାରତ ଏକ ବଡ଼ ଭୂମିକା ନେଇପାରେ ଏବଂ ଇରାନ ଭାରତର ଯେକୌଣସି ଗଠନମୂଳକ ପଦକ୍ଷେପକୁ ସ୍ୱାଗତ କରିବ ।
ପେଜେଶକିଆନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ପୂର୍ବରୁ ମଧ୍ୟ ଆଲୋଚନା ହୋଇଛି । ୨୦୨୪ ଅକ୍ଟୋବରରେ ରୁଷିଆର କାଜାନରେ ଆୟୋଜିତ BRICS ସମ୍ମିଳନୀ ସମୟରେ ଦୁଇ ନେତା ସାକ୍ଷାତ କରିଥିଲେ। ସେହି ସମୟରେ ଦ୍ୱିପାକ୍ଷିକ ସମ୍ପର୍କ ସହ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା ।
ଏହାରି ମଧ୍ୟରେ ଗତ କିଛି ମାସରେ ଭାରତ ଓ ଇରାନ ମଧ୍ୟରେ କୂଟନୈତିକ ଯୋଗାଯୋଗ ଆହୁରି ବଢ଼ିଛି । ଜୁଲାଇରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପେଜେଶକିଆନଙ୍କ ମଧ୍ୟରେ ଫୋନ୍ରେ ଆଲୋଚନା ହୋଇଥିଲା । ପଶ୍ଚିମ ଏସିଆର ସ୍ଥିତି, ଅଞ୍ଚଳୀୟ ଶାନ୍ତି ଏବଂ ହର୍ମୁଜ୍ ଷ୍ଟ୍ରେଟ୍ରେ ଯାତାୟାତ ଓ ବାଣିଜ୍ୟର ସ୍ୱାଧୀନତା ନେଇ ଦୁଇ ନେତା ଆଲୋଚନା କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେଣୁ ପେଜେଶକିଆନଙ୍କ ଆଗାମୀ ଭାରତ ଗସ୍ତକୁ ଦୁଇ ଦେଶର ସମ୍ପର୍କ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । BRICS ମଞ୍ଚରେ ଭାରତ ଓ ଇରାନର ସହଯୋଗ ସହିତ ପଶ୍ଚିମ ଏସିଆରେ ଶାନ୍ତି ଓ ସ୍ଥିରତା ପାଇଁ ଦୁଇ ଦେଶ କେଉଁ ଦିଗରେ ଆଗକୁ ବଢ଼ିବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
Related Topics
Explore more stories