Petrol Diesel Price / ସରିଲା ଯୁଦ୍ଧ...ଶସ୍ତା ହେବ କି ପେଟ୍ରୋଲ-ଡିଜେଲ୍ ? ସରକାର ଦେଲେ ସ୍ପଷ୍ଟୀକରଣ
·2 hours ago·2 min read

Key Points
ଇରାନ-ଆମେରିକା ଶାନ୍ତି ଚୁକ୍ତି ପରେ ଖସିଲା ତୈଳ ଦର
କମିବ କି ଇନ୍ଧନ ଦାମ୍ ?
୧୨ ହଜାର କୋଟି କ୍ଷତି ସହିଛି କେନ୍ଦ୍ର
କମିବ କି ଇନ୍ଧନ ଦାମ୍ ?
୧୨ ହଜାର କୋଟି କ୍ଷତି ସହିଛି କେନ୍ଦ୍ର
ଇରାନ-ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା ହୋଇଛି । ଏହି ଶାନ୍ତି ଚୁକ୍ତି ପରଠୁ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ହ୍ରାସ ପାଉଛି । ତେବେ ଏହି ଚୁକ୍ତିନାମା ପରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ କି ? ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ଗୁରୁବାର କହିଛନ୍ତି ଯେ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ହ୍ରାସ ପାଇଲେ ଇନ୍ଧନ ଦର ତୁରନ୍ତ ହ୍ରାସ କରାଯାଇପାରିବ ନାହିଁ । ତାଙ୍କ କହିବା ଅନୁଯାୟୀ, ଇନ୍ଧନ ମୂଲ୍ୟ ନିର୍ଦ୍ଧାରଣରେ ଅନେକ କାରଣ କାମ କରେ । ବିଶେଷ କରି ଶସ୍ତା ଅଶୋଧିତ ତୈଳ ଭାରତ ପହଞ୍ଚିବା ପାଇଁ ଅଧିକ ସମୟ ଲାଗେ ।
କେନ୍ଦ୍ର ମନ୍ତ୍ରୀ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବିଷୟରେ କ’ଣ କହିଛନ୍ତି ?
ପେଟ୍ରୋଲ, ପ୍ରାକୃତିକ ଗ୍ୟାସ ଏବଂ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ କହିଛନ୍ତି ଯେ ସମ୍ପ୍ରତି ତୈଳ ଦର ଲିଟର ପ୍ରତି ପ୍ରାୟ ୩.୯୪ ଟଙ୍କା ବୃଦ୍ଧି ପାଇଛି । କିନ୍ତୁ କେବଳ ବିଶ୍ୱ ସ୍ତରରେ ଅଶୋଧିତ ତୈଳ ଦର ହ୍ରାସ ଆଧାରରେ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଇପାରିବ ନାହିଁ । ସେ କହିଛନ୍ତି, "ଶସ୍ତା ଅଶୋଧିତ ତୈଳ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତରେ ପହଞ୍ଚୁଛି । ସେଠାରେ ଜାହାଜ ଯାତାୟତ ପ୍ରବଳ ଭିଡ଼ ଯୋଗୁଁ ପରିସ୍ଥିତି ସ୍ବାଭାବିକ ହେବାକୁ କିଛି ସମୟ ଲାଗିବ ।''
କେନ୍ଦ୍ର ସରକାର ୧୨,୦୦୦ କୋଟି କ୍ଷତି ସହିଛନ୍ତି: ଗୋପୀ
ଇରାନ-ଆମେରିକା ଯୁଦ୍ଧକୁ ଉଲ୍ଲେଖ କରି ସେ କହିଛନ୍ତି ଯେ ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭ ହେବା ପରେ ତୈଳ କମ୍ପାନୀଗୁଡ଼ିକ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲେ ଏବଂ କେନ୍ଦ୍ର ସରକାର ଆର୍ଥିକ କ୍ଷତି ସହିଥିଲା । ଆମେରିକା-ଇରାନ ଯୁଦ୍ଧ ପରଠୁ କେନ୍ଦ୍ର ସରକାର ୧୨ ହଜାର କୋଟି କ୍ଷତି ସହିଥିଲେ ।
ସୂଚନା ଅନୁସାରେ, ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଯାହା ପରେ ହର୍ମୁଜ୍ ପ୍ରଣାଳୀ ବାଣିଜ୍ୟିକ ଜାହାଜ ପାଇଁ ଖୋଲାଯିବ । ବିଶ୍ୱର ପ୍ରାୟ ୨୦% ଅଶୋଧିତ ତୈଳ ଏହି ସମୁଦ୍ର ପଥ ଦେଇ ଗତି କରେ । ଏହି କାରଣରୁ ଚୁକ୍ତି ସ୍ୱାକ୍ଷରିତ ହେବା ପରଠାରୁ ଅଶୋଧିତ ତୈଳ ମୂଲ୍ୟ ବହୁତ ହ୍ରାସ ପାଇଛି । ହର୍ମୁଜ୍ ଅବରୋଧ ସମୟରେ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୧୦୦ ଡଲାରରେ ପହଞ୍ଚିଥିଲା । ଯାହା ଆଜି ପ୍ରାୟ ୮୦ ଡଲାର ପ୍ରତି ବ୍ୟାରେଲରେ ପହଞ୍ଚିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
