ISKCON Ratha Yatra / ପୁଣି ଇସ୍କନର ଅଦିନିଆ ରଥଯାତ୍ରା, ମହାପ୍ରଭୁଙ୍କୁ ଚାରିଚକିଆ ଗାଡ଼ିରେ ବୁଲାଇଲେ

Key Points
ପୁଣି ଇସ୍କନର ଅଦିନିଆ ରଥଯାତ୍ରା । ମଧୁବନ ଆଶ୍ରମ ରିଷିକେଷ ଦ୍ୱାରା ଆୟୋଜିତ ହେଲା ଅଦିନିଆ ରଥଯାତ୍ରା । ଅକ୍ଟୋବର ୭ରେ ଇସ୍କନର ଅଦିନିଆ ରଥଯାତ୍ରା ଅନୁଷ୍ଠିତ ।
ପୁଣି ଇସ୍କନର ଅଦିନିଆ ରଥଯାତ୍ରା । ଏଥର ଅଦିନିଆ ରଥଯାତ୍ରା କରିବାକୁ ଇସ୍କନ ପ୍ରସ୍ତୁତ ହେଉନାହିଁ ବରଂ ରଥଯାତ୍ରା ଶେଷ କରିଛି । ମଧୁବନ ଆଶ୍ରମ ଋଷିକେଷ ଦ୍ୱାରା ଆୟୋଜିତ ୨୮ ତମ ଶ୍ରୀଜଗନ୍ନାଥ ରଥଯାତ୍ରା ସମ୍ପର୍ଣ୍ଣ କରିଛି ଇସ୍କନ । ଚଳିତ ମାସ ଅକ୍ଟୋବର ୭ ତାରିଖ ମଙ୍ଗଳବାର ଦିନ ଏଭଳି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଗତ ୭ ତାରିଖ ମଙ୍ଗଳବାର ଦିନ ସକାଳ ୯ଟା ୩୦ରେ ମଧୁବନ ଆଶ୍ରମଠାରୁ ବାହାରି ତ୍ରୀବେଣୀ ଘାଟ ଚୌକ ଦେଇ ଗୁରୁଦ୍ୱରା ଶ୍ରୀ ଗୁରୁ ସିଂ ସଭା ରେଳୱ ରୋଡରେ ଏହି ଅଦିନିଆ ରଥଯାତ୍ରା ଶେଷ ହୋଇଛି ।
ବିଧି ପରମ୍ପରା ଭାଙ୍ଗି ଇସ୍କନ ବାରମ୍ବାର ଅଦିନିଆ ରଥଯାତ୍ରା କରୁଥିବା ବେଳେ ଚଳିତ ମାସରେ ମଧୁବନ ଆଶ୍ରମ ଋଷିକେଷ ଦ୍ବାରା ୨୮ ତମ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏକ ଚାରିଚକିଆ ଗାଡିରେ ବସି ଯାଉଥିବା ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ: ପଛରେ ପଡିଛି ବିଜେଡି, ପ୍ରାର୍ଥୀ ଚୟନକୁ ନେଇ ବି ଦଳରେ ବିବାଦ !
ଅନ୍ୟପଟେ ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଗତମାସ ଅର୍ଥାତ ସେପ୍ଟେମ୍ବର ୬ ତାରିଖରେ ଗଜପତିଙ୍କ ମହାରାଜାଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନୀତି ବିରୋଧୀ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ୧୦୦ ପୃଷ୍ଠାର ଏକ ପୂର୍ଣ୍ଣାଙ୍ଗ ଉତ୍ତର ଇସ୍କନକୁ ପ୍ରଦାନ କରାଯାଇଥିଲା । ନୀତି ଓ ପରମ୍ପରାକୁ ନ ମାନିଲେ ଆଇନର ଆଶ୍ରୟ ନିଆଯିବ ବୋଲି ଗଜପତିଙ୍କ ଦ୍ଵାରା ଇସ୍କନକୁ ଚିଠି ଲେଖାଯାଇଥିଲା । ମାତ୍ର ଏହାର ଏକମାସ ପରେ ଇସ୍କନ ପୁର୍ନବାର ତା'ର ମନମାନି ଜାରି ରଖି ଅଦିନିଆ ରଥଯାତ୍ରା ଆୟୋଜନ କରିଛି । ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରାକୁ ଅପମାନ ହୋଇଥିବା ବେଳେ ଏଥର ଇସ୍କନର ଅଦିନିଆ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସବୁରି ମହଲରୁ ଅନୁରୋଧ କରାଯାଇଛି ।
📱 Get Argus News App
✨Related Topics
Explore more stories