ଇସ୍ରୋ ଚେୟାରମ୍ୟାନଙ୍କ ବଡ ଘୋଷଣା , ଆକାଶକୁ ଯିବ ଚନ୍ଦ୍ରଯାନ-4

Key Points
- ଇସ୍ରୋ ଚେୟାରମ୍ୟାନଙ୍କ ବଡ ଘୋଷଣା
- ଆକାଶକୁ ଯିବ ଚନ୍ଦ୍ରଯାନ-4
- ୫ ବର୍ଷରେ ଲଂଚ୍ ହେବ ୭୦ ସେଟେଲାଇଟ୍
ଅର୍ଗସ ବ୍ୟୁରୋ : ଚନ୍ଦ୍ରଯାନ ୩ର ଲ୍ୟାଣ୍ଡିଂକୁ ବର୍ଷେ ପୁରୁପୁରୁ ପୁଣି ଥରେ ଚନ୍ଦ୍ରଯାନ- ୪ର ପ୍ରସ୍ତୁତି କରିସାରିଲାଣି ଇସ୍ରୋ । ଚନ୍ଦ୍ରଯାନ ୪ ଏବଂ ଚନ୍ଦ୍ରଯାନ ୫ର ଡିଜାଇନ ଏହାରି ଭିତରେ ପ୍ରସ୍ତୁତ ହୋଇସାରିଛି । ସରକାର ଅନୁମୋଦିତ କଲାପରେ ହିଁ ଏହା ଲଞ୍ଚ କରାଯିବ ବୋଲି କହିଛନ୍ତି ଇସ୍ରୋ ଚେୟାରମ୍ୟାନ ଏସ ସୋମନାଥନ୍ । ସରକାରଙ୍କ ଅନୁମୋଦନକୁ ହିଁ କେବଳ ଅପେକ୍ଷା ବୋଲି ସୋମନାଥନ୍ କହିଛନ୍ତି ।
ଏଥର ଚନ୍ଦ୍ରଯାନ ୪ ଚନ୍ଦ୍ରରୁ ପଥର ଏବଂ ମାଟି ନମୁନା ସଂଗ୍ରହ କରି ଆଣିବ । ଏହା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଏହାଠାରୁ ଅଧିକ ଜରୁରୀ ମିଶନର ସ୍ପେସ ଡକିଙ୍ଗ କରାଯିବ । ଅର୍ଥାତ ଚନ୍ଦ୍ରଯାନ-୪କୁ ମହାକାଶକୁ ଦୁଇଟି ଭାଗରେ ପଠାଯିବ । ଏହାପରେ ମହାକାଶରେ ଏହାକୁ ଯୋଡାଯିବ । ଇସ୍ରୋ ପ୍ରଥମଥର ପାଇଁ ଏହି କାମ କରିବାକୁ ଯାଉଛି । ତେବେ ସୋମନାଥନ ତଥା ଇସ୍ରୋର ଅନ୍ୟ ଅଧିକାରୀ ମାନେ କହିଛନ୍ତି, ଚନ୍ଦ୍ରଯାନ -୪ ୨୦୨୮ ସୁଦ୍ଧା ଲଞ୍ଚ ହେବାକୁ ଯାଉଛି । ତେବେ ଅନ୍ତରୀକ୍ଷରେ ଚନ୍ଦ୍ରଯାନର ଦୁଇଟି ଅଂଶକୁ ଯୋଡିବା ଫଳରେ ଇସ୍ରୋକୁ ମଧ୍ୟ ବଡ ଫାଇଦା ହେବ ବୋଲି କହିଛନ୍ତି ସୋମନାଥନ୍ । ଯାହାଦ୍ବାରା ଆଗକୁ ଏହିପରି ବିଭିନ୍ନ ପାର୍ଟ୍ସ ଯୋଡାଯାଇ ଇସ୍ରୋରେ ସ୍ପେସ ଷ୍ଟେସନ ତିଆରି ହୋଇ ପାରିବ ।
ଅଧିକ ପଢନ୍ତୁ : ଲଞ୍ଚ ହେବ ଚନ୍ଦ୍ରଯାନ-୪ , ସୂଚନା ଦେଲା ଇସ୍ରୋ
📱 Get Argus News App
✨ତେବେ କେଉଁଭଳି ଚନ୍ଦ୍ରଯାନ୍ ୪ ଲଞ୍ଚ କରାଯିବ ତାର ସମସ୍ତ ପ୍ରସ୍ତୁତି ହୋଇ ସାରିଛି । କିପରି ଏହା ଲଞ୍ଚ ହେବ , କେଉଁ ପାର୍ଟ କାହା ସହ ଯୋଡାଯିବ , କିପରି ଚନ୍ଦ୍ରଯାନରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ , କେଉଁ ପାର୍ଟ ସେହି ଅନ୍ଦରୀକ୍ଷରେ ରହିବ, କେଉଁଟା ସଫଳ ହୋଇ ଫେରିବ , ଏଥିପାଇଁ ଅନେକ ପ୍ରକାର ପରୀକ୍ଷା ନିରୀକ୍ଷା କରାଯିବ । କାରଣ ଏକାଥରେ ଚନ୍ଦ୍ରଯାନ ୪କୁ ବିନା ପରୀକ୍ଷାରେ ଲଞ୍ଚ କରାଯାଇପାରିବନି । ସେଥିପାଇଁ ପୁରା ପ୍ରସ୍ତୁତି କରିସାରିଛି ଇସ୍ରୋ । ତେବେ ଚନ୍ଦ୍ରରେ ପ୍ରଥମ ଭାରତୀୟ କେବେ ପାଦ ରଖିବେ ବୋଲି ପଚାରିବାରୁ , ସୋମନାଥ କହିଥିଲେ, ସେଥିପାଇଁ ମଧ୍ୟ ଆମର ପ୍ରସ୍ତୁତି ଜାରି ରହିଛି । ତେବେ ଏଥିରେ ଅନେକ ସମୟ ଲାଗିବ , ୨୦୪୦ ଯାଏଁ ଏହାର ଟାର୍ଗେଟ ରହିଛି । ସେହିପରି ଆଗାମୀ ୫ ବର୍ଷରେ ୭୦ଟି ସାଟେଲାଇଟ ଲଞ୍ଚ କରିବାକୁ ଇସ୍ରୋ ଯୋଜନା ରଖିଥିବା କହିଛନ୍ତି ସୋମନାଥନ୍ ।