Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୩୦ ବର୍ଷ ହେଲାଣି ବଦଳିନି ଚାଟ ସ୍ବାଦ, ଯିଏ ଖାଇଛି ସେ ଭୁଲିପାରିନି..

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୩୦ ବର୍ଷ ହେଲାଣି ବଦଳିନି ଚାଟ ସ୍ବାଦ, ଯିଏ ଖାଇଛି ସେ ଭୁଲିପାରିନି..

ଅର୍ଗସ ବ୍ୟୁରୋ : ଅର୍ଜୁନ ବାବା ଚାଟ୍ । ୩୦ ବର୍ଷ ତଳର ସେଇ ସ୍ବାଦ ସେଇମିତି ଅଛି । ଯିଏ ତାଙ୍କ ଚାଟ୍ ଥରେ ଖାଇଛି, ସେ ଆଜିଯାଏଁ ସେ ସ୍ବାଦକୁ ଭୁଲି ପାରିନି । ଏତେ ସୁନ୍ଦର ସ୍ବାଦ ଯେ, ଯଦି ସେ ସକାଳ ୬ରେ ବିକିବା ଆରମ୍ଭ କରନ୍ତି, ୯ରେ ସବୁ ଶେଷ ହୋଇଯାଏ । ଝାଡଖଣ୍ଡ ଗୋଡ୍ଡା ର ଗଂଗଟା ଛକରେ ଥିବା ଅର୍ଜୁନ ବାବା ନାମକ ଜଣେ ବ୍ୟକ୍ତି ଦୀର୍ଘ ୩୦ ବର୍ଷ ହେବ ଚାଟ ଦୋକାନ ଖୋଲିଛନ୍ତି । ଏହାର ସ୍ବାଦ ଆଜିଯାଏଁ ମଧ୍ୟ ବଦଳିନି । ସକାଳେ ଏଠାରେ ସ୍କୁଲ ଛାତ୍ରଛାତ୍ରୀ , ତଥା ଅନ୍ୟମାନଙ୍କର ବେଶ ଭିଡ ଜମିଥାଏ । ଗୋଟେ ପ୍ଲେଟକୁ ୨୦ ଟଙ୍କାରେ ବିକନ୍ତି ଅର୍ଜୁନ । 

ଅଧିକ ପଢନ୍ତୁ ଭାରତ ଖବର

୧୯୯୪ରୁ ସେ ଚାଟ ବିକ୍ରି କରୁଛନ୍ତି । ଦିନକୁ ସେ ୧୦୦୦ ରୁ ୧୫୦୦ ଟଙ୍କା ରୋଜଗାର କରନ୍ତି । ଚାଟ ବିକ୍ରି କରି ସେ ୪ ଜଣ ଝିଅଙ୍କ ବାହାଘର କରାଇବା ସହ ତାଙ୍କର ୪ ଜଣ ପୁଅ ସରକାରୀ ଚାକିରୀ କରୁଛନ୍ତି ।  ଅର୍ଜୁନ ବାବା ପୁରା ଦେଶୀ ଶୈଳୀରେ ଏହି ଚାଟ ପ୍ରସ୍ତୁତ କରିଥାନ୍ତି । ଏଥିପାଇଁ ସେ ତେନ୍ତୁଳୀ ରସ , ଘର ତିଆରି ଲଙ୍କା ଗୁଣ୍ଡ ଆଉ ଘରୋଇ ସାମଗ୍ରୀରେ ପ୍ରସ୍ତୁତ କରିଥାନ୍ତି ।        

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It has been 30 years since the taste of arjun baba chat has not changed | Argus News