AI Video / IT ନିୟମରେ ବଡ଼ ପରିବର୍ତ୍ତନ, AI ଭିଡିଓ ୩ ଘଣ୍ଟା ମଧ୍ୟରେ ହଟାଇବାକୁ ନିର୍ଦ୍ଦେଶ
·5 months ago·2 min read

Key Points
AI ଏବଂ ଡିପ୍ଫେକ୍ ଉପରେ କଡ଼ା କଟକଣା
୩ ଘଣ୍ଟା ମଧ୍ୟରେ ହଟାଇବାକୁ ହେବ ଆପତ୍ତିଜନକ ପୋଷ୍ଟ
IT ନିୟମରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

AI ଏବଂ ଡିପ୍ଫେକ୍ ଉପରେ କଡ଼ା କଟକଣା ଲଗାଇଲେ କେନ୍ଦ୍ର ସରକାର । ୩ ଘଣ୍ଟା ମଧ୍ୟରେ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କୃତ୍ରିମ ବୁଦ୍ଧିମତା ବା AI ଦ୍ୱାରା ପ୍ରସ୍ତୁତ 'ଡିପ୍ଫେକ୍' ଭିଡିଓ ଏବଂ ଭ୍ରମାତ୍ମକ ତଥ୍ୟକୁ ରୋକିବା ପାଇଁ ଭାରତ ସରକାର ମଙ୍ଗଳବାର IT ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ।
ନୂତନ ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ AI ଜନିତ ବିଷୟବସ୍ତୁ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି । ଯଦି କୌଣସି ଆପତ୍ତିଜନକ କିମ୍ବା କ୍ଷତିକାରକ AI ପୋଷ୍ଟ ସମ୍ପର୍କରେ ଅଭିଯୋଗ ଆସେ, ତେବେ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ମାତ୍ର ୩ ଘଣ୍ଟା ମଧ୍ୟରେ ତାହାକୁ ହଟାଇବାକୁ ପଡ଼ିବ । କୌଣସି ଭିଡିଓ, ଅଡିଓ କିମ୍ବା ଫଟୋ ଯଦି AI ସାହାଯ୍ୟରେ ତିଆରି କରାଯାଇଛି, ତେବେ ସେଥିରେ 'AI Generated' ବୋଲି ସ୍ପଷ୍ଟ ଭାବେ ଲେଖିବାକୁ ହେବ । ଯଦି କୌଣସି ବ୍ୟକ୍ତି ଏହାକୁ ନ ଲେଖି ଅପଲୋଡ୍ କରନ୍ତି, ତେବେ ସମ୍ପୃକ୍ତ ପ୍ଲାଟଫର୍ମ ଏଥିପାଇଁ ଦାୟୀ ରହିବେ ।
ସୋସିଆଲ ମିଡିଆରେ କିଛି ବି ପୋଷ୍ଟ କରିବା ସମୟରେ ବ୍ୟକ୍ତିଙ୍କୁ ଏବେ ସ୍ପଷ୍ଟ କରିବାକୁ ପଡ଼ିବ ଯେ ତାହା ପ୍ରକୃତ କିମ୍ବା AI ଦ୍ୱାରା ତିଆରି କରାଯାଇଛି । ଏହି ନୂଆ ନିୟମ ଆସନ୍ତା ଫେବ୍ରୁଆରୀ ୨୦ ତାରିଖରୁ ସାରା ଦେଶରେ କାର୍ଯ୍ୟକାରୀ ହେବ । ସରକାରଙ୍କ କହିବା ଅନୁସାରେ, ସିନ୍ଥେଟିକାଲି ଜେନେରେଟେଡ୍ ଇନଫର୍ମେସନ୍- SGI ଅଥବା AI ଦ୍ୱାରା ନିର୍ମିତ ତଥ୍ୟ ଏବେ ଠକେଇ, ହଇରାଣ ଏବଂ ଭୁଲ୍ ଖବର ପ୍ରସାରଣ କରିବାରେ ବ୍ୟବହୃତ ହେଉଛି । ଏହାକୁ ରୋକିବା ପାଇଁ ପ୍ଲାଟଫର୍ମଗୁଡ଼ିକୁ ନୂତନ ଯାଞ୍ଚ ପ୍ରକ୍ରିୟା ଆପଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ ଭଳି ସମସ୍ତ ବଡ଼ ପ୍ଲାଟଫର୍ମ ପାଇଁ ଲାଗୁ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories