ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ମହଙ୍ଗା ପଡ଼ିଲା

ଅର୍ଗସ ବ୍ୟୁରୋ: ତେଲେଙ୍ଗାନାରେ କଂଗ୍ରେସ ବାଜିମାତ କରିଛି। ଏହାରି ଭିତରେ ନିର୍ବାଚନ ଆୟୋଗ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ହାଇଦ୍ରାବାଦରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେବାନ୍ଥ ରେଡ୍ଡିଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇବା ଡିଜିପି ଅଞ୍ଜନି କୁମାରଙ୍କୁ ମହଙ୍ଗା ପଡ଼ିଛି। ନିର୍ବାଚନ ଆୟୋଗ ରବିବାର ତାଙ୍କୁ ସସପେଣ୍ଡ କରିଛନ୍ତି। ନିର୍ବାଚନ ଆଚରଣ ସଂହିତା ଉଲ୍ଲଘଂନ କରିବା ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
#WATCH | Telangana DGP Anjani Kumar and other Police officials meet state Congress president Revanth Reddy at his residence in Hyderabad.
— ANI (@ANI) December 3, 2023
The party is leading on 65 of the total 119 seats in the state, ruling BRS is leading on 38 seats. pic.twitter.com/m6A9llRzgO
ତେଲେଙ୍ଗାନା ଡିଜିପି ଅଞ୍ଜନି କୁମାର, ପୋଲିସ ନୋଡାଲ ଅଫିସର ସଞ୍ଜୟ ଜୈନ ଓ ଅନ୍ୟଜଣେ ହାଇଦ୍ରାବାଦରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ରେବାନ୍ଥ ରେଡ୍ଡିଙ୍କୁ ଭେଟିଥିଲେ। ଏହି ସମୟରେ ପୋଲିସ ଡିଜିପି ଫୁଲତୋଡ଼ା ଦେଇ କଂଗ୍ରେସ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ରବିବାର ସନ୍ଧ୍ୟାରେ ଭାରତୀୟ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧି ଓ ନିୟମ ଉଲ୍ଲଘଂନ ପାଇଁ ତେଲେଙ୍ଗାନା ପୋଲିସ ଡିଜିପିଙ୍କୁ ନିଲମ୍ବିତ କରିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର