Italy Burqa Niqab Ban / ସ୍କୁଲ୍ ପରିସରରେ ବୁର୍ଖା-ନିକାବ ଉପରେ ଲାଗିଲା ବ୍ୟାନ୍! ପ୍ରଧାନମନ୍ତ୍ରୀ ମେଲୋନି କହିଲେ...
·1 hour ago·2 min read

Key Points
ଗବେଷଣା ସଂଗଠନ Fondazione ISMU ଅନୁଯାୟୀ, ଇଟାଲୀୟ ସ୍କୁଲ ଠାରେ ପଢ଼ୁଥିବା ୧୧.୬% ଛାତ୍ର ଇଟାଲୀୟ ନାଗରିକ ନୁହଁନ୍ତି। ଅର୍ଥାତ୍ ପ୍ରତି ୧୦୦ ଜଣ ଛାତ୍ରଙ୍କ ମଧ୍ୟରୁ ପ୍ରାୟ ୧୨ ଜଣ ହେଉଛି ବିଦେଶୀ।
ଏବେ, ଇଟାଲୀ ମଧ୍ୟ ବୁର୍ଖା ଏବଂ ନିକାବ ଉପରେ ଜାରି କରିଛି ନିଷେଧାଦେଶ। ଏହି ଘୋଷଣା ନିଜେ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି କରିଛନ୍ତି। ରବିବାର (୨୦ ସେପ୍ଟମ୍ବର) ଏକ ଦଳୀୟ ଯୁବ କାର୍ଯ୍ୟକ୍ରମରେ ତାଙ୍କର ଦକ୍ଷିଣପନ୍ଥୀ ଆଭିମୁଖ୍ୟ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି ଯେ ସରକାର ସ୍କୁଲ ପରିସରରେ ମୁହଁ ଘୋଡ଼ାଇ ରଖିବା ଏବଂ ପ୍ରତ୍ୟେକ ଶ୍ରେଣୀରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ ପ୍ରସ୍ତୁତ ହେଉଛନ୍ତି।
କାହିଁକି ନିଆଗଲା ଏପରି ନିଷ୍ପତ୍ତି?
ଭୂମଧ୍ୟସାଗର ଉପକୂଳର ଅବସ୍ଥିତ, ଇଟାଲୀ ସବୁଠାରୁ ଅଧିକ ପ୍ରବାସୀ ରହୁଥିବା ୟୁରୋପୀୟ ଦେଶ ମଧ୍ୟରୁ ଅନ୍ୟତମ। ଏହି ଦେଶ ପାଇଁ ଏବେ ବିଦେଶ ପ୍ରବାସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏବଂ ପରବର୍ତ୍ତୀ ସରକାର ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବିଦେଶୀ ପ୍ରବାସୀ, ଖାସ୍ କରି ମୁସଲିମ ବହୁଳ ଦେଶରୁ ଆସୁଥିବା ଲୋକଙ୍କ, ସ୍ଥାନୀୟ (ଇଟାଲୀ) ସମାଜ ସହ ମିଳାମିଶା କରିବା ଦେଶର ରାଜନୀତି ଏବଂ ସମାଜରେ ବିତର୍କର ବିଷୟ ହୋଇ ରହିଛି। ଧାର୍ମିକ ପ୍ରତୀକ, ସାଂସ୍କୃତିକ ଏକୀକରଣ, ନାଗରିକତା ନିୟମ ଏବଂ ପ୍ରବାସ ନୀତି ଉପରେ ବିତର୍କ ପ୍ରାୟତଃ ଜନମତକୁ ବିଭାଜିତ କରିଥାଏ।
କ’ଣ କହିଲେ ଇଟାଲୀ ପ୍ରଧାନମନ୍ତ୍ରୀ
ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି (Italy Prime Minister Giorgia Meloni) ତାଙ୍କ ଦଳର ଯୁବ ଶାଖା, ବ୍ରଦର୍ସ ଅଫ୍ ଇଟାଲୀ (Brothers of Italy) ବାର୍ଷିକ ବୈଠକରେ ଯୋଗ ଦେଇଥିଲେ। ଏହି ଅବସରରେ କହିଥିଲେ ଯେ "ପ୍ରତି ଶ୍ରେଣୀରେ ସର୍ବାଧିକ ସଂଖ୍ୟକ ବିଦେଶୀ ଛାତ୍ରଙ୍କୁ ଆଇନଗତ ଭାବରେ ସ୍ଥାପନ କରିବା ପାଇଁ କ୍ୟାବିନେଟ୍ ରେ ଏକ ପ୍ରସ୍ତାବ ଖୁବ୍ ଶୀଘ୍ର ଉପସ୍ଥାପିତ କରାଯିବ। ଯାହା ଦ୍ୱାରା ବିଦ୍ୟାଳୟ ବ୍ୟବସ୍ଥାରେ ଏକୀକୃତ ହେବାରେ ଗୁରୁତର ଅସୁବିଧାର ସାମ୍ନା କରୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ଇଟାଲୀୟ ଭାଷା ଶିଖିବାକୁ ପଡ଼ିବ। ସ୍କୁଲ ପରିସରରେ ବୁର୍ଖା ଏବଂ ନିକାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯିବ। ଯଦି କୌଣସି ଶ୍ରେଣୀରେ କେବଳ ଗୋଟିଏ ପିଲା ଇଟାଲୀୟ ଭାଷା ବୁଝିପାରୁନାହିଁ, ତାହେଲେ ସେହି ପିଲା ନିଜର ସହପାଠୀ ଏବଂ ଶିକ୍ଷକଙ୍କ ସହାୟତାରେ ଯଥାଶୀଘ୍ର ଇଟାଲୀୟ ଭାଷା ଶିଖିବ। ହେଲେ ଯଦି ଭାଷା ବୁଝିପାରୁନଥିବା ପିଲାଙ୍କ ସଂଖ୍ୟା ବୃଦ୍ଧି ପାଏ କିମ୍ବା ସେମାନେ ସଂଖ୍ୟାଗରିଷ୍ଠ ହୋଇଯାନ୍ତି, ତାହେଲେ ଏହା ଏକୀକରଣ ବରଂ ଏକ ଉପେକ୍ଷା।"
ପ୍ରଧାନମନ୍ତ୍ରୀ ମେଲୋନି ପ୍ରତି ଶ୍ରେଣୀରେ ସର୍ବାଧିକ ବିଦେଶୀ ଛାତ୍ରଙ୍କ ନିର୍ଦ୍ଧିଷ୍ଟ ସଂଖ୍ୟା ସ୍ଥିର କରି ନାହାଁନ୍ତି। ଗବେଷଣା ସଙ୍ଗଠନ Fondazione ISMU ଅନୁଯାୟୀ, ଇଟାଲୀୟ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧.୬% ଇଟାଲୀ ନାଗରିକ ନୁହଁନ୍ତି। ଯାହା ପ୍ରତି ୧୦୦ ଜଣରେ ପ୍ରାୟ ୧୨ ଜଣ। ଆପଣଙ୍କୁ ମୁହଁ ନ ଘୋଡ଼ାଇ ସ୍କୁଲ ଯିବାକୁ ପଡିବ। ଇଟାଲୀରେ କେହି, ଏହା ଏକ ପ୍ରକୃତ ପରମ୍ପରା ହେଉ କିମ୍ବା ଏକ କଥିତ ପରମ୍ପରା ବୋଲି କହି ଜଣେ ଯୁବତୀ ନିଜକୁ ଘୋଡ଼ାଇ ରଖିବା ଉଚିତ ବୋଲି ନିର୍ଦ୍ଦେଶ ଦେଇପାରିବେ ନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories