Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନକ୍ସଲଙ୍କ ହିଂସାକାଣ୍ଡରେ ଜଣେ ଆଇଟିବିପି ଯବାନ ଶହୀଦ

Jitendra Dash
Browse all articles by Jitendra Dash
·2 years ago
ନକ୍ସଲଙ୍କ ହିଂସାକାଣ୍ଡରେ ଜଣେ ଆଇଟିବିପି ଯବାନ ଶହୀଦ

ଅର୍ଗସ ବ୍ୟୁରୋ : ଛତିଶଗଡରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ନକ୍ସଲମାନେ ଶୁକ୍ରବାର ଛତିଶଗଡର ଧାମଟାରୀ ଠାରେ ଆଇଡି ବିସ୍ଫୋରଣ କରିଛନ୍ତି । ବିସ୍ଫୋରଣ ସମୟରେ ବାଇକରେ ଯାଉଥିବା ଦୁଇଜଣ ସିଆରପିଏଫ ଯବାନଙ୍କ ମଧ୍ୟରୁ ଜଣେ ସହିଦ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ଆଇଡି ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଛନ୍ତି । 

ଅଧିକ ପଢନ୍ତୁ : ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି

ଭୋଟ ଗ୍ରହଣ ଶେଷ ହେବା ପରେ ସୁରକ୍ଷା ଦାୟିତ୍ବରେ ଥିବା ଏହି ଯବାନ ଫେରୁଥିବା ସମୟରେ ଗୋବରା ନିକଟରେ ନକ୍ସଲମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଆହତ ଆଇଟିବିପି ଯବାନଙ୍କୁ ସଙ୍ଗେ ସଙ୍ଗେ ଗରିୟାବନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଯବାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ITBP jawan killed in IED blast while escorting polling party in Maoist-hit region in Chhattisgarh | Argus News