Gold Flake Premium Price Hike / ମହଙ୍ଗା ହେଲା Gold Flake Premium ସିଗାରେଟ୍, ପ୍ୟାକେଟ୍ ପିଛା ବଢ଼ିଲା ୧୦ ଟଙ୍କା
·1 hour ago·2 min read

Key Points
ସିଗାରେଟ୍ ପ୍ରେମୀଙ୍କୁ ଝଟକା
ITC ବଢ଼ାଇଲା ସିଗାରେଟ୍ ଦାମ୍
ଦ୍ୱିତୀୟ ଥର ପାଇଁ ମହଙ୍ଗା ହେଲା Gold Flake
ITC ବଢ଼ାଇଲା ସିଗାରେଟ୍ ଦାମ୍
ଦ୍ୱିତୀୟ ଥର ପାଇଁ ମହଙ୍ଗା ହେଲା Gold Flake
ଯଦି ଆପଣ ମଧ୍ୟ ସିଗାରେଟ୍ ଟାଣିବାର ଅଭ୍ୟାସ ରଖିଛନ୍ତି ଏବଂ ବିଶେଷ କରି Gold Flake Premium ବ୍ରାଣ୍ଡକୁ ପସନ୍ଦ କରନ୍ତି, ତେବେ ଆପଣଙ୍କ ପକେଟ୍ ଉପରେ ଏବେ ଅଧିକ ବୋଝ ପଡ଼ିବ । ଦେଶର ପ୍ରମୁଖ ସିଗାରେଟ୍ ନିର୍ମାତା କମ୍ପାନୀ ITC ଏହି ବ୍ରାଣ୍ଡର ଦାମ୍ ବୃଦ୍ଧି କରିଛି । କମ୍ପାନୀ ୧୦ଟି ସିଗାରେଟ୍ ଥିବା ଗୋଟିଏ ପ୍ୟାକେଟ୍ର ମୂଲ୍ୟ ୧୦ ଟଙ୍କା ବଢ଼ାଇଛି । ଫଳରେ ପୂର୍ବରୁ ୧୨୫ ଟଙ୍କା ଥିବା ପ୍ୟାକେଟ୍ର ଦାମ୍ ଏବେ ୧୩୫ ଟଙ୍କା ହୋଇଛି । ଅର୍ଥାତ୍ ଏଥିରେ ପ୍ରାୟ ୮ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଛି ।
ବିଶେଷ କଥା ହେଉଛି, ଚଳିତ ବର୍ଷ ଏହି ବ୍ରାଣ୍ଡର ଦାମ୍ ଦ୍ୱିତୀୟ ଥର ପାଇଁ ବୃଦ୍ଧି କରିଛି ITC। ତେବେ କାହିଁକି ବଢ଼ିଲା ସିଗାରେଟ୍ର ମୂଲ୍ୟ ଏବଂ ଏହା କମ୍ପାନୀର ବ୍ୟବସାୟ ଉପରେ କି ପ୍ରଭାବ ପକାଉଛି ।
ନଭେମ୍ବର ଚତୁର୍ଥ ସପ୍ତାହରୁ ମିଳିବ ନୂଆ ଦରର ପ୍ୟାକେଟ୍
ସୂଚନା ଅନୁଯାୟୀ, Gold Flake Premiumର Regular Size Filter (RSFT) ସିଗାରେଟ୍ର ମୂଲ୍ୟ ବୃଦ୍ଧି କରାଯାଇଛି । ଏହି ସିଗାରେଟ୍ଗୁଡ଼ିକର ଲମ୍ବ ୬୦ରୁ ୭୦ ମିଲିମିଟର ମଧ୍ୟରେ ରହିଛି । ନୂଆ ଦର ଥିବା ପ୍ୟାକେଟ୍ ନଭେମ୍ବର ଚତୁର୍ଥ ସପ୍ତାହ ସୁଦ୍ଧା ଦୋକାନୀ ଓ ଗୋଦାମରେ ପହଞ୍ଚିବ ।
ଏହା ପୂର୍ବରୁ ଜୁନ୍ ୨୦୨୬ରେ ମଧ୍ୟ ITC ଏହି ସିଗାରେଟ୍ ପ୍ୟାକେଟ୍ର ଦାମ୍ ୧୧୫ ଟଙ୍କାରୁ ବଢ଼ାଇ ୧୨୫ ଟଙ୍କା କରିଥିଲା । ଏବେ ୧୩୫ ଟଙ୍କା ହେବା ପରେ ପୁରୁଣା ଦାମ୍ ୧୧୫ ଟଙ୍କା ତୁଳନାରେ ମୋଟ ପ୍ରାୟ ୧୭.୪ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଛି। ତେବେ ଏହି ଦାମ୍ ବୃଦ୍ଧି ସମ୍ପର୍କରେ କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ବିସ୍ତୃତ ଭାବେ କିଛି କୁହାଯାଇନାହିଁ ।
ଟ୍ୟାକ୍ସ ବୃଦ୍ଧି ଯୋଗୁଁ ଚାପରେ ITCର ସିଗାରେଟ୍ ବ୍ୟବସାୟ
ସିଗାରେଟ୍ର ଦାମ୍ ବୃଦ୍ଧି ଏଭଳି ସମୟରେ ହୋଇଛି, ଯେତେବେଳେ ଟ୍ୟାକ୍ସ ବୃଦ୍ଧି ଯୋଗୁଁ ITCର ସିଗାରେଟ୍ ବ୍ୟବସାୟ ଚାପରେ ରହିଛି । ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀର ସିଗାରେଟ୍ ବ୍ୟବସାୟର ଲାଭ ବାର୍ଷିକ ଆଧାରରେ ୨୭.୨ ପ୍ରତିଶତ ହ୍ରାସ ପାଇ ୩,୮୧୩ କୋଟି ଟଙ୍କା ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତବର୍ଷ ଏହି ସମୟରେ କମ୍ପାନୀର ଲାଭ ୫,୨୪୧ କୋଟି ଟଙ୍କା ଥିଲା । କମ୍ପାନୀର କହିବା ଅନୁଯାୟୀ, ଟ୍ୟାକ୍ସ ବୃଦ୍ଧି ଯୋଗୁଁ ଆଇନସମ୍ମତ ଭାବେ ବିକ୍ରି ହେଉଥିବା ସିଗାରେଟ୍ ଓ ବେଆଇନ ଭାବେ ବିକ୍ରି ହେଉଥିବା ଟ୍ୟାକ୍ସ ନଦେଇ ଆସୁଥିବା ସିଗାରେଟ୍ର ଦାମ୍ ମଧ୍ୟରେ ବଡ଼ ପାର୍ଥକ୍ୟ ସୃଷ୍ଟି ହେଉଛି । ଫଳରେ ଗ୍ରାହକମାନେ ଶସ୍ତା ବେଆଇନ ସିଗାରେଟ୍ ଆଡ଼କୁ ଆକର୍ଷିତ ହେବାର ଆଶଙ୍କା ରହିଛି । ତେଣୁ କମ୍ପାନୀ ଅତ୍ୟନ୍ତ ସତର୍କତାର ସହ ଦାମ୍ ନିର୍ଦ୍ଧାରଣ କରୁଛି ।
ITC ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ Gold Flake Premium?
Gold Flake Premium ସେଗମେଣ୍ଟ ITC ପାଇଁ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଆୟର ଉତ୍ସ । କମ୍ପାନୀର ମୋଟ ସିଗାରେଟ୍ ରାଜସ୍ୱରେ ଏହି ସେଗମେଣ୍ଟର ଅଂଶ ପ୍ରାୟ ୪୬ରୁ ୫୦ ପ୍ରତିଶତ ରହିଛି ।
ଅନ୍ୟପଟେ, ITCର ମୋଟ ଲାଭରେ ସିଗାରେଟ୍ ବ୍ୟବସାୟର ଏକ ବଡ଼ ଅବଦାନ ରହିଛି । ଏହି ବ୍ୟବସାୟରେ କମ୍ପାନୀର ପ୍ରଫିଟ୍ ମାର୍ଜିନ୍ ପ୍ରାୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ। ତେଣୁ ଲାଭ ହ୍ରାସର ପ୍ରଭାବକୁ କିଛି ମାତ୍ରାରେ କମାଇବା ପାଇଁ କମ୍ପାନୀ ଦାମ୍ ବୃଦ୍ଧି କରିଥିବା କୁହାଯାଉଛି ।
ITC ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ Gold Flake Premium?
Gold Flake Premium ସେଗମେଣ୍ଟ ITC ପାଇଁ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ଆୟର ଉତ୍ସ । କମ୍ପାନୀର ମୋଟ ସିଗାରେଟ୍ ରାଜସ୍ୱରେ ଏହି ସେଗମେଣ୍ଟର ଅଂଶ ପ୍ରାୟ ୪୬ରୁ ୫୦ ପ୍ରତିଶତ ରହିଛି ।
ଅନ୍ୟପଟେ, ITCର ମୋଟ ଲାଭରେ ସିଗାରେଟ୍ ବ୍ୟବସାୟର ଏକ ବଡ଼ ଅବଦାନ ରହିଛି । ଏହି ବ୍ୟବସାୟରେ କମ୍ପାନୀର ପ୍ରଫିଟ୍ ମାର୍ଜିନ୍ ପ୍ରାୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ। ତେଣୁ ଲାଭ ହ୍ରାସର ପ୍ରଭାବକୁ କିଛି ମାତ୍ରାରେ କମାଇବା ପାଇଁ କମ୍ପାନୀ ଦାମ୍ ବୃଦ୍ଧି କରିଥିବା କୁହାଯାଉଛି ।
Related Topics
Explore more stories