ଗୁଲଜାର ଓ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର

ଅର୍ଗସ ବ୍ୟୁରୋ : ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ଗୁଲ୍ ଜାର ଓ ସଂସ୍କୃତ ବିଦ୍ବାନ ଜଗତ୍ ଗୁରୁ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର । ୫୮ତମ ଜ୍ଞାନପୀଠ ପୁରସ୍କାର କମିଟି ଦ୍ବାରା ଉଭୟଙ୍କୁ ମନୋନୀତ କରାଯାଇଛି । ଆଜି ଜ୍ଞାନପୀଠ ଚୟନ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି । ୨୦୨୩ ବର୍ଷ ପାଇଁ ଦୁଇଟି ଭାଷାର ଦୁଇ ଜଣ ପ୍ରସିଦ୍ଧ ଲେଖକଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଗୁଲଜାର ହେଉଛନ୍ତି ଜଣେ ପ୍ରସିଦ୍ଧ ଉର୍ଦ୍ଦୁ କବି । ତାଙ୍କୁ ଶ୍ରେଷ୍ଠ ଉର୍ଦ୍ଦୁ କବିଙ୍କ ମଧ୍ୟରେ ଗଣନା କରାଯାଏ । ଅନେକ ହିନ୍ଦୀ ଫିଲ୍ମ ପାଇଁ ସେ ଗୀତ ଲେଖିଛନ୍ତି । କିଛି ଫିଲ୍ଲର ସେ ନିର୍ଦ୍ଦେଶନା ଦେଇଛନ୍ତି । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ୨୦୦୨ ମସିହାରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ହେଉଛନ୍ତି ଚିତ୍ରକୋଟ ସ୍ଥିତ ତୁଳସୀ ପୀଠର ପ୍ରତିଷ୍ଠାତା ଓ ମୁଖ୍ୟ । ସେ ଜଣେ ପ୍ରସିଦ୍ଧ ହିନ୍ଦୁ ଧାର୍ମିକ ଗୁରୁ, ସଂସ୍କୃତ ବିଦ୍ୱାନ, ଶିକ୍ଷକ ତଥା ଲେଖକ । ସେ ୧୦୦ରୁ ଅଧିକ ପୁସ୍ତକ ଲେଖିଛନ୍ତି । ସେ ୨୨ଟି ଭାଷାରେ କଥାବାର୍ତ୍ତା ହୋଇପାରନ୍ତି ।

