Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Jagdeep Dhankhar: ଇସ୍ତଫା ଦେବାର ୪୦ ଦିନ ସରକାରୀ ବାସଭବନ ଛାଡ଼ିଲେ ଧନଖଡ଼, ଜାଣନ୍ତୁ ସେ ରହିବେ କେଉଁଠି...

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
Jagdeep Dhankhar: ଇସ୍ତଫା ଦେବାର ୪୦ ଦିନ ସରକାରୀ ବାସଭବନ ଛାଡ଼ିଲେ ଧନଖଡ଼, ଜାଣନ୍ତୁ ସେ ରହିବେ କେଉଁଠି...

Key Points

ସରକାରୀ ବାସଭବନ ଛାଡ଼ିଲେ ଜଗଦୀପ ଧନଖଡ଼ । ଏବେ ଏହି ନେତାଙ୍କ ଫାର୍ମା ହାଉସରେ ରହିବେ ।

ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ତାଙ୍କର ସରକାରୀ ବାସଭବନ ଖାଲି କରିଛନ୍ତି । ଉପରାଷ୍ଟ୍ରପତି ପଦ ଛାଡିବାର ୪୦ ଦିନ ପରେ ଧନଖଡ଼ ତାଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି । ସୂଚନା ଅନୁସାରେ, ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ।


ଜଗଦୀପ ଧନଖଡ଼ ତାଙ୍କ ପଦରୁ ଇସ୍ତଫା ଦେବା ପରେ ସାଧାରଣରେ ଦୃଶ୍ୟମାନ ହୋଇନାହାନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ତାଙ୍କୁ ନୂତନ ସରକାରୀ ବାସଭବନ ଆବଣ୍ଟିତ କରାଯାଇ ନାହିଁ । କୁହାଯାଉଛି ଯେ ସରକାରୀ ବାସଭବନ ଖାଲି କରିବା ପରେ ସେ ଜଣେ ନେତାଙ୍କ ଘରକୁ ସ୍ଥାନାନ୍ତର ହେବେ । ଯଦିଓ ଜଗଦୀପ ଧନଖଡ଼ଙ୍କୁ ୩୪ ଏପିଜେ ଅବଦୁଲ କଲାମ ରୋଡରେ ଏକ ବଙ୍ଗଳା ଆବଣ୍ଟିତ ହୋଇଛି। କିନ୍ତୁ ଏହା ପ୍ରସ୍ତୁତ ହେବାକୁ ପ୍ରାୟ ତିନି ମାସ ସମୟ ଲାଗିବ। ସେପର୍ଯ୍ୟନ୍ତ ଧନଖଡ଼ ଛତରପୁରରେ ରହିବେ।


ଅଧିକ ପଢ଼ନ୍ତୁ: ଶିକ୍ଷକଙ୍କ ପାଇଁ ବଡ଼ ଖବର, TET ପାସ୍ ନ କଲେ ଦିଆଯିବ ବାଧ୍ୟତାମୂଳକ ଅବସର


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁଯାୟୀ, ଧନଖଡ଼ ଦକ୍ଷିଣ ଦିଲ୍ଲୀର ଭାରତୀୟ ଜାତୀୟ ଲୋକଦଳ ମୁଖ୍ୟ ଅଭୟ ସିଂହ ଚୌତାଲାଙ୍କ ଛତରପୁର ଏନକ୍ଲେଭକୁ ସ୍ଥାନାନ୍ତର ହେଉଛନ୍ତି । ଧନଖଡ଼ ସୁରକ୍ଷା ଏଜେନ୍ସିଗୁଡ଼ିକୁ କହିଛନ୍ତି ଯେ ସେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଛତରପୁର ଏନକ୍ଲେଭର ଡିଏଲଏଫ ଫାର୍ମକୁ ସ୍ଥାନାନ୍ତରିତ ହେବେ। ସେ ସେଠାକୁ ଯିବା ପୂର୍ବରୁ ତାଙ୍କର ବହୁତ ଜିନିଷପତ୍ର ସେହି ଘରକୁ ସ୍ଥାନାନ୍ତରିତ ହୋଇସାରିଛି ।


ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ଅଭୟ ସିଂହ ଚୌତାଲା ନିଜେ ଧନଖଡ଼ଙ୍କ ତାଙ୍କ ଫାର୍ମ ହାଉସକୁ ସିଫ୍ଟ କରୁଥିବା କହିଛନ୍ତି । ସେ କହିଛନ୍ତି, 'ଧନଖଡ଼ ଜୀଙ୍କ ସହିତ ଆମର ପୁରୁଣା ପାରିବାରିକ ସମ୍ପର୍କ ଅଛି ଏବଂ ସେ ମୋତେ ଘର ମାଗି ନଥିଲେ, ମୁଁ ନିଜେ ତାଙ୍କୁ ଏକ ଘର ପ୍ରଦାନ କରିଛି ।'

Sponsored
Ex-Vice President Jagdeep Dhankhar Vacates Official Residence, Moves to Chhatarpur | Argus News