Videos
|
National

Restaurant Fined / ୫୦ ପଇସା ପାଇଁ ରେଷ୍ଟୁରାଣ୍ଟକୁ ୧୦ ହଜାର ଟଙ୍କା ଜରିମାନା! ଗ୍ରାହକଙ୍କ ଅଭିଯୋଗ ପରେ ଉପଭୋକ୍ତା କମିଶନଙ୍କ କଡ଼ା ନିର୍ଦ୍ଦେଶ

Bikash Mohanty
Browse all articles by Bikash Mohanty
·33 mins ago·2 min read
୫୦ ପଇସା ପାଇଁ ରେଷ୍ଟୁରାଣ୍ଟକୁ ୧୦ ହଜାର ଟଙ୍କା ଜରିମାନା! ଗ୍ରାହକଙ୍କ ଅଭିଯୋଗ ପରେ ଉପଭୋକ୍ତା କମିଶନଙ୍କ କଡ଼ା ନିର୍ଦ୍ଦେଶ
Restaurent

Key Points

୫୦ ପଇସା ପାଇଁ ରେଷ୍ଟୁରାଣ୍ଟକୁ ୧୦ ହଜାର ଟଙ୍କା ଜରିମାନା!
ଗ୍ରାହକଙ୍କ ଅଭିଯୋଗ ପରେ ଉପଭୋକ୍ତା କମିଶନଙ୍କ କଡ଼ା ନିର୍ଦ୍ଦେଶ
ରାଜସ୍ତାନ ଜୟପୁରର ଏକ ରେଷ୍ଟୁରାଣ୍ଟର ଘଟଣା 
ଜୟପୁର: ୫୦ ପଇସା ପାଇଁ ରେଷ୍ଟୁରାଣ୍ଟକୁ ୧୦ ହଜାର ଟଙ୍କା ଜରିମାନା! ଗ୍ରାହକଙ୍କ ବିଲ୍‌ରେ ତାଙ୍କ ସମ୍ମତି ବିନା ଅତିରିକ୍ତ ୫୦ ପଇସା ଯୋଡ଼ିବା ରେଷ୍ଟୁରାଣ୍ଟକୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ରେଷ୍ଟୁରାଣ୍ଟକୁ ଅତିରିକ୍ତ ଆଦାୟ କରିଥିବା ୫୦ ପଇସା ଫେରାଇବା ସହ କ୍ଷତିପୂରଣ ଓ ମାମଲା ଖର୍ଚ୍ଚ ବାବଦକୁ ମୋଟ୍ ୧୦ ହଜାର ଟଙ୍କା ଦେବାକୁ ଜୟପୁର ଉପଭୋକ୍ତା କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ,ଗତ ଫେବୃଆରୀ ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ'ର। ଜୟପୁରର ଜଣେ ୫୦ ବର୍ଷୀୟ ବ୍ୟକ୍ତି ନିଜ ବିବାହ ବାର୍ଷିକୀ ଓ ଭାଲେଣ୍ଟାଇନ୍ସ ଡେ' ପାଳନ କରିବାକୁ ପରିବାର ସହ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ସେଠାରେ ଖାଇବା ପରେ ତାଙ୍କର ମୋଟ୍ ବିଲ୍ ହୋଇଥିଲା ୧,୬୪୮ ଟଙ୍କା ୫୦ ପଇସା। କିନ୍ତୁ ରେଷ୍ଟୁରାଣ୍ଟ କର୍ମଚାରୀ ତାଙ୍କଠାରୁ ୧,୬୪୯ ଟଙ୍କା ଆଦାୟ କରିଥିଲେ।

ପଢନ୍ତୁ ଏହି ଖବର: କଂଗ୍ରେସ ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି! ମାଇକ୍ ଫିଙ୍ଗିଲେ ବିଧାୟକ, ରୁଜୁ ହେଲା ମାମଲା।

୫୦ ପଇସା ପାଇଁ ହୋଇଥିଲା ବିବାଦ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଲ୍‌ରେ ଅତିରିକ୍ତ ୫୦ ପଇସା ଯୋଡ଼ାଯିବାକୁ ଗ୍ରାହକ ବିରୋଧ କରିଥିଲେ। ସେ UPI ମାଧ୍ୟମରେ ଟଙ୍କା ଦେଉଥିବାରୁ ବିଲ୍‌ରେ ଥିବା ସଠିକ୍ ପରିମାଣ ଦେବାକୁ ଚାହିଁଥିଲେ। ହେଲେ ରେଷ୍ଟୁରାଣ୍ଟ କର୍ମଚାରୀ ନିଜ ପ୍ରତିଷ୍ଠାନର ନୀତି ଦର୍ଶାଇ ତାଙ୍କୁ ପୂରା ୧,୬୪୯ ଟଙ୍କା ଦେବାକୁ କହିଥିଲେ। ଗ୍ରାହକଙ୍କ ଅଭିଯୋଗ ଅନୁସାରେ, ସେ ଏହି ଅତିରିକ୍ତ ଟଙ୍କା ଦେବାକୁ ବାଧ୍ୟ ହୋଇଥିଲେ। ଏହାକୁ ଅନୁଚିତ ବାଣିଜ୍ୟିକ ଅଭ୍ୟାସ ଏବଂ ସେବାରେ ତ୍ରୁଟି ଦର୍ଶାଇ ସେ ଜିଲ୍ଲା ଉପଭୋକ୍ତା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

ରେଷ୍ଟୁରାଣ୍ଟକୁ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ

ଗତ ଅକ୍ଟୋବର ୨୭ ତାରିଖରେ କମିଶନ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଥିଲେ। ଗ୍ରାହକଙ୍କ ସମ୍ମତି ବିନା ବିଲ୍‌ରେ ଅତିରିକ୍ତ ଅର୍ଥ ଯୋଡ଼ିବା ଅନୁଚିତ ବାଣିଜ୍ୟ ଅଭ୍ୟାସ ବୋଲି କମିଶନ କହିଥିଲେ। ଶୁଣାଣି ସମୟରେ ରେଷ୍ଟୁରାଣ୍ଟ ପକ୍ଷରୁ କେହି ଉପସ୍ଥିତ ନଥିବାରୁ ମାମଲାର ଏକପାଖିଆ ଶୁଣାଣି ହୋଇଥିଲା। କମିଶନଙ୍କ ନିର୍ଦ୍ଦେଶ ଅନୁସାରେ, ରେଷ୍ଟୁରାଣ୍ଟକୁ ଅତିରିକ୍ତ ଆଦାୟ କରିଥିବା ୫୦ ପଇସା ଫେରାଇବାକୁ ପଡ଼ିବ। ଏହା ସହ ମାନସିକ ଯନ୍ତ୍ରଣା ଓ ଅସୁବିଧା ପାଇଁ ୭ ହଜାର ଟଙ୍କା କ୍ଷତିପୂରଣ ଏବଂ ମାମଲା ଖର୍ଚ୍ଚ ବାବଦକୁ ୩ ହଜାର ଟଙ୍କା ଦେବାକୁ ହେବ।

ଏହି ଘଟଣା ଗ୍ରାହକଙ୍କ ଅଧିକାର ଓ ବିଲ୍‌ରେ ସ୍ୱଚ୍ଛତାର ଗୁରୁତ୍ୱକୁ ପୁଣିଥରେ ସାମ୍ନାକୁ ଆଣିଛି। ବିଲ୍‌ରେ ଛୋଟ ରାଶି ହେଉ କି ବଡ଼, ଗ୍ରାହକଙ୍କ ସମ୍ମତି ଓ ନିୟମ ଅନୁସାରେ ହିଁ ଅର୍ଥ ଆଦାୟ କରାଯିବା ଉଚିତ।