Videos
|
National

ପୁଣି ଥରେ ବୋମା ଧମକ, ୮ଟି ସ୍କୁଲ୍‌କୁ ମିଳିଲା ଧମକ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଥରେ ବୋମା ଧମକ, ୮ଟି ସ୍କୁଲ୍‌କୁ ମିଳିଲା ଧମକ

ଅର୍ଗସ ବ୍ୟୁରୋ : ରାଜସ୍ଥାନର ଜୟପୁରରେ ଆତଙ୍କ । ପୁଣି ଥରେ ବୋମା ଧମକ ଥର ହର ରାଜସ୍ଥାନର ଜୟପୁର । ଯାହାକୁ ନେଇ ସାରା ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ପୁଣି ଥରେ ବିମାନବନ୍ଦର ଏବଂ ଡାକ୍ତରଖାନା ଉପରେ ବୋମା ପକାଇବା ଧମକ ମିଳିଛି । ପିଙ୍କ୍‌ ସିଟିର ୮ଟି ସ୍କୁଲକୁ ସୋମବାର ବୋମା ଧମକ ମିଳିଛି ବୋଲି ଜାଣିବାକୁ ମିଳିଛି । ଧମକ ମିଳିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ସୂଚନା ଦେଇ ଛାତ୍ର ଓ କର୍ମଚାରୀଙ୍କୁ ସ୍କୁଲ୍‌ରୁ ବାହାରକୁ ସ୍ଥାନାନ୍ତର କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବୋମା ନିଷ୍କ୍ରିୟ କାର୍ଯ୍ୟରେ ଲାଗିପଡ଼ିଛି । ଘଟଣାସ୍ଥଳରେ ପୋଲିସ୍‌ ଏବ ବୋମା ନିଷ୍କ୍ରିୟକାରୀ ଟିମ୍‌ ସହ କୁକୁରକୁ ନେଇ ପହଞ୍ଚିଛି । ପୂର୍ବ ଜୟପୁରର ଡିସିପି କଭେନ୍ଦ୍ର ସାଗର କହିଛନ୍ତି, ମହେଶ୍ୱରୀ ବିଦ୍ୟାଳୟ ସମେତ ସହରର ଅନ୍ୟ କିଛି ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ପଠାଯାଇଛି । ବର୍ତ୍ତମାନ ବୋମା ନିଷ୍କ୍ରିୟକାରୀ ଟିମ୍‌  ସ୍କୁଲରେ ପହଞ୍ଚି ଖୋଜାଖୋଜି କରୁଛି । ଇମେଲ ମାଧ୍ୟମରେ ଏହି ଧମକ ଦିଆଯାଇଥିଲା ଏବଂ ପ୍ରେରକଙ୍କୁ ଚିହ୍ନଟ କରିବାକୁ ଏକ ଟିମ୍ ଚେଷ୍ଟା କରୁଛି ବୋଲି ପୋଲିସ କହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Jaipur Schools Bomb Threat | Argus News