Terrorists Killed / ୨ ଜଣ ଜୈଶ ଆତଙ୍କବାଦୀ ନିହତ; ସେନା ଉଡ଼ାଇଦେଲା ଗୁମ୍ଫା
·5 months ago·2 min read

Key Points
ଉଧମପୁର ଜିଲ୍ଲାର ଏକ ଗୁମ୍ଫାରେ ଜୈଶ-ଏ-ମହମ୍ମଦର ଦୁଇ ଆତଙ୍କବାଦୀ ଛପି ରହିଥିବା ବେଳେ ସେନା ବିସ୍ଫୋରଣ କରିଛି । ମଙ୍ଗଳବାରରୁ ଆତଙ୍କବାଦୀ ଗୁମ୍ଫାରେ ଛପି ରହିଥିବା ବେଳେ ରାତି ସାରା ଗୁଳିମାଡ଼ ଜାରି ରହିଥିଲା ।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଉଧମପୁରରେ ଜୈଶ-ଏ-ମହମ୍ମଦର ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜୈଶ ଆତଙ୍କବାଦୀ ଛପି ରହିଥିବା ଗୁମ୍ଫାକୁ ସେନା ବିସ୍ଫୋରଣରେ ଉଡ଼ାଇ ଦେଇଛି । ଉକ୍ତ ଗୁମ୍ଫାରେ ଆତଙ୍କବାଦୀ ଲୁଚି ରହି ଗୁଳିଗୋଳା ବର୍ଷଣ କରୁଥିଲେ ।
ଉଧମପୁର ଜିଲ୍ଲାର ଘଞ୍ଚ ଜଙ୍ଗଲ ଭିତରେ ମଙ୍ଗଳବାର ଏକ ପ୍ରାକୃତିକ ଗୁମ୍ଫା ଭିତରେ ଥିବା ଜୈଶ-ଏ-ମହମ୍ମଦର ଦୁଇରୁ ତିନିଜଣ ସନ୍ଦିଗ୍ଧ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସେନାର ଯବାନ ଘେରି ଯାଇଥିଲେ । ଯାହା ପରେ ଘଣ୍ଟାଏରୁ ଅଧିକ ସମୟ ଧରି ଗୁଳିଗୋଳା ବର୍ଷଣ ଜାରି ରହିଥିଲା ।
ଏଥିସହ ପଢ଼ନ୍ତୁ: ବିଶାଖାପାଟଣା ଷ୍ଟେସନରେ ଏଆଇ-ଆଧାରିତ ରେଳ ରୋବୋକପ୍ “ଏଏସସି ଅର୍ଜୁନ”ର ଐତିହାସିକ ସଫଳତା।
ସେନା ଅଧିକାରୀଙ୍କ ଅନୁସାରେ, ଉଧମପୁର ଜିଲ୍ଲାର ଏକ ଗୁମ୍ଫାରେ ଜୈଶ-ଏ-ମହମ୍ମଦର ଦୁଇ ଆତଙ୍କବାଦୀ ଛପି ରହିଥିବା ବେଳେ ସେନା ବିସ୍ଫୋରଣ କରିଛି । ମଙ୍ଗଳବାରରୁ ଆତଙ୍କବାଦୀ ଗୁମ୍ଫାରେ ଛପି ରହିଥିବା ବେଳେ ରାତି ସାରା ଗୁଳିମାଡ଼ ଜାରି ରହିଥିଲା ।
ଅଧିକାରୀଙ୍କ ଅନୁସାରେ, ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟାରେ ରାମନଗରର ଜାଫର ବନାଞ୍ଚଳରେ ସେନା, ପୋଲିସ ଓ ସିଆରପିଏଫ୍ ମିଳିତ ଭାବେ ଗୁମ୍ଫାରେ ଆତଙ୍କବାଦୀଙ୍କୁ ଠାବ କରିଥିଲେ । ଯାହାପରେ ଆରମ୍ଭ ହୋଇଥିଲା ଗୁଳିବିନିମୟ । ଗୁଳିବିନିମୟ ବେଳେ ଜଣେ ଆତଙ୍କବାଦୀ ଆହତ ହେବା ପରେ ସମସ୍ତେ ଗୁମ୍ଫା ଭିତରକୁ ପଳାଇଥିଲେ ।
ଏଥିସହ ପଢ଼ନ୍ତୁ: 'ଲଢ଼ିବାକୁ ନାହିଁ ପାକିସ୍ତାନ ସେନାର ଦମ୍'; ସଂସଦରେ ସେନାର ସତ କହିଦେଲେ ପ୍ରତିରକ୍ଷା ମନ୍ତ୍ରୀ
ରାତି ସାଢ଼େ ୭ଟାରେ ଆତଙ୍କବାଦୀ ଅନ୍ଧାରର ସୁଯୋଗ ନେଇ ପଳାୟନ କରିବାକୁ ପ୍ରୟାସ କରିଥିଲେ । ଯାହା ପରେ ପୁଣି ଥରେ ଗୁଳିଗୋଳା ବର୍ଷଣ ସହ ବଡ଼ ବିସ୍ଫୋରଣ ହୋଇଥିଲା । ସେନା ଗୁମ୍ଫାକୁ ଘେରିଯିବା ସହ ପାରାଟ୍ରୁପସ୍ ଓ ଡଗ୍ ସ୍କ୍ଵାଡ୍ ପହଞ୍ଚିଥିଲା ।
ରାତିରେ ଗୁଳିମାଡ଼ ବନ୍ଦ ହୋଇନଥିଲା । ସୁରକ୍ଷାକର୍ମୀ ଡ୍ରୋନ୍ ଜରିଆରେ ଗୁମ୍ଫା ସହ ସ୍ଥାନୀୟ ଅଞ୍ଚଳ ଉପରେ ତୀକ୍ଷଣ ନଜର ରଖିଥିଲେ । ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ସେନା ଯବାନ କହିଥିଲେ । ହେଲେ ଆତଙ୍କବାଦୀ ମନା କରିବା ପରେ ସେନା ବୁଧବାର ଆତଙ୍କୀ ଲୁଚି ରହିଥିବା ଗୁମ୍ଫାକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories