Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

World News / 'ଲଢ଼ିବାକୁ ନାହିଁ ପାକିସ୍ତାନ ସେନାର ଦମ୍'; ସଂସଦରେ ସେନାର ସତ କହିଦେଲେ ପ୍ରତିରକ୍ଷା ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·5 months ago·2 min read
'ଲଢ଼ିବାକୁ ନାହିଁ ପାକିସ୍ତାନ ସେନାର ଦମ୍'; ସଂସଦରେ ସେନାର ସତ କହିଦେଲେ ପ୍ରତିରକ୍ଷା ମନ୍ତ୍ରୀ
Pakistan Defence Minister Admits Army Weakness Amid Baloch Attacks

Key Points

ପାକିସ୍ତାନର ସବୁଠୁ ବଡ଼ ପ୍ରଦେଶ ବଲୁଚିସ୍ତାନରେ ବଲୁଚ ବିଦ୍ରୋହୀଙ୍କ ହିଂସାକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ । ଅସିଫ୍ କହିଛନ୍ତି, "ପାକିସ୍ତାନର ସୁରକ୍ଷାକର୍ମୀ ବିଦ୍ରୋହୀଙ୍କ ସାମ୍ନାରେ ଅସହାୟ ଅନୁଭବ କରୁଛନ୍ତି ।"
ନୂଆଦିଲ୍ଲୀ: ପାକିସ୍ତାନ ସେନା ହେଉଛି ଭିନ୍ନକ୍ଷମ । ସେନା ପାଖରେ ଲଢ଼ିବାକୁ ଦମ୍ ନାହିଁ । ଏକଥାକୁ ଖୋଦ୍ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଅସିଫ୍ ସ୍ଵୀକାର କରିଛନ୍ତି । ତାହା ବି ପାକିସ୍ତାନର ଜାତୀୟ ସଂସଦରେ ।

ପାକିସ୍ତାନର ସବୁଠୁ ବଡ଼ ପ୍ରଦେଶ ବଲୁଚିସ୍ତାନରେ ବଲୁଚ ବିଦ୍ରୋହୀଙ୍କ ହିଂସାକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ । ଜାତୀୟ ସଂସଦରେ ଖୱାଜା ଅସିଫ୍ କହିଛନ୍ତି, "ପାକିସ୍ତାନର ସୁରକ୍ଷାକର୍ମୀ ବିଦ୍ରୋହୀଙ୍କ ସାମ୍ନାରେ ଅସହାୟ ଅନୁଭବ କରୁଛନ୍ତି ।"

ଏଥିସହ ପଢ଼ନ୍ତୁ: ୪ରୁ ୫ ଦିନ ମଧ୍ୟରେ ପଲଟିଯିବ ପାକିସ୍ତାନ... ଏମିତି ଦାବି କଲେ ଖେଳାଳି

ଖୱାଜା ଅସିଫ୍‌ଙ୍କ ଏହି ସ୍ଵୀକାରୋକ୍ତି ବଲୁଚ ବିଦ୍ରୋହୀଙ୍କ ଘାତକ ଆକ୍ରମଣ ପରେ ଆସିଛି । ନିକଟରେ ବଲୁଚ ବିଦ୍ରୋହୀ ପ୍ରଦେଶର ଭିନ୍ନ ଭିନ୍ନ ୧୨ଟି ସ୍ଥାନରେ ଏକ ସମୟରେ ଆକ୍ରମଣ କରିଥିଲେ । ଯାହାକି ପାକିସ୍ତାନ ସେନାର ମେରୁଦଣ୍ଡ ଭାଙ୍ଗି ଦେଇଛି ।

ଗତ ସପ୍ତାହରେ ପ୍ରତିବନ୍ଧିତ ବଲୁଚ ଲିବରେସନ୍ ଆର୍ମି (BLA) ଅପରେସନ୍ ହେରୋଫ ୨.୦ରେ କ୍ଵେଟା, ଗ୍ଵାଦର, ମସ୍ତୁଙ୍ଗ ଓ ନୁଶ୍କି ସହିତ ଅନେକ ଜିଲ୍ଲାରେ ଭୟଙ୍କର ଆକ୍ରମଣ କରିଥିଲେ । ଯେଉଁଥିରେ ସେନାର ଅତି କମ୍‌ରେ ୮୦ ଜଣ ନିହତ ହୋଇଛନ୍ତି । ୩୦ରୁ ଅଧିକ ସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି ।

ପାକିସ୍ତାନ ଅଧିକାରୀଙ୍କ ଅନୁସାରେ, ଏହି ଆକ୍ରମଣରେ ୩୧ ଜଣ ନାଗରିକ ଓ ୧୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ପାକିସ୍ତାନର ସେନାର ଜବାବୀ ଆକ୍ରମଣରେ ୧୭୭ ଜଣ ବଲୁଚ ବିଦ୍ରୋହୀ ନିହତ ହୋଇଥିବା ଅଧିକାରୀ ଦାବି କରିଛନ୍ତି ।

ବିଦ୍ରୋହୀ ବାଲୁଚ ସେନା ସହ ଆଲୋଚନା ସମ୍ଭାବନାକୁ ଅସିଫ୍ ଟାଳି ଦେଇଛନ୍ତି । ବିଦ୍ରୋହୀ ଗୋଷ୍ଠୀକୁ ସେ ଆତଙ୍କବାଦୀ ଆଖ୍ୟା ଦେଇଛନ୍ତି । ଦାବି କରି କହିଛନ୍ତି, "ବିଦ୍ରୋହୀ ତେଲ ଚୋରିକୁ ପ୍ରାଧାନ୍ୟ ଦେଉଛନ୍ତି ।"

ଏଥିସହ ପଢ଼ନ୍ତୁ: କଣ ଭାରତ ବିରୋଧରେ ବଦଳିବ କି ପାକିସ୍ତାନ ନିଷ୍ପତ୍ତି ?

ସେତିକି ନୁହେଁ ବଲୁଚ ବିଦ୍ରୋହୀଙ୍କୁ ଭାରତର ସହାୟତା ମିଳୁଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, "ଏହାର ନେତୃତ୍ଵ ଆଫଗାନିସ୍ତାନ ଭୂଇଁରୁ ନିଆ ଯାଉଛି ।" ତେବେ ଅସିଫ୍ ଆଣିଥିବା ଅଭିଯୋଗ ଉପରେ ସେ କୌଣସି ପ୍ରମାଣ ଦେଇ ନାହାନ୍ତି ।

ଇରାନ ଓ ଆଫଗାନିସ୍ତାନ ସୀମାକୁ ଲାଗି ରହିଥିବା ବଲୁଚସ୍ତାନରେ ଭରପୁର ପ୍ରାକୃତିକ ସମ୍ପଦ ରହିଛି । ଗ୍ୟାସ୍, କୋଇଲା, ତମ୍ବା ଓ ସୁନା ଭଳି ଖଣିଜ ସମ୍ପଦରେ ସମୃଦ୍ଧ ହେଉଛି ବଲୁଚସ୍ତାନ । ଯେଉଁଠି ଚୀନ ଗୁରୁତ୍ଵପୂର୍ଣ୍ଣ ଗ୍ଵାଦର ବନ୍ଦର ନିର୍ମାଣ କରିଛି ।କିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଅସିଫ୍ ସଂସଦରେ ସୁରକ୍ଷାକର୍ମୀଙ୍କ ପରିଚାଳନା ସମ୍ପର୍କିତ କଠିନ ସ୍ଥିତି କଥା କହିଛନ୍ତି । ସେ କହିଛନ୍ତି, "ଭୌଗଳିକ ଦୃଷ୍ଟି କୋଣରୁ ପାକିସ୍ତାନର ୪୦ ପ୍ରତିଶତ ହେଉଛି ବଲୁଚିସ୍ତାନ । ଏତେ ବଡ଼ କ୍ଷେତ୍ରର ସୁରକ୍ଷା ପାଇଁ ଯବାନଙ୍କ ଯିବାଆସିବା ଶାରୀରିକ ଭାବେ କଠିନ । ଏକ ବଡ଼ ଜନସଂଖ୍ୟା ସହର ତୁଳନାରେ ଏତେ ବିଶାଳ ଓ କମ୍ ଜନସଂଖ୍ୟା ଅଞ୍ଚଳକୁ ନିୟନ୍ତ୍ରଣ କରିବା ପାଇଁ ବିପୁଳ ସୈନ୍ୟ ମୁତୟନର ଆବଶ୍ୟକତା ରହିଛି ।"

ବିଦ୍ରୋହୀ ବାଲୁଚ ସେନା ସହ ଆଲୋଚନା ସମ୍ଭାବନାକୁ ଅସିଫ୍ ଟାଳି ଦେଇଛନ୍ତି । ବିଦ୍ରୋହୀ ଗୋଷ୍ଠୀକୁ ସେ ଆତଙ୍କବାଦୀ ଆଖ୍ୟା ଦେଇଛନ୍ତି । ଦାବି କରି କହିଛନ୍ତି, "ବିଦ୍ରୋହୀ ତେଲ ଚୋରିକୁ ପ୍ରାଧାନ୍ୟ ଦେଉଛନ୍ତି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
World News l 'ଲଢ଼ିବାକୁ ନାହିଁ ପାକିସ୍ତାନ ସେନାର ଦମ୍'; ସଂସଦରେ ସେନାର ସତ କହିଦେଲେ ପ୍ରତିରକ୍ଷା ମନ୍ତ୍ରୀ l Argus News | Argus News