S Jaishankar UN Speech / ବିଶ୍ବ ମଞ୍ଚରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡ଼ା, ପାକ୍ ସାମ୍ବାଦିକଙ୍କ ମୁହଁ ଚୁପ୍ କରିଦେଲେ ଜୟଶଙ୍କର
·1 hour ago·2 min read

Key Points
ଆତଙ୍କବାଦୀ ଦେଶକୁ ଜୟଶଙ୍କର ଦେଲେ ସିଧା ଜବାବ
ଆତଙ୍କବାଦୀଙ୍କୁ ପ୍ରଶୟ ଦେଉଥିବା ପାକିସ୍ତାନର ଖୋଲିଲା ଅସଲ ମୁଖା
ଜାତିସଂଘରେ ପାକିସ୍ତାନର ମୁଖା ଖୋଲିଦେଲେ ଏସ.ଜୟଶଙ୍କର

ଜାତିସଂଘରେ ଆତଙ୍କୀସ୍ତାନକୁ ଭାରତର ଶକ୍ତ ଚାପୁଡ଼ା । ଭାରତକୁ ଟାର୍ଗେଟ ପାଇଁ ରଣନୀତି କରିଥିବା ପାକିସ୍ତାନର ଚାଲକୁ କୂଟନୈତିକ ରଣନୀତିରେ ମୋଡ଼ି ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଏମିତି ଜବାବ ଦେଲେ ଯେ ପ୍ରେସମିଟରେ ଖନି ମାରିଲା ପାକ୍ ସାମ୍ବାଦିକଙ୍କ ପାଟି । କେବଳ ଆତଙ୍କୀ ପ୍ରସଙ୍ଗ ନୁହେଁ ପାକିସ୍ତାନ ଅଧିକୃତ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଓ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଜାତିସଂଘରେ ଘେରି ଅପଦସ୍ତ କରିଥିଲା ଭାରତ ।
ଜାତିସଂଘରେ ଭାରତକୁ ଟାର୍ଗେଟ ପାଇଁ ରଣନୀତି କରିଥିବା ପାକିସ୍ତାର ଚାଲକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ନିଜ କୂଟନୈତିକ ଠାଣିରେ ଏମିତି ମୋଡିଲେ ଯେ ହତବାକ୍ ହୋଇଗଲା ଆତଙ୍କୀସ୍ତାନ । ଅନ୍ତର୍ଜାତୀୟ ମଞ୍ଚରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଦୃଢ଼ ଏବଂ ସ୍ପଷ୍ଟ ବାର୍ତ୍ତା ଦେଇଛି ଭାରତ । ଜାତିସଂଘ ମୁଖ୍ୟାଳୟରେ ସାମୁଦ୍ରିକ ନିରାପତ୍ତା ଏବଂ ନାବିକମାନଙ୍କ ସୁରକ୍ଷା ପାଇଁ ଆୟୋଜିତ ପ୍ରେସମିଟରେ ପାକ୍ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜୟଶଙ୍କର ଦେଇଥିଲେ ମୁହଁତୋଡ୍ ଜବାବ ।
ଭାରତ ବିରୋଧୀ ଅପ୍ରାସଙ୍ଗିକ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଥିଲେ ପାକିସ୍ତାନ ଭଳି ଆତଙ୍କବାଦୀ ଦେଶର ସାମ୍ବାଦିକ ଭାରତକୁ ଆତଙ୍କବାଦ ପ୍ରସଙ୍ଗରେ ପ୍ରଶ୍ନ କରୁଛନ୍ତି । ଭାରତ ଆତଙ୍କବାଦକୁ ପ୍ରଶୟ ଦେଉଛି ବୋଲି ପାକିସ୍ତାନ ସାମ୍ବାଦିକଙ୍କ ପ୍ରଶ୍ନରେ ଜୟଶଙ୍କରଙ୍କ ଜବାବ ଶୁଣିବା ଭଳି ଥିଲା । ଜୟଶଙ୍କର କହିଥିଲେ ଆତଙ୍କବାଦକୁ ପାଳନ ଏବଂ ପ୍ରଶୟ ଦେଉଥିବା ଏକ ଦେଶ ମୁହଁରୁ ଏଭଳି ପ୍ରଶ୍ନ ଆସିବା କେବଳ ହାସ୍ୟାସ୍ପଦ ନୁହେଁ ବରଂ ଏହା ମୂର୍ଖତାକୁ ପଦାରେ ପକାଇଛି ।
କେବଳ ଜୟଶଙ୍କର ନୁହଁନ୍ତି ପାକିସ୍ତାନକୁ ଡବଲ ଆଟାକ୍ କରିଥିଲେ ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପେଟଲ ଗହଲୋତ । ସୀମା ପାର ଆତଙ୍କବାଦ ଓ ପାକିସ୍ତାନ ଅଧିକୃତ କଶ୍ମୀର ପ୍ରସଙ୍ଗ ଉଠାଇବା ସହ ସେଠାରେ ଜନସାଧାରଣଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରାଯାଉଥିବାରୁ ପାକିସ୍ତାନ ଆତ୍ମସମୀକ୍ଷା କରୁ ବୋଲି ଭାରତ ପରାମର୍ଶ ଦେଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆତଙ୍କବାଦ ପ୍ରସଙ୍ଗରେ ବିଶ୍ବ ମଞ୍ଚରେ ବାରମ୍ବାର ଅପମାନିତ ଓ ଅପଦସ୍ତ ହେବା ପରେ ବି ଚୋର ମୁହଁ ଟାଣ ନୀତିରେ ନିର୍ଲଜ ପାକିସ୍ତାନ ଭାରତ ବିରୋଧୀ ଗତିବିଧି ଜାରି ରଖିଛି । ଅନ୍ୟପଟେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ନିର୍ଯାତନା ପ୍ରସଙ୍ଗ ଉଠାଇ ପାକିସ୍ତାନର କଟୁ ସତ୍ୟ ଅନ୍ତର୍ଜାତୀୟ ସମୁଦାୟ ଆଗରେ ଉଜାଗର କରିଛି ଭାରତ ।
Related Topics
Explore more stories