Jalpaiguri Elephant Rescue / ନଦୀରେ ଭାସି ଯାଉଥିଲା ହାତୀ ଛୁଆ; ୩ କିମି ପିଛା କରି ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବୀ
·1 hour ago·2 min read

Key Points
ଜଳପାଇଗୁଡ଼ି ଠାରେ ତିସ୍ତା ନଦୀର ପ୍ରବଳ ସ୍ରୋତରେ ଭାସି ଯାଇଥିବା ଏକ ହାତୀ ଛୁଆକୁ ମତ୍ସ୍ୟଜୀବୀ ଡଙ୍ଗାରେ ୩ କିଲୋମିଟର ଧରି ପିଛା କରି ଉଦ୍ଧାର କରିଛନ୍ତି।
ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଜିଲ୍ଲାରୁ ଆସିଛି ହୃଦୟସ୍ପର୍ଶୀ ଘଟଣା। ଯେଉଁଥିରେ ଦୁଇଜଣ ବ୍ୟକ୍ତି ଏକ ଡଙ୍ଗାରେ ବସି ଏକ ହାତୀକୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି। ଏହି ଦୃଶ୍ୟ ମାନବିକତା ଏବଂ ବନ୍ୟପ୍ରାଣୀ ସଂରକ୍ଷଣର ଏକ ପ୍ରେରଣାଦାୟକ ଉଦାହରଣ। ଏହି କାହାଣୀରେ କିଛି ମତ୍ସ୍ୟଜୀବୀ ଯେଉଁମାନେ ପ୍ରାୟ ୩ କିଲୋମିଟର ଧରି ପିଛା କରିବା ପରେ ତିସ୍ତା ନଦୀରୁ ହାତୀ ଛୁଆକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।
ଜଳପାଇଗୁଡ଼ି ଜିଲ୍ଲାରେ ତିସ୍ତା ନଦୀର ପ୍ରବଳ ସ୍ରୋତରେ ଫସି ଯାଇଥିବା ଏକ ହାତୀ ଛୁଆ ପାଣିରେ ଭାସିବାକୁ ଲାଗିଲା। ଯିଏ ନଦୀରୁ ବାହାରି ଯିବା ପାଇଁ ନିରନ୍ତର ଚେଷ୍ଟା କରିଥିଲା। ହେଲେ ସେହି ହାତୀ ଛୁଆ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ ହାତୀ ଛୁଆକୁ ଦେଖି ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କଲେ। ବନ ବିଭାଗ ସହାୟତାରେ, ସେମାନେ ହାତୀ ଛୁଆକୁ ତାହାର ମାଆ ସହିତ ମିଶାଇଥିଲା।
ଏହା ସହ ପଡନ୍ତୁ: ଅଚାନକ ବ୍ୟକ୍ତିଙ୍କ ଉପରେ ଖସିପଡ଼ିଲା ସାପ; ପର୍ଯ୍ୟଟକ ସେୟାର କଲେ ଭିଡ଼ିଓ
ପାଣିରେ ଭାସୁଥିବା ହାତୀ ଛୁଆକୁ ଡଙ୍ଗାରେ ପିଛା କରିଥିଲେ ମତ୍ସ୍ୟଜୀବୀ
ରିପୋର୍ଟ ଅନୁସାରେ, ମାଲବଜାର ଉପଖଣ୍ଡ ନିକଟବର୍ତ୍ତୀ ତିସ୍ତା ନଦୀର ସ୍ପୁାର ନମ୍ବର ୧୨ ଅଞ୍ଚଳରେ ଏହି ଘଟଣା ଘଟିଛି। ମତ୍ସ୍ୟଜୀବୀ ନଦୀରେ ମାଛ ଧରିବା ସମୟରେ ନଦୀର ପ୍ରଖର ସ୍ରୋତରେ ସଂଘର୍ଷ କରୁଥିବା ଏକ ହାତୀ ଛୁଆକୁ ଦେଖିଥିଲେ। ହାତୀ ଛୁଆ ଭାସି ଯାଉଥିବା ଦେଖିବା ପରେ, ସେହି ମତ୍ସ୍ୟଜୀବୀ ନିଜ ଜୀବନକୁ ବାଜିରେ ଲଗାଇ ଡଙ୍ଗାକୁ ତାହା ଆଡ଼କୁ ବୁଲାଇ ଦେଇଥିଲେ।
ପ୍ରବଳ ସ୍ରୋତରେ ୩ କିଲୋମିଟର ପର୍ଯ୍ୟନ୍ତ କରିଥିଲେ ପିଛା
ମତ୍ସ୍ୟଜୀବୀ ନଦୀର ପ୍ରଖର ସ୍ରୋତରେ ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ସେହି ହାତୀ ଛୁଆକୁ ପିଛା କରିବା ପରେ ତାହା ପାଖରେ ପହଞ୍ଚିଥିଲେ। ସେମାନେ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରି କୂଳକୁ ଆଣିଥିଲେ। ମତ୍ସ୍ୟଜୀବୀ ଏହି ଘଟଣା ବିଷୟରେ ସ୍ଥାନୀୟ ବନ ବିଭାଗକୁ ଜଣାଇଥିଲେ। ଘଟଣାସ୍ଥଳରେ ପହଞ୍ଚିଥିବା ବନ ବିଭାଗ ଦଳ ସହାୟତାରେ ହାତୀ ଛୁଆକୁ ତାହାର ମାଆ ସହିତ ପୁନଃମିଳନ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories