Videos
|
National

Jama Masjid Metro Station Delhi / ଅନ୍ତଃବସ୍ତ୍ର ମଧ୍ୟରେ ଗୁପ୍ତ ପ୍ୟାକେଟ ଲୁଚାଇ ରଖିଥିଲେ ସଦିଗ୍ଧ ବ୍ୟକ୍ତି; ଦୌଡ଼ିବା ବେଳେ ମାଡ଼ି ବସିଲେ CISF ଯବାନ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଅନ୍ତଃବସ୍ତ୍ର ମଧ୍ୟରେ ଗୁପ୍ତ ପ୍ୟାକେଟ ଲୁଚାଇ ରଖିଥିଲେ ସଦିଗ୍ଧ ବ୍ୟକ୍ତି; ଦୌଡ଼ିବା ବେଳେ ମାଡ଼ି ବସିଲେ CISF ଯବାନ
Jama Masjid Metro Station Delhi

Key Points

ଦିଲ୍ଲୀର ଜାମା ମସଜିଦ ମେଟ୍ରୋ ଷ୍ଟେସନ ଠାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଘଟଣାର ଏକ ଭିଡି଼ଓ ସାମ୍ନାକୁ ଆସିଛି, ଯେଉଁଥିରେ ସନ୍ଦିଗ୍ଧ ବ୍ୟକ୍ତି ହଠାତ୍ ଦୌଡ଼ିବାରେ ଲାଗିଛନ୍ତି। ହେଲେ ଜଣେ CISF ଅଧିକାରୀ ତାଙ୍କୁ ଧରିବାରେ ସଫଳ ହୋଇଛନ୍ତି।
ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜାମା ମସଜିଦ ମେଟ୍ରୋ ଷ୍ଟେସନ ଠାରେ ଜଣେ ସନ୍ଦିଗ୍ଧ ଯାତ୍ରୀଙ୍କୁ ଯାଞ୍ଚ କରିବା ସମୟରେ ଧରିଛନ୍ତି ସିଆଇଏସଏଫ (CISF) ଯବାନ। ଯାତ୍ରୀଙ୍କ ବ୍ୟାଗର ଏକ୍ସ-ରେ ସ୍କାନିଂ କରାଯିବା ସମୟରେ ସ୍କ୍ରିନ୍ ରେ ଏକ ଘନ ଏବଂ ସନ୍ଦେହଜନକ ବସ୍ତୁ ଦେଖାଯାଇଥିଲା। ସେହି ଯାତ୍ରୀ ଜଣଙ୍କ ଖସିଯିବାକୁ ଚେଷ୍ଟା କରିଥିଲେ। ହେଲେ ସୁରକ୍ଷା ଦାୟିତ୍ୱଗେ ନିୟୋଜିତ ରହିଥିବା ସିଆଇଏସଏଫ ଯବାନଙ୍କ ସତର୍କତା ଯୋଗୁଁ ସେହି ଯାତ୍ରୀ ଜଣଙ୍କ ମେଟ୍ରୋ ଷ୍ଟେସନ ପ୍ରସ୍ଥାନ ଫାଟକ ନିକଟରେ ଧରା ପଡ଼ିଥିଲେ। ସେ ତାଙ୍କ ଅନ୍ତଃବସ୍ତ୍ର ମଧ୍ୟରେ ଏକ ଗୁପ୍ତ ପ୍ୟାକେଟ ଲୁଚାଇ ରଖିଥିଲେ। ଯାହା ଫଳରେ ପୋଲିସ ତାଙ୍କୁ ଅଟକାଇଥିଲା। ଯାତ୍ରୀ ଜଣକ ନିଜକୁ ମାଲେସିଆ କୁଆଲାଲମ୍ପୁର ଠାରେ ରହୁଥିବା ଜଣେ ପ୍ରବାସୀ (NRI) ଭାରତୀୟ ଭାବରେ ପରିଚୟ ଦେଇଥିଲେ। CISF ଯବାନ ଅଧିକ ତଦନ୍ତ ପାଇଁ ଯାତ୍ରୀ ଏବଂ ତାଙ୍କ ଲଗେଜ୍, ପୋଲିସ୍ କୁ ହସ୍ତାନ୍ତର କରିଛନ୍ତି।

କ'ଣ ଥିଲା ସମ୍ପୂଏହି ଜାମା ମସଜିଦ ମେଟ୍ରୋ ଷ୍ଟେସନ ଘଟଣା କ’ଣ?
ଜାମା ମସଜିଦ ମେଟ୍ରୋ ଷ୍ଟେସନ ସୁରକ୍ଷା ଫାଟକ ଠାରେ ଯାତ୍ରୀ ଏବଂ ସେମାନଙ୍କ ଲଗେଜ୍ ନିୟମିତ ଭାବରେ ଯାଞ୍ଚ କରାଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଜଣେ ଯାତ୍ରୀଙ୍କ ବ୍ୟାଗ ଏକ୍ସ-ରେ ବ୍ୟାଗେଜ ଯାଞ୍ଚ ସିଷ୍ଟମ ଦେଇ ଯାଇଥିଲା। ଏକ୍ସ-ରେ ସ୍କାନିଂ କରାଯିବା ସମୟରେ ସ୍କ୍ରିନ୍ ରେ ବ୍ୟାଗ ଭିତରେ ଏକ ଅତ୍ୟନ୍ତ ଘନ ଏବଂ ସନ୍ଦେହଜନକ ବସ୍ତୁ ରହିଥିବାର ଦେଖିଥିଲେ। ଅଧିକ ଯାଞ୍ଚ ପାଇଁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିବା ସିଆଇଏସଏଫ ଯବାନ ତାଙ୍କ ବ୍ୟାଗ୍ ଅଟକାଇବାକୁ କହିଥିଲେ। ଏତିକି କହିବା ମାତ୍ରେ ଯାତ୍ରୀ ଜଣକ ଭୟଭୀତ ହୋଇ ପଡ଼ିଥିଲେ। ସେ ତାଙ୍କ ମୋବାଇଲ୍ ଫୋନ୍ ରେ କଥା ହେଉଥିବାର ଅଭିନୟ କଲେ ଏବଂ ସୁଯୋଗ ଦେଖି ଦୌଡ଼ି ପଳାଇଗଲେ। ହେଲେ ପୂର୍ବରୁ ସତର୍କ ରହିଥିବା CISF ଅଧିକାରୀ ତୁରନ୍ତ ଆଗକୁ ଆସି ତାଙ୍କୁ ମାଡ଼ି ବସିଥିଲେ।

ମେଟ୍ରୋ ଷ୍ଟେସନ୍ ପରିସରରେ ଲାଗିଥିବା CCTV ରେ ରେକର୍ଡ ହୋଇଛି ସମ୍ପୂର୍ଣ୍ଣ ଘଟଣାକ୍ରମ
ସନ୍ଦିଗ୍ଧ ଯାତ୍ରୀ ସୁରକ୍ଷା ବଳୟ ଭେଦ କରି ଏସ୍କାଲେଟର (Escalator) ଏବଂ ପ୍ରସ୍ଥାନ ଦ୍ୱାର (Exit Gate) ଆଡକୁ ଦୌଡ଼ିଥିଲେ। ହେଲେ ତଥାପି ସତର୍କ ରହିଥିବା CISF ଯବାନ ଗୋଟିଏ ମୁହୂର୍ତ୍ତ ବିଳମ୍ବ ନକରି ତାଙ୍କର ପିଛା କରିଥିଲେ। ସମଗ୍ର ଘଟଣା ମେଟ୍ରୋ ଷ୍ଟେସନରେ ସ୍ଥାପିତ CCTV କ୍ୟାମେରାରେ କଏଦ ହୋଇଥିଲା। ଯେଉଁଥିରେ ଯବାନ ଦୌଡ଼ାଦୌଡ଼ି କରି ସେହି ସନ୍ଦିଗ୍ଧ ବ୍ୟକ୍ତିକୁ ପ୍ରସ୍ଥାନ ଫାଟକ ପାଖରେ ମାଡ଼ି ବସିଥିବାକ ଦେଖିବାକୁ ମିଳିଥିଲା। ଯଦି ଯବାନ ଜଣଙ୍କ କିଛି ସେକେଣ୍ଡ ବିଳମ୍ବ କରିଥାନ୍ତେ, ତାହେଲେ ସନ୍ଦିଗ୍ଧ ବ୍ୟକ୍ତି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଅଦୃଶ୍ୟ ହୋଇ ଯାଇଥାନ୍ତେ।

ଅନ୍ତର୍ବସ୍ତ୍ର ମଧ୍ୟରେ ମିଳିଲା ପ୍ୟାକେଟ
ଅନ୍ତର୍ବସ୍ତ୍ର ମଧ୍ୟରେ ଏକ ପ୍ୟାକେଟ୍ ମିଳିଥିଲା, ଯେଉଁଥିରେ ସେ ଏକ ଗୁପ୍ତ ପକେଟ୍ ତିଆରି କରିଥିଲେ। ଏହି ପ୍ୟାକେଟ୍ ମଧ୍ୟରେ ଏକ ଅଜ୍ଞାତ ଅର୍ଦ୍ଧ-କଠିନ ପଦାର୍ଥ ରହିଥିଲା। ବର୍ତ୍ତମାନ ସେହି ଯାତ୍ରୀଙ୍କୁ ଧରିବା ପରେ ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଛି। ଏବେ ଏହି ଘଟଣାରେ ତଦନ୍ତ ଜାରି ରହିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: