ଜମ୍ମୁ କଶ୍ମୀର ସେନା ଆକ୍ରମଣରେ ୫ ଆତଙ୍କବାଦୀ ନିହତ
·2 years ago

ଅର୍ଗସ ବ୍ୟୁରୋ : ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀଙ୍କୁ ବଡ ସଫଳତା । ଗୁଳିବିନିମୟରେ ଲସ୍କର-ଏ-ତୈବା’ର ୫ ଜଣ ଆତଙ୍କବାଦୀ ନିପାତ । ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କୁଲଗାମରେ ଚାଲିଥିବା ଗୁଳିବିନିମୟ ଦ୍ଵିତୀୟ ଦିନରେ ପହଞ୍ଚିଛି । ଭାରତୀୟ ସେନାର ନିରାପତ୍ତା ବଳର ଏନକାଉଣ୍ଟରରେ ଆଜି ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁରୁବାର ଦିନ କୁଲ୍ଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର
ନିହତ ସମସ୍ତ ଆତଙ୍କବାଦୀ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଲସ୍କର-ଏ-ତାଇବା’ର । ସେନା ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରଖିଛି । କୁଲଗାମର ସାମନୁ ଅଞ୍ଚଳରେ ସୁରକ୍ଷା ବାହିନୀର ମିଳିତ ଅପରେସନ୍ ଚାଲିଛି । ସେନାର ୩୪ ରାଷ୍ଟ୍ରୀୟ ରାଇଫଲ୍ସ, ଏଲିଟ୍ ସ୍ପେଶାଲ୍ ଫୋର୍ସ ୟୁନିଟ୍, ପୋଲିସ୍ ଏବଂ ସିଆର୍ପିଏଫ୍ ମିଳିତ ଭାବେ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: