Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Terror Links / ଆତଙ୍କବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ୫ ସରକାରୀ କର୍ମଚାରୀ ବହିଷ୍କୃତ

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଆତଙ୍କବାଦୀଙ୍କ ସହ ସମ୍ପର୍କ ଅଭିଯୋଗରେ ୫ ସରକାରୀ କର୍ମଚାରୀ ବହିଷ୍କୃତ
Terror Links Exposed

Key Points

ଜମ୍ମୁ-କାଶ୍ମୀର ପ୍ରଶାସନ ୨୦୨୦ ମସିହାରୁ ଏଯାବତ୍ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ମୋଟ ୮୫ ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରିଛି । 
ଶ୍ରୀନଗର: ସରକାରୀ ଚାକିରି କରିଥିଲେ, କିନ୍ତୁ ସମ୍ପର୍କ ଥିଲା ଆତଙ୍କବାଦୀଙ୍କ ସହ । ଯେଉଁଥିପାଇଁ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ମନୋଜ ସିହ୍ନା ୫ ସରକାରୀଙ୍କ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି । ଆତଙ୍କବାଦୀ ଗୋଷ୍ଠୀ ପାଇଁ କାମ କରୁଥିବା ପ୍ରମାଣ ମିଳିବା ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଗ୍ରହଣ କରିଛନ୍ତି କାର୍ଯ୍ୟାନୁଷ୍ଠାନକୁ ।

ରାଜ୍ୟପାଳଙ୍କ ପଦକ୍ଷେପକୁ ସ୍ଵାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ବହିଷ୍କୃତ ହୋଇଥିବା ୫ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ପରୀକ୍ଷାଗାର ଟେକ୍ନିସିଆନ୍ ତାରିକ ଅହମ୍ମଦ ରାହ, ସହାୟକ ଲାଇନମ୍ୟାନ୍ ବଶିର ଅହମ୍ମଦ ମିର, ବନ ବିଭାଗ କର୍ମୀ ଫାରୁକ ଅହମ୍ମଦ ଭଟ୍, ସ୍ଵାସ୍ଥ୍ୟ ବିଭାଗର ଡ୍ରାଇଭର ମହମ୍ମଦ ଇସଫାକ୍ ।

ଏଥିସହ ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ ଗଡ଼ୁଛି ମୁଣ୍ଡ; ୩୬ ଦିନରେ ୧୨ ଜଣ ସଂଖ୍ୟାଲଘୁଙ୍କୁ ହତ୍ୟା

ଜମ୍ମୁ-କାଶ୍ମୀର ପ୍ରଶାସନ ୨୦୨୦ ମସିହାରୁ ଏଯାବତ୍ ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ମୋଟ ୮୫ ଜଣ ସରକାରୀ କର୍ମଚାରୀଙ୍କୁ ବହିଷ୍କାର କରିଛି । ସମ୍ବିଧାନର ଧାରା ୩୧୧-୨-ସି ଧାରା ଅନୁଯାୟୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ।

ସମ୍ବିଧାନର ଏହା ଧାରା ଅନୁସାରେ, କୌଣସି ବୈଧ ତଦନ୍ତ ବିନା ରାଜ୍ୟପାଳ କିମ୍ବା ରାଷ୍ଟ୍ରପତି ରାଜ୍ୟର ସୁରକ୍ଷା ଦୃଷ୍ଟିରୁ ସରକାରୀ କରମଚାରୀଙ୍କୁ ବିଦା କରିପାରିବେ । ଏବେ ବିଦା ହୋଇଥିବା ମହମ୍ମଦ ଇସଫାକ୍ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବା ସମ୍ପର୍କରେ ଥିବା କୁହାଯାଉଛି ।

ସୂଚନା ଅନୁସାରେ ମହମ୍ମଦ ଇସଫାକ୍ ନିୟମିତ ଭାବେ ଲସ୍କର-ଏ-ତୋଇବାର କମାଣ୍ଡର ମହମ୍ମଦ ଓରଫ ଅବୁ ଖୁବାଇବର ସମ୍ପର୍କରେ ଥିଲା । ଅବୁକୁ ଆତଙ୍କବାଦୀ ଘୋଷଣା କରାଯାଇଥିବା ବେଳେ ସେ ଏବେ ପାକିସ୍ତାନରେ ରହି କାର୍ଯ୍ୟକଳାପ ଚଳାଇଛି ।

ଏଥିସହ ପଢ଼ନ୍ତୁ: ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ

ଖବର ଅନୁସାରେ, ମହମ୍ମଦ ଇସଫାକ୍ ଏବେ ସକ୍ରିୟ ଅପରେସନ୍ ପାଇଁ ଦାୟିତ୍ଵ ଦିଆଯାଇଥିଲା । ଏହା ପୂର୍ବରୁ ସେ ୨୦୨୨ ଡୋଡା ପୋଲିସ ଉପରେ ଆତଙ୍କବାଦୀ ଆକ୍ରମଣକୁ ସଫଳତାର ସହ କାର୍ଯ୍ୟକାରୀ କରିଥିଲା ।

ସେହିଭଳି ଗିରଫ ହୋଇଥିବା ତାରିକ ଅହମ୍ମଦ ହିଜବୁଲ୍ ମଜାହିଦ୍ଦିନ ଦ୍ଵାରା ଯୁବ ବୟସରୁ ଅନୁପ୍ରାଣିତ ହୋଇଥିବା ଜଣାପଡ଼ିଛି । ୨୦୦୫ରେ ସେ ଆତଙ୍କବାଦୀ ଅମୀନ ବାବକୁ ଖସାଇ ପାକିସ୍ତାନକୁ ପଳାୟନରେ ସହଯୋଗ କରିଥିଲା । ଫାରୁକ ଅହମ୍ମଦ ଭଟ୍ ହିଜବୁଲ୍ ମୁଜାହିଦ୍ଦିନ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
5 Govt Employees Sacked in J&K Over Terror Links | Argus News | Argus News