Terrorist Wanted Posters / ହାଇ ଆଲର୍ଟରେ ଜମ୍ମୁ କାଶ୍ମୀର; ଲାଲଚୌକରେ ଲାଗିଲା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ପୋଷ୍ଟର
·1 hour ago·2 min read

Key Points
ଜମ୍ମୁକାଶ୍ମୀରରେ ହାଇ ଆଲର୍ଟ
ଖୁଲମଖୁଲା ବୁଲୁଛନ୍ତି ୪ ଆତଙ୍କବାଦୀଙ୍କୀ
ଲାଲଚୌକରେ ଲାଗିଲା ୱାଣ୍ଟେଡ୍ ପୋଷ୍ଟର
ଖୁଲମଖୁଲା ବୁଲୁଛନ୍ତି ୪ ଆତଙ୍କବାଦୀଙ୍କୀ
ଲାଲଚୌକରେ ଲାଗିଲା ୱାଣ୍ଟେଡ୍ ପୋଷ୍ଟର
ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଉପସ୍ଥିତିକୁ ନେଇ ବଢ଼ିଲା ଚିନ୍ତା । ଉପତ୍ୟକାରେ ମାତ୍ର ଜଣେ ସ୍ଥାନୀୟ ଆତଙ୍କୀ ସକ୍ରିୟ ଥିବା ପୋଲିସର ଦାବିର ୪୮ ଘଣ୍ଟା ନପୂରୁଣୁ ସାମ୍ନାକୁ ଆସିଲା ୪ ଜଣ ଆତଙ୍କବାଦୀଙ୍କ ୱାଣ୍ଟେଡ୍ ପୋଷ୍ଟର । ଏହାକୁ ନେଇ ସୁରକ୍ଷା ଏଜେନ୍ସିଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି । ଶ୍ରୀନଗର ସମେତ କାଶ୍ମୀର ଉପତ୍ୟକାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବର୍ତ୍ତମାନ କଡ଼ାକଡ଼ି କରାଯାଇଛି ।
ପଢନ୍ତୁ ଏହି ଖବର: ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମହମ୍ମଦ ହସନ ଗିରଫ, ରାପିଡୋ ଚଲାଉଥିଲେ ଓ ଅତର ବିକ୍ରି କରୁଥିଲେ
- ଲାଲ୍ ଚୌକରେ ଲାଗିଲା ଆତଙ୍କୀଙ୍କ ପୋଷ୍ଟର
- ପୋଲିସର ଦାବିକୁ ନେଇ ପ୍ରଶ୍ନ
ପଢନ୍ତୁ ଏହି ଖବର: ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମହମ୍ମଦ ହସନ ଗିରଫ, ରାପିଡୋ ଚଲାଉଥିଲେ ଓ ଅତର ବିକ୍ରି କରୁଥିଲେ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚାରି ଜଣଙ୍କ ସମ୍ପର୍କରେ ଭରସାଯୋଗ୍ୟ ଏବଂ ଠୋସ୍ ସୂଚନା ଦେଲେ ଆକର୍ଷଣୀୟ ପୁରସ୍କାର ମିଳିବା ସହ ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ତେବେ ଏହି ପୋଷ୍ଟର କିଏ ଲଗାଇଛି, ସେନେଇ ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ । ଚାରି ଆତଙ୍କୀଙ୍କ ଉପସ୍ଥିତିକୁ ନେଇ ଗୁଇନ୍ଦା ତଥ୍ୟ ଓ ସୁରକ୍ଷା ଆକଳନ ମଧ୍ୟରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଚାରିଆଡ଼େ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରତିଟି ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସୁରକ୍ଷାକର୍ମୀ ଓ ଗୁପ୍ତଚର ଏଜେନ୍ସି ।
Related Topics
Explore more stories